ଅନ୍ୟ ଏକ ଫର୍ମାଟର ଫାଇଲଗୁଡ଼ିକୁ ସଂପାଦନା କରିବା ପାଇଁ ଡିଜାଇନ ହୋଇଥିବା ସଫ୍ଟୱେର ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଫର୍ମାଟର ଏକ ମିଡ଼ିଆ ଫାଇଲକୁ ବଦଳାଇବା ପ୍ରକ୍ରିୟା ହେଉଛି ଡାଟାବେଣ୍ଡିଂ (କିମ୍ବା ଡାଟା ବେଣ୍ଡିଂ) । ପରିଣାମ ସ୍ୱରୂପ ସାଧାରଣତଃ ମିଡ଼ିଆରେ ବିଭ୍ରାଟ ଘଟେ, ଏବଂ ଏହି ପ୍ରକ୍ରିୟା ହୁଏତ ଏକ ବ୍ୟାପକ ବିଭାଗ ଅଧୀନରେ ରହେ, କିମ୍ବା ବାରମ୍ବାର ଗ୍ଲିଚ ଆର୍ଟରେ ନିୟୋଜିତ ହୋଇଥାଏ ।

ପ୍ରକ୍ରିୟା ଓ କୌଶଳ ସମ୍ପାଦନା

ଡାଟାବେଣ୍ଡିଂ ଶବ୍ଦଟି ସର୍କିଟ ବେଣ୍ଡିଂ ଉତ୍ପନ୍ନ ହୋଇଛି ଯେଉଁଥିରେ ପିଲାମାନଙ୍କର ଖେଳଣା, ଇଫେକ୍ଟ ପେଡ଼ାଲ ଏବଂ ଇଲେକ୍ଟ୍ରୋନିକ କିବୋର୍ଡ ଭଳି ବସ୍ତୁଗୁଡ଼ିକୁ ଇଚ୍ଛାକୃତ ଭାବେ ସର୍ଟ ସର୍କିଟ କରାଯାଇ ସର୍କିଟ ବୋର୍ଡକୁ ବୁଲାଇ ତ୍ରୁଟିପୂର୍ଣ୍ଣ ଏବଂ ସ୍ୱତଃପ୍ରବୃତ୍ତ ଧ୍ୱନି ସୃଷ୍ଟି କରିଯାଇଥାଏ । ସର୍କିଟ ବେଣ୍ଡିଂ ଭଳି ଡାଟାବେଣ୍ଡିଂ ଏହାର ଲକ୍ଷ୍ୟର ଆଚରଣ (ପ୍ରାୟତଃ ଅନାଶାତୀତ ଭାବେ) ବଦଳାଇଥାଏ । ଏକ ଭିନ୍ନ ଫର୍ମାଟର ଫାଇଲଗୁଡ଼ିକୁ ସଂପାଦନା କରିବା ପାଇଁ ଡିଜାଇନ ହୋଇଥିବା ସଫ୍ଟୱେର ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଫର୍ମାଟର ମିଡିଆ ଫାଇଲ ମଧ୍ୟରେ ସୂଚନାକୁ ହେରଫେର କରି ଡାଟାବେଣ୍ଡିଂ ଏହି ପରିବର୍ତ୍ତନ ଲାଭକରେ । ସାଧାରଣତଃ ଫଳାଫଳରେ ବିକୃତି ଘଟିଥାଏ ।

ତୁଳନାତ୍ମକ ଭାବେ କିଛି ସରଳ ପ୍ରଣାଳୀରେ ଏକ ସଙ୍କୋଚନ ଆଲଗୋରିଦମର କିଛି ଅଂଶକୁ ନିୟନ୍ତ୍ରଣ କରିବା ପାଇଁ ହେକ୍ସ ଏଡିଟର ବ୍ୟବହାର କରିବା ପାଇଁ ଅନେକ କୌଶଳ ରହିଛି । ମାଇକେଲ ବେଟାନକର୍ଟ ଏକ ସଂକ୍ଷିପ୍ତ ସୂଚନା ଦେଇଛନ୍ତି ଯାହା ସିଗନାଲ କଲଚର କୁକବୁକରେ ଅନ୍ତର୍ଭୁକ୍ତ ଓ ତାହା ଏକ ଷୋଡ଼ଶମିକ (ହେକ୍ସାଡେସିମାଲ) ସମ୍ପାଦନା ପ୍ରୋଗ୍ରାମଦ୍ୱାରା ଡିଜିଟାଲ ଫାଇଲର ପ୍ରତ୍ୟକ୍ଷ ହେରଫେର ସହ ଜଡ଼ିତ । ଛବି ଫାଇଲଗୁଡ଼ିକର ର' ଡାଟା ବ୍ୟାଖ୍ୟାକୁ ବିକୃତ କରିବା ପାଇଁ ଅଡିଓ ଏଡିଟିଂ ସଫ୍ଟୱେର ମାଧ୍ୟମରେ ଅଡିଓ ଇଫେକ୍ଟଗୁଡ଼ିକ ଯୋଡ଼ିବାରେ ଏହିପରି ଏକ ପଦ୍ଧତି ବ୍ୟବହାର କରାଯାଏ । କିଛି ପ୍ରଭାବ ଅପ୍ଟିକାଲ ଆନାଲଗ ସୃଷ୍ଟି କରେ: ଏକ ଫଟୋର ଏକ ଇକୋ ଫିଲ୍ଟର ନକଲ ଉପାଦାନ ଯୋଡ଼ିବା, ଏବଂ ଏକ ଇନଭର୍ସନ ଯୋଡ଼ିବାଦ୍ୱାରା ଏକ ପ୍ରତିଛବି ଓଲଟିଯିବା । ସମାନତାସବୁ ଉପରୁ ତଳ ପର୍ଯ୍ୟନ୍ତ କ୍ରମରେ ଓ ଏକ ରୈଖିକ ଢାଞ୍ଚାରେ ପିକ୍ସେଲର ସ୍ତର ସହିତ ଅନୁରୂପ ଭାବେ ଥିବା ୱେଭଫର୍ମରୁ ବାହାରିଥାଏ । ଅନ୍ୟ ଏକ ପଦ୍ଧତି “ୱାର୍ଡପ୍ୟାଡ୍ ଇଫେକ୍ଟ” ଭାବେ ପରିଚିତ ଓ ତାହା ର' ଡାଟାକୁ ରିଚ ଟେକ୍ସଟ ଫର୍ମାଟରେ ରୂପାନ୍ତର କରି ପ୍ରତିଛବିଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ୱାର୍ଡପ୍ୟାଡ ପ୍ରୋଗ୍ରାମ ବ୍ୟବହାର କରିଥାଏ ।

ଆଧାର ସମ୍ପାଦନା