ଡାହାଣୀ ଖୋଜା

ଡାହାଣୀ ଖୋଜା, କ‌ହିଲେ ଡାହାଣୀ ନାମଧାରୀ କୌଣସି ଲୋକ‌‌କୁ ବା ଗୁଣି ଗାରେଡ଼ିର ପ୍ରମାଣ ଥିଲେ ତାକୁ ଖୋଜିବାକୁ ବୁଝ

ଡାହାଣୀ ଖୋଜା, କ‌ହିଲେ ଡାହାଣୀ ନାମଧାରୀ କୌଣସି ଲୋକ‌‌କୁ ବା ଗୁଣି ଗାରେଡ଼ିର ପ୍ରମାଣ ଥିଲେ ତାକୁ ଖୋଜିବାକୁ ବୁଝାଏ । ପ୍ରାୟ ୧୪୫୦-୧୭୫୦ ମସିହାର ମଧ୍ୟରେ ଆଧୁନିକ ୟୁରୋପର ଆରମ୍ଭରେ ଓ ଆମେରିକା କଲୋନୀ ସମୟର ଆଧୁନିକ କାଳରେ ଓ ତିରିଶ ବର୍ଷ କାଳର ଯୁଦ୍ଧ ବେଳେ ଡାହାଣୀ ବିଚାର କରାଯାଇ ପ୍ରାଯ ୩୫,୦୦୦ରୁ ୫୦,୦୦୦ ହତ୍ୟା କରାଯିବାର ପ୍ରମାଣ ପ୍ରୋଟେଷ୍ଟାଣ୍ଟମାନେ ପାଇଥିଲେ ।[୧] ୟୁରୋପରେ ଅଷ୍ଟାଦଶ ଶତାବ୍ଦୀରେ ଶେଷ ଡାହାଣୀ ହତ୍ୟା କରାଯାଇଥିଲା । ଆଫ୍ରିକାଏସିଆ ଭଳି ଦେଶମାନଙ୍କରେ, ସବ-ସାହାର ଆଫ୍ରିକା ଓ ପାପୁଆ ନିଉ ଗିନି ଅଞ୍ଚଳରେ ଡାହାଣୀ ଖୋଜା ହେବାର ଖବର ମିଳୁଛି ଓ ସାଉଦି ଆରବ ତ‌ଥା କାମେରୁନରେ ଏହା ବିରୁଦ୍ଧରେ କାନୁନ ବିଧେୟକ ପାସ ହୋଇଛି ।

ତିନି ଡାହାଣୀଙ୍କୁ ଜାଳିବା ଘଟଣା ସ୍ୱିଜରଲାଣ୍ଡର ବାଡେନଠାରେ ଘଟିତ ହୋଇଥିଲା । ଚିତ୍ର - ଜୋହାନ ଜାକବ ୱିକ

ପ୍ରଚଳିତ ଭାଷାମାନଙ୍କରେ ରାଜଦ୍ରୋହୀ, ଅବିଶ୍ୱାସୀ ଲୋକଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦୀ କାରଣରୁ ଖୋଜାଯିବାକୁ ଏହି 'ଡାହାଣୀ ଖୋଜା' ପରିସରରେ ନିଆଯାଉଛି ଯାହାର ମୂଳ ଲକ୍ଷ ବିରୋଧୀମାନଙ୍କୁ ହତ୍ୟା କରିବା ରହୁଛି ।[୨] ଏଥିରେ ନୈତିକତା ଆତଙ୍କ[୩] ବା ସାମୁହିକା ଉନ୍ମାଦନା ରହୁଛି । [୪]

ମାନବ ବିଜ୍ଞାନ କାରଣ ସମ୍ପାଦନା

ସାରା ପୃଥିବୀରେ ଗୁଣିଗାରେଡ଼ି ନିମନ୍ତେ ବିଭିନ୍ନ ସମାଜରେ ଡାହାଣୀ ଖୋଜା ଚାଲିଛି । ରୋଗ ଓ ମୃତ୍ୟୁ ଜନିତ ଦୁର୍ଭଗ୍ୟ କବଳରେ ଥିବା ଲୋକ‌କୁ ଗୁଣିଆମାନେ ଡାହାଣୀ ଲାଗିଥିବା କଥା କ‌ହି ଏକ ମନ୍ଦ ଧାରଣା ସୃସ୍ଟି କରିବାରେ ସକ୍ଷମ ହୁଅନ୍ତି ।[୫] ଆମେରିକା, ଏସିଆ ଓ ଆଫ୍ରିକାରେ ଏହିଭଳି କାମ ସାମୟିକ ଭାବରେ ହେଉଥିବାର ରିପୋର୍ଟ ମିଳୁଛି ଯାହା ଗୁଣିଗାରେଡ଼ିର ମାନବିକ ସଂସ୍କୃତିର ଏକ ବିଶ୍ୱାସ ଭାବରେ ପରିଚିତ ହେଉଛି ।[୬]

ଏକ ଅନୁଶୀଳନରୁ ଜଣାଯାଏ, ଗୁଣୀଗାରେଡ଼ି ବିଶ୍ୱାସ ସ‌ହିତ ଅଣସାମାଜିକ ମନୋବୃତ୍ତି ଜଡ଼ିତ ଥାଏ ଯେପରିକି ନିମ୍ନ ସ୍ତରର ବିଶ୍ୱାସ ।[୭] ଅନ୍ୟ ଏକ ଅନୁଶୀଳନରୁ ଜଣାଯାଏ, ଅଧିକ ଆୟ ଯୋଗୁ ଅଧିକ ଡାହାଣୀ ହତ୍ୟା ତାଞ୍ଜାନିଆରେ ହୁଏ ।[୮]

କଥାରେ ଅଛି ଜଣେ ଲୋକ ଆଉ ଜଣେ ଲୋକ ଉପରେ ଯାଦୁ କରିଥିଲେ ଓ ଯଦି ତାହା ପ୍ରମାଣିତ ହୋଇ ନାହିଁ, ତା'ହେଲେ ଯାଦୁରେ ପ୍ରଭାବିତ ଲୋକ ଗୋଟିଏ ପବିତ୍ର ନ‌ଦୀକୁ ନେଇ ତାହାକୁ ବୁଡ଼େଇ ଦିଆଯାଏ । ଯଦି ସେ ବୁଡ଼ିଯାଏ ତେବେ ଯାଦୁ କରିଥିବା ଲୋକ ତାର ଘର ନେଇଯିବ । ଯଦି ଲୋକର କୌଣସି କ୍ଷତି ନ ହୁଏ, ତେବେ ନ‌ଦୀ ତାକୁ ନିରପରାଧ ଥିବା ବିଶ୍ୱାସ କରାଯାଏ ଓ ତେବେ ଯାଦୁ କରିଥିବା ଲୋକ‌କୁ ମୃତ୍ୟୁ ଦିଆଯାଏ ଓ ସେହି ଲୋକର ଘର ଅନ୍ୟ ଲୋକଟି ନେଇଯାଏ ।[୯][୧୦]

ଭାରତ ସମ୍ପାଦନା

୧୯୭୨ ମସିହା ପୂର୍ବରୁ ଭାରତରେ ଡାହଣୀ ଖୋଜାର କୌଣସି ଲିପିବଦ୍ଧ ପ୍ରମାଣ ମିଳିନାହିଁ । ୧୯୭୨ ମସିହାର ଭାରତରେ ପ୍ରଥମ ସାନ୍ତାଳୀ ଜନ ଜାତି ଲୋକଙ୍କ ମଧ୍ୟରେ ଡାହାଣୀ ଖୋଜା ପ୍ରମାଣ ମିଳିଛି ।[୧୧][୧୨] କମ୍ପାନୀ ଶାସନ ସମୟରେ ସିଙ୍ଗଭୂମ ଜିଲ୍ଲାର ଛୋଟନାଗପୁର ଡିଭିଜାନରେ ଡାହାଣୀ ଭାବରେ ଦୋଷୀ କରାଯାଇଥିବା ଲୋକ‌କୁ କେବଳ ମାରିଦିଆଯାଏ ନାହିଁ, ତାହାର ସମସ୍ତ ସମ୍ପର୍କୀୟମାନଙ୍କୁ ମଧ୍ୟ ମାରିଦିଆଯାଏ ଯେପରି ଭବିଷ୍ୟତାରେ ସେମାନେ ପ୍ରତିଶୋଧ ନେବେ ନାହିଁ । ଛୋଟନାଗପୁର କ୍ଷେତ୍ରରେ ଅଧିକାଂଶ ଲୋକ ଆଦିବାସୀ ସାନ୍ତାଳୀ ଥିଲେ । ସେହି ସାନ୍ତାଳୀ ଲୋକମାନଙ୍କର ଡାହାଣୀ ବିଶ୍ୱାସ ଥିଲା । ସେମାନଙ୍କୁ ଡରୁଥିଲେ ଓ ସେମାନେ ଅଣସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବିଶ୍ୱାସ ଥିଲା । ସେମାନଙ୍କର ଗାଈ ଗୋରୁଙ୍କୁ ଜ୍ୱର କରେଇ ମାରିଦେବା କ୍ଷମତା ଥିବା ଅନ୍ଧ ବିଶ୍ୱାସ ଥିଲେ । ସୁତରାଂ ରୋଗରୁ ମୁକ୍ତି ପାଇବା ପାଇଁ ଡାହାଣୀଙ୍କୁ ମାରିଦେଉଥିଲେ । [୧୩]

ଆଧାର ସମ୍ପାଦନା

  1. Golden, Richard M. (1997). "Satan in Europe: The Geography of Witch Hunts". In Wolfe, Michael (ed.). Changing Identities in Early Modern France. Duke University Press. p. 234.
  2. "witch hunt". New Dictionary of the American Language. Simon & Schuster. p. 1633.
  3. Goode, Erich; Ben-Yehuda, Nachman (2010). Moral Panics: The Social Construction of Deviance. Wiley. p. 195. ISBN 9781444307931.
  4. Martin, Lois (2010). A Brief History of Witchcraft. Running Press. p. 5. ISBN 9780762439898.[permanent dead link]
  5. La Fontaine, Jean Sybil (1998). Speak of the Devil: Tales of satanic abuse in contemporary England. Cambridge University Press. pp. 34–37. ISBN 978-0-521-62934-8.
  6. Behringer, Wolfgang (2004). Witches and Witch-Hunts: A global history. p. 50. ISBN 9780745627175.
  7. Gershman, Boris (2016). "Witchcraft Beliefs and the Erosion of Social Capital: Evidence from Sub-Saharan Africa and Beyond". Journal of Development Economics. 120: 182–208. doi:10.1016/j.jdeveco.2015.11.005. Archived from the original on 2021-07-18. Retrieved 2022-02-12.
  8. Miguel, Edward (1 October 2005). "Poverty and witch killing". The Review of Economic Studies. 72 (4): 1153–1172. CiteSeerX 10.1.1.370.6294. doi:10.1111/0034-6527.00365. ISSN 0034-6527.
  9. "Witchcraft". Catholic Encyclopedia.
  10. "The Avalon Project: Documents in Law, History, and Diplomacy". Archived from the original on 16 September 2007.
  11. Archer, W G (1979). The Santals: Readings in Tribal Life. New Delhi: Concept Publishing Company.
  12. Crooke, W (1969). The Popular Religion and Folklore of Northern India. Delhi: Munshiram Manoharlal.
  13. Sinha, Shashank (2007). "Witch hunts, Adivasis, and the Uprising in Chhotanagpur". Economic and Political Weekly. 42 (19): 1672–1676. JSTOR 4419566.