ଡାବଲପୁଆ
ଡାବଲପୁଆ ବା "ଗୁଚିତାଣ୍ଡୁ"[୧][୨][୩] ଭାରତର ଏକ ପାରମ୍ପାରିକ ଖେଳ ।[୪] ଏହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଖେଳାଯାଉଥିଲେ ମଧ୍ୟ ପୃଥିବୀର ଅନ୍ୟ ବହୁ ଦେଶରେ ଏହି ଖେଳର ପ୍ରଚଳନ ଅଛି । ଏହି ଖେଳର ଅନେକ ଆଞ୍ଚଳିକ ନାମ ଓ ଭିନ୍ନଭିନ୍ନ ଖେଳନିୟମ ରହିଛି । ଓଡ଼ିଶାରେ ଏହା "ଗୁଲି ବାଡ଼ି", "ପିଲବାଡ଼ି" (ଫୁଲବାଣୀ), "ଗୁଟିଡାବୁଳ" (ବାଲେଶ୍ୱର) ଆଦି ନାମରେ ମଧ୍ୟ ପରିଚିତ । ଏହି ଖେଳର ଉତ୍ପତ୍ତି ଆନୁମାନିକ ୨୫୦୦ ବର୍ଷ ତଳେ ହୋଇଥିଲା ।[୫][୬] ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ୨୦୧୮ ମଇ ୨୭ ତାରିଖ ମନ କି ବାତ ବାର୍ତ୍ତାରେ ଏହି ଖେଳ ବିଷୟରେ ଉଲ୍ଲେଖ କରିଥିଲେ ।[୭]
ବିଧି
ସମ୍ପାଦନାଗୋଟିଏ ଦୁଇପଟରୁ ଗୋଜିଆ ଛୋଟ କାଠି, ପୁଆ ଓ ଅନ୍ୟ ଏକ ଲମ୍ବା ବାଡ଼ି ବା ଡାବଲ ସହାୟତାରେ ଏହି ଖେଳ ଖେଳାଯାଏ ।[୮] ଗୋଟିଏ ପକ୍ଷର ଖେଳାଳି, ଛୋଟ ଗାତ ( ଗୁଚି ମଧ୍ୟ କୁହାଯାଏ ) ଉପରେ ପୁଆକୁ ରଖି, ଡାବଲ ସାହାଯ୍ୟରେ ତାକୁ ଦୂରକୁ ମାରିଦିଅନ୍ତି । ଅପରପକ୍ଷ ତାକୁ ତଳେ ପଡ଼ିବା ପୂର୍ବରୁ କ୍ୟାଚଧରିବାକୁ ଚେଷ୍ଟା କରନ୍ତି । ଯଦି ଧରିବାରେ ସଫଳ ହୁଅନ୍ତି, ତେବେ ମାରୁଥିବା ପକ୍ଷର ଖେଳ ପାଳି ସରେ ଓ ଅପରପକ୍ଷ ଖେଳ ଆରମ୍ଭ କରନ୍ତି । ଧରି ନପାରିଲେ, ମାରିଥିବା ଦଳ ଡାବଲ ସାହାଯ୍ୟରେ ପୁଆର ମୁନକୁ ବାଡ଼େଇଦିଅନ୍ତି, ତାହା ଉପରକୁ ଉଠିଯାଏ ଓ ଲମ୍ବା ବାଡ଼ିରେ ତାକୁ ଦୂରକୁ ମାରି ଦିଆଯାଏ । କାଠିଟି ଯେତେଦୂର ଯାଏ, ଅପରପକ୍ଷ ତାକୁ ସେଠୁ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଆଣିଥାନ୍ତି ।
ଆଧାର
ସମ୍ପାଦନା- ↑ Debadatta Satpathy (26 February 2014). House of Bougainvillea and Other Stories. Partridge Publishing India. pp. 15–. ISBN 978-1-4828-1887-1.
- ↑ Orissa (India) (1966). Orissa District Gazetteers: Cuttack. Superintendent, Orissa Government Press.
- ↑ Biranchi Narayan Mishra (1991). Juvenile Delinquency and Justice System. Ashish Publishing House. ISBN 978-81-7024-430-1.
- ↑ Lalcrishna Anupchandra (9 September 2015). The Rise and Fall of the Great Mozambique and My Asian Compassion: The Forgotten. AuthorHouse. pp. 33–. ISBN 978-1-5049-3326-1.
- ↑ Steve Craig (2002), Sports and Games of the Ancients: (Sports and Games Through History), ISBN 978-0313316005, pages 63–65
- ↑ John Arlott (1975), The Oxford Companion to World Sports and Games
- ↑ ""ମନ୍ କି ବାତ୍"ର 44ତମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, 27.05.2018". www.narendramodi.in. www.narendramodi.in. Archived from the original on 6 January 2021. Retrieved 6 January 2021.
- ↑ Ahmed Sayeed (10 August 2019). You Must Win: The winner can create History. Prowess Publishing. pp. 324–. ISBN 978-1-5457-4730-8.
ବାହ୍ୟ ଲିଙ୍କ
ସମ୍ପାଦନା- ଡାବଲପୁଆ ଖେଳ ବିଧି Archived 2007-10-26 at the Wayback Machine.
- SEVEN GAMES OF INDIA IN THE 6TH CENTURY B.C.
- [୧]
- ଡାବଲପୁଆ ପ୍ରତିଯୋଗିତା
- Lippa (in Italian)
- S-cianco (in Italian)
- ଡାବଲପୁଆ ଆନ୍ତର୍ଜାତୀୟ ଫେଡେରେସନ Archived 2021-01-07 at the Wayback Machine.