ଡାଇଇଥାଇଲକାର୍ବାମାଜିନ

ଡାଇଇଥାଇଲକାର୍ବାମାଜିନ (ଇଂରାଜୀ ଭାଷାରେ Diethylcarbamazine ବା DEC) ଏକ ଔଷଧ ଯାହା ଲିମ୍ଫାଟିକ ଫାଇଲେରିଆସିସ (lymphatic filariasis) ଭଳି ଫାଇଲେରିଆସିସ (filariasis), ଟ୍ରପିକାଲ ପଲମୋନାରି ଇଓସିନୋଫିଲିଆ (tropical pulmonary eosinophilia) ଓ ଲୋଇଆସିସ (loiasis) ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଲୋଇଆସିସ ରୋଗ ସଙ୍କଟାପନ୍ନ ସ୍ଥାନମାନଙ୍କରେ ଏହା ପ୍ରତିଷେଧ ନିମନ୍ତେ ଦିଆଯାଇପାରେ ।[୧] ଅଙ୍କୋସର୍ସିଆସିସ (onchocerciasis ବା river blindness) ରୋଗରେ ଏହା ଦିଆଯାଉଥିଲେ ମଧ୍ୟ ସେଥିନିମନ୍ତେ ଇନଭରମେକ୍‌ଟିନ (invermectin) ଔଷଧକୁ ଅଧିକ ପସନ୍ଦ କରାଯାଏ ।[୨] ଏହାକୁ ପାଟିରେ ଦିଆଯାଏ ।[୩]

ଡାଇଇଥାଇଲକାର୍ବାମାଜିନ
Clinical data
SynonymsN, N-diethyl-4-methyl-1-piperazine carboxamide
AHFS/Drugs.comMicromedex Detailed Consumer Information
ATC code
Legal status
Legal status
  • ℞ (Prescription only)
Identifiers
  • N,N-diethyl-4-methylpiperazine-1-carboxamide
CAS Number
PubChem CID
DrugBank
ChemSpider
UNII
KEGG
ChEMBL
ECHA InfoCard100.001.840 Edit this at Wikidata
Chemical and physical data
FormulaC10H21N3O
Molar mass199.293 g/mol
3D model (JSmol)
  • C1CN(C)CCN1C(=O)N(CC)CC
  • InChI=1S/C10H21N3O/c1-4-12(5-2)10(14)13-8-6-11(3)7-9-13/h4-9H2,1-3H3 checkY
  • Key:RCKMWOKWVGPNJF-UHFFFAOYSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ମୁଖ ଫୁଲା, ମୁଣ୍ଡବଥା ଥକ୍କା ଅନୁଭବ ଇତ୍ୟାଦି ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟିହାନୀ (vision loss) ଓ ମୁଣ୍ଡବୁଲା (dizziness) ହୋଇପାରେ ।[୪] ଏହା ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମ‌ୟରେ ଦିଆଯାଇପାରେ ଓ ଶିଶୁ ନିମନ୍ତେ ନିରାପଦ ।[୫][୬] କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ଏହାକୁ ଗର୍ଭାବସ୍ଥା ପରେ ଦେବାକୁ ସୁପାରିସ କରେ ।[୨] ଏହା ପିପେରାଜିନରୁ piperazine ପ୍ରସ୍ତୁତ କରାଯାଏ ।[୭]

ସନ ୧୯୪୭ରେ ଡାଇଇଥାଇଲକାର୍ବାମାଜିନ ଆବିଷ୍କାର କରାଯାଇଥିଲା । [୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୧ ଆମେରିକୀୟ ଡଲାରରୁ କମ୍ ।[୩] ବ୍ୟବସାୟୀକ ଭିତ୍ତିରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ମିଳେନାହିଁ କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲରେ (Center for Disease Control) ମିଳେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Our Formulary Infectious Diseases Laboratories CDC". www.cdc.gov. 22 September 2016. Retrieved 7 December 2016.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 91. ISBN 9789241547659.
  3. ୩.୦ ୩.୧ "Diethylcarbamazine Citrate". International Drug Price Indicator Guide. Retrieved 1 December 2016.[permanent dead link]
  4. "Diethylcarbamazine Advanced Patient Information - Drugs.com". www.drugs.com. Retrieved 8 December 2016.
  5. Sweet, Richard L.; Gibbs, Ronald S. (2009). Infectious Diseases of the Female Genital Tract (in ଇଂରାଜୀ). Lippincott Williams & Wilkins. p. 382. ISBN 9780781778152.
  6. Herbert-Ashton, Marilyn; Clarkson, Nancy Elaine (2005). Quick Look Nursing: Pharmacology (in ଇଂରାଜୀ). Jones & Bartlett Learning. p. 48. ISBN 9780763735951.
  7. "WHO Model Prescribing Information: Drugs Used in Parasitic Diseases - Second Edition: Helminths: Lymphatic filariasis: Diethylcarbamazine". apps.who.int. 1995. p. 152. Retrieved 8 December 2016.
  8. Busvine, James (2012). Disease Transmission by Insects: Its Discovery and 90 Years of Effort to Prevent it (in ଇଂରାଜୀ). Springer Science & Business Media. p. 260. ISBN 9783642457166.
  9. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.