ଡାଏନା ପେଣ୍ଟୀ

ଭାରତୀୟ ଅଭିନେତ୍ରୀ

ଡାଏନା ପେଣ୍ଟୀ‌ (ଜନ୍ମ: ୨ ନଭେମ୍ବର ୧୯୮୫) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ମୁମ୍ବାଇରେ ଜନ୍ମ ହୋଇଥିବା ଡାଏନା ସେଣ୍ଟ ଜାଭିଅର କଲେଜ, ମୁମ୍ବାଇରୁ ତାଙ୍କ ଶିକ୍ଷା ଶେଷ କରିଥିଲେ । କଲେଜରେ ପଢ଼ିବା ବେଳେ ଡାଏନା ମଡେଲିଂରେ ଯୋଗଦେଇଥିଲେ ।

ଡାଏନା ପେଣ୍ଟୀ
ଡାଏନା ପେଣ୍ଟୀ
Born (1985-11-02) ୨ ନଭେମ୍ବର ୧୯୮୫ (ବୟସ ୩୮)
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୫–ଏବେଯାଏଁ

ପରେ ପରେ ସେ ୨୦୦୫ରେ ସମ୍ପୂର୍ଣ୍ଣରୂପେ ମଡେଲିଂରେ ଯୋଗଦେଇଥିଲେ ଏବଂ ଇଲାଇଟ୍ ମଡେଲ୍‌ସ୍ ଇଣ୍ଡିଆ ସଂସ୍ଥା ସ‌ହ ଏକ ଚୁକ୍ତି କରିଥିଲେ । ଏହପରେ ସେ କିଛି ରାମ୍ପରେ ଭାରତର ପ୍ରମୁଖ ଡିଜାନରଙ୍କ ପୋଷାକ ପିନ୍ଧି ଚାଲିବା ପରେ ନିଜକୁ ମଡେଲିଂରେ ପ୍ରତିଷ୍ଠିତ କରାଇପାରିଥିଲେ । ୨୦୧୨ରେ ଡାଏନା ‌କ‌କ୍‌ଟେଲ‌ କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପାଇଁ ମନୋନୀତ କରାଯାଇଥିଲା ।

ପ୍ରଥମ ଚଳଚ୍ଚିତ୍ରର ଚାରିବର୍ଷ ପରେ ସେ ପୁଣିଥରେ ୨୦୧୬ରେ ‌ହାପି ଭାଗ୍ ଯାଏଗି‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ନୋକିଆ ଏବଂ TREସେମ୍ମେର ବିଜ୍ଞାପନରେ ଅଭିନୟ କରୁଛନ୍ତି ।

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଡାଏନା ୨ ନଭେମ୍ବର ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପାର୍ସୀ ଏବଂ ମାଆ ଜଣେ କୋଙ୍କଣୀ ।[୧][୨] ସେ ମୁମ୍ବାଇର ସେଣ୍ଟ ଆଗ୍ନେସ୍ ହାଇସ୍କୁଲରେ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସେଣ୍ଟ ଜାଭିଅର କଲେଜରୁ ଗଣଯୋଗାଯୋଗରେ ସ୍ନାତକ ହାସଲ କରିଥିଲେ ।[୩][୪]

ମଡେଲିଂ ଜୀବନ ସମ୍ପାଦନା

ଡାଏନା କଲେଜରେ ପଢ଼ୁଥିବାବେଳେ ଇଲାଇଟ୍ ମଡେଲ ମ୍ୟାନେଜମେଣ୍ଟକୁ ତାଙ୍କର ଫଟୋ ପଠାଇଥିଲେ ଏବଂ ସେଠାରେ ତାଙ୍କୁ ମଡେଲ ଭାବରେ କାମ କରିବାରୁ ପ୍ରସ୍ତାବ ଦେଇଥିଲେ । ତେଣୁ ସେ କଲେଜରେ ପଢ଼ିବା ସ‌ହ ମଡେଲିଂ ପାଇଁ କିଛି ସମୟ ଦେଉଥିଲେ ।[୫] ଏହାପରେ ୨୦୦୫ରେ ସେ ଇଲାଇଟ ମଡେଲ ଇଣ୍ଡିଆ ସ‌ହ ସମ୍ପୁର୍ଣ୍ଣରୂପେ ଯୋଡ଼ିହୋଇଥିଲେ ଏବଂ ଇଣ୍ଡୋ-ଇଟାଲିଆନ ଫେସନ ମେଳାରେ ସେ ତାଙ୍କର ମଡେଲିଂ ଜୀବନ ଆରମ୍ଭ କରିଥିଲେ ।[୬] ଏହାପରେ ସେ ଅନେକ ଭାରତୀୟ ଡିଜାଇନର୍‌ଙ୍କ ପାଇଁ ମଡେଲିଂ କରିଥିଲେ ।[୭] ୨୦୦୭ ସୁଦ୍ଧା ଭାରତୀୟ ଗଣମଧ୍ୟମର ବିଭିନ୍ନ ଖବରକାଜଗରେ ଏବଂ ପତ୍ରିକାରେ ତାଙ୍କ ଫଟୋ ବାହାରିଥିଲା । ଅନେକ ବଡ଼ ବଡ଼ ପତ୍ରିକାରେ ତାଙ୍କ ଫଟୋ ବାହାରିବା ସ‌ହ ମଡେଲିଂରେ ସେ ନିଜକୁ ସୁଦୃଢ଼ କରାଇପାରିଥିଲେ ।[୮][୯]

୨୦୦୭ରେ ଡାଏନାକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ମଡେଲିଂ କରିବା ପାଇଁ ସୁଯୋଗ ମିଳିଥିଲା । ଆନ୍ତର୍ଜାତୀୟସ୍ତରରେ ‌ମେବେଲ୍ଲିନେ‌, ‌ଗାର୍ନିୟର୍‌, ‌ଫୋର୍ଭର ୨୧‌ ଭଳି ଜିନିଷର ବିଜ୍ଞାପନରେ ଡାଏନା ଅଭିନୟ କରିଥିଲେ ।[୯] ଡାଏନାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ମଡେଲିଂର ସୁଯୋଗ ମିଳିବା ପରେ ଇଲାଇଟ୍ ମଡେଲ୍‌ସ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଷମା ପୁରି ତାଙ୍କୁ ପ୍ରଶଂସା କରିବା ସ‌ହ କ‌ହିଥିଲେ କି ଡାଏନାଙ୍କ ମୁଖ ଏବଂ ଗୁଣ ତାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ସଫଳ କରାଇବ ।[୧୦] ମଡେଲିଂ ସ‌ମୟରେ ଡାଏନାଙ୍କୁ ଚଳଚ୍ଚିତ୍ରରରେ ଅଭିନୟର ସୁଯୋଗ ମିଳିଥିଲା । ମାତ୍ର ସେ ମଡେଲିଂରେ ଅଧିକ ଧ୍ୟାନ ଦେଇଥିଲ ଏବଂ ଚଲଚ୍ଚିତ୍ରରେ ଅଭିନୟରୁ ଦୂରେଇ ର‌ହିଥିଲେ ।[୧୧] ୨୦୦୮ରୁ ୨୦୧୧ ମଧ୍ୟରେ ଡାଏନା ଅନେକ ଆନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ୟାରିସ୍ ଫ୍ୟାସନ୍ ଉଇକ୍ ଏବଂ ନିଉ ୟର୍କ ଫ୍ୟାସନ ଉଇକ୍‌ ଭଳି ବଡ଼ ବଡ଼ କାର୍ଯ୍ୟକ୍ରମରେ ସେ ଭାଗନେଇଥିଲେ ।[୧୨][୧୩]

ଅଭିନୟ ଜୀବନ ସମ୍ପାଦନା

ଡାଏନା ତାଙ୍କର ପ୍ରଥମ ଅଭିନୟ ହିନ୍ଦୀ କଥାଚିତ୍ର ରକ୍‌‌ଷ୍ଟାର ଜରିଆରେ ଆରମ୍ଭ କରିବାର ଥିଲା, ମାତ୍ର ଏହି କଥାଚିତ୍ର ପାଇଁ ଡାଏନା ମନା କରିଥିଲେ, ତେଣୁ ରଣବୀରଙ୍କ ସାଙ୍ଗରେ ନର୍ଗିସ୍ ଫକ୍‌ରେଙ୍କୁ ନିଆଯାଇଥିଲା । [୧୪] ପରେ ସେ ୨୦୧୨ରେ ହିନ୍ଦୀ କଥାଚିତ୍ର ‌କ‌କ୍‌ଟେଲ୍‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।[୧୫] ଏହି ଚଳଚ୍ଚିତ୍ରରେ ଡାଏନାଙ୍କ ସ‌ହ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ପାଦୁକୋନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଡାଏନାଙ୍କ ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୧୬][୧୭][୧୮] ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା ।[୧୯]

ଚାରିବର୍ଷ ପରେ ଡାଏନା ତାଙ୍କର ୨ୟ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୬ରେ ସେ ‌ହାପି ଭାଗ୍ ଯାଏଗି‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୨୦] ଏହି ଚଳଚ୍ଚିତ୍ରଟି ମିଶ୍ରିତ ମନ୍ତବ୍ୟ ପାଇଥିଲା ।[୨୦][୨୧][୨୨][୨୩]

୨୦୧୭ରେ ଡାଏନାଙ୍କର ଦୁଇଟି କଥାଚିତ୍ର ମୁକ୍ତିଲାଭ କରିବାର ଅଛି । ନିଖିଳ ଆଡଭାନୀଙ୍କର ଚଳଚ୍ଚିତ୍ର ‌ଲକ୍ଷ୍ନୋ ସେଣ୍ଟ୍ରାଲ‌ରେ ଫରହାନ ଅଖତାରଙ୍କ ସ‌ହ ସେ ଅଭିନୟ କରୁଛନ୍ତି ।[୨୪] ହାପି ଭାଗ୍ ଯାଏଗିର ଆଗାମୀ ଭାଗରେ ଡାଏନା ଅବିନୟ କରିବେ ବୋଲି ନିଶ୍ଚିତ କରିଛନ୍ତି ।[୨୫]

ଅଭିନୀତ କଥାଚିତ୍ର ସମ୍ପାଦନା

  • ୨୦୧୨: କ‌କ୍‌ଟେଲ୍
  • ୨୦୧୬: ହାପି ଭାଗ୍ ଯାଏଗି

ଆଧାର ସମ୍ପାଦନା

  1. "Diana Penty". Fashion Model Directory. Retrieved 13 May 2017.
  2. Agrawal, Rati (27 April 2013). "Bollywood Celebs with Inter-Faith Parents". iDiva. Retrieved 13 May 2017.
  3. Jajoo, Amar A. (8 February 2013). "Bollywood actors who have good academic background". The Times of India. Archived from the original on 12 August 2013. Retrieved 30 September 2013.
  4. Ajmera, Ankit (29 August 2012). "Diana Penty has a huge appetite for desserts". The Times of India. Archived from the original on 2 December 2013. Retrieved 13 May 2017.
  5. Sharma, Viseshika (January 2013). "Flaming Blush". Verve (magazine). Retrieved 13 May 2017.
  6. Hari, Veena (21 September 2006). "These faces have made their mark". Rediff.com. Retrieved 13 May 2017.
  7. "Acting is more demanding, says Diana Penty". Hindustan Times. 30 January 2013. Archived from the original on 1 February 2013. Retrieved 13 May 2017.
  8. "Debut Deck: Diana Penty". MSN. 11 July 2012. Archived from the original on 28 July 2014. Retrieved 13 May 2017.
  9. ୯.୦ ୯.୧ Singh, Prashant (18 June 2009). "Indian sizzler for New York fashion runway". India Today. Retrieved 13 May 2017.
  10. "Indian model Diana Penty is new brand ambassador of Maybelline". BNO News. 12 December 2008. Archived from the original on 3 December 2013. Retrieved 13 May 2017.
  11. "Diana replaces Deepika as a brand ambassador!". The Indian Express. 22 December 2008. Retrieved 13 May 2017.
  12. Singh, Prashant (9 July 2012). "Diana Penty quits ramp for Bollywood". Hindustan Times. Archived from the original on 3 December 2013. Retrieved 13 May 2017.
  13. Prabhu, Vidya (21 August 2009). "Models in India are very impatient, says Diana Penty". Daily News and Analysis. Retrieved 13 May 2017.
  14. Saini, Minakshi (21 July 2012). "Rockstar was offered to me first: Diana Penty". Hindustan Times. Archived from the original on 23 August 2012. Retrieved 13 May 2017.
  15. "Ranbir's girl goes to Saif". 6 April 2011. Retrieved 13 May 2017.
  16. Adarsh, Taran (13 July 2012). "Cocktail (2012) Review". Bollywood Hungama. Retrieved 13 May 2017.
  17. Sen, Raja (13 July 2012). "Review: Cocktail is let down by its inane plot". Rediff.com. Retrieved 13 May 2017.
  18. Chopra, Anupama (13 July 2012). "Anupama Chopra's review: Cocktail". Hindustan Times. Archived from the original on 14 July 2012. Retrieved 13 May 2017.
  19. "Box Office Earnings 10/08/12 - 16/08/12". Box Office India. Archived from the original on 25 August 2012. Retrieved 13 May 2017.
  20. ୨୦.୦ ୨୦.୧ Upadhyay, Karishma (24 September 2016). "Diana is happy". The Telegraph. Retrieved 13 May 2017.
  21. Goswami, Parismita (19 August 2016). "'Happy Bhag Jayegi' review round-up: Here is what critics have to say about Abhay Deol and Diana Penty's film". International Business Times. Retrieved 13 May 2017.
  22. Bhatnagar, Rohit (19 August 2016). "Happy Bhag Jayegi movie review: A perfect family entertainer". Deccan Chronicle. Retrieved 13 May 2017.
  23. Vetticad, Anna M.M. (19 August 2016). "Happy Bhag Jayegi review: Diana Penty brims with potential; film is funny, but forgettable". Firstpost. Retrieved 13 May 2017.
  24. "Diana Penty to play an NGO worker in 'Lucknow Central'". Daily News and Analysis. 22 February 2017. Retrieved 13 May 2017.
  25. "Confirmed! Abhay Deol and Diana Penty's 'Happy Bhaag Jayegi' to have a sequel!". Daily News and Analysis. 15 February 2017. Retrieved 13 May 2017.

ଅଧିକ ତ‌ଥ୍ୟ ସମ୍ପାଦନା