ଡଲି ଅନବର

ବଙ୍ଗଳାଦେଶର ଅଭିନେତ୍ରୀ

ଡଲି ଅନବର (୧ ଜୁଲାଇ ୧୯୪୮- ୩ ଜୁଲାଇ ୧୯୯୧) ଜଣେ ବଙ୍ଗଳାଦେଶି ମଞ୍ଚ, ଦୂରଦର୍ଶନ ଏବଂ କଥାଚିତ୍ର ଅଭିନେତ୍ରୀ ଥିଲେ । ଏତଦ ବ୍ୟତୀତ ସେ ସାତଦିନ ପତ୍ରିକାର ଲେଖିକା ଏବଂ ସମ୍ପାଦକ ଥିଲେ । ୧୯୭୯ରେ ତାଙ୍କୁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସୁର୍ଯୋ ଦିଘଲ ବାରି ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧]

ଡଲି ଅନବର
ডলি আনোয়ার
ଜନ୍ମ
ଡଲି ଇବ୍ରାହିମ

(1948-07-01)ଜୁଲାଇ ୧, ୧୯୪୮
ଜେସୋର, ପୂର୍ବ ବଙ୍ଗଳା, ଡୋମିନିଅନ୍ ଅଫ୍ ପାକିସ୍ତାନ
ମୃତ୍ୟୁ୩ ଜୁଲାଇ ୧୯୯୧(1991-07-03) (ବୟସ ୪୩)
ଜାତୀୟତାବଙ୍ଗଳାଦେଶି
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୪ – ୧୯୯୧
ବୈବାହିକ-ସାଥୀ
ଅନବର ହୁସେନ
(m. ୧୯୭୯)
ପିତାମାତାs
  • ମହମଦ ଇବ୍ରାହିମ (father)
  • ନିର୍ମଳା ଇବ୍ରାହିମ (mother)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଡଲି ଅନବର ୧ ଜୁଲାଇ ୧୯୪୮ରେ ଉତ୍ତର ବଙ୍ଗଳାର ଯେସୋରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ନିଲିମା ଇବ୍ରାହିମ ଜଣେ ରାଜନିତୀଜ୍ଞ ଥିଲେ ଏବଂ ବାପା ଥିଲେ ମହମଦ ଇବ୍ରାହିମ । ପ୍ରାକ୍ତନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସାମ୍ବାଦିକ ଅଲାମଗିରି କବିରଙ୍କର ଭାଉଜ ଥିଏଲ ଡଲି ଅନବର । ୧୯୭୦ ଦଶକରେ ସେ ଢାକା ବିଶ୍ୱବିଦ୍ୟାଳୟରୁ ବଙ୍ଗଳା ସାହାତ୍ୟରେ ସ୍ନାତକ ହାସଲ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

ଡଲି ଅନବର ଛୋଟବେଳୁ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ପ୍ରଥମେ ମଞ୍ଚ ଅଭିନୟ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ଡଲି ମାତ୍ର ୧୩ ବର୍ଷ ବୟସରେ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହା ପରେ ୧୬ ବର୍ଷ ବୟସରେ ଡଲି ବଙ୍ଗଳାଦେଶର ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ବଙ୍ଗଳା ଦୂରଦର୍ଶନ ଧାରାବାହିକ ଅକ୍ତଳ ଡୋଟଳରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ପ୍ରେଫେସର ମୁନୀର ଚୌଧୁରୀ ରଚନା କରିଥିଲେ । ସେ ୧୯୮୦ ଦଶକରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ସୁର୍ଯୋ ଦିଘଲ ବରି ଚଳଚ୍ଚିତ୍ର ଜରିଆରେ ସେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୧୯୮୬ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦ‌ହନ ମୁକ୍ତିଲାଭ କରିଥିଲା । ଏଥି ସ‌ହ ସେ ଅନେକ ଛୋଟ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ୧୯୮୦ ଦଶକରେ ବଙ୍ଗଳାଦେଶର ରାଜନୈତିକ ବ୍ୟବସ୍ଥାର ବିରୋଧ କରିବାରୁ ଡଲିଙ୍କୁ ଅନେକ ସମୟରେ ବିଭିନ୍ନ ଚଳଚ୍ଚିତ୍ରରୁ ବାହାର କରି ଦିଆ ଯାଇଥିଲା । ଏମିତି ତାଙ୍କୁ ଅଭିନେତ୍ରୀ ଭାବରେ କୌଣସି ଚଳଚ୍ଚିତ୍ରରେ କାମ ମିଳିନଥିଲା । ଫଳରେ ସେ ୧୯୮୦ରୁ ୧୯୯୦ ମଧ୍ୟ ଏକ ସାପ୍ତାହିକ ପତ୍ରିକାର ଲେଖକ ଏବଂ ସମ୍ପାଦକ ଭାବରେ କର୍ଯ୍ୟ କରିଥିଲେ । ଏହି ପତ୍ରିକାଟିର ନାମ ଥିଲା 'ସାତଦିନ' ।

ପୁରସ୍କାର ସମ୍ପାଦନା

୧୯୭୯ରେ ଡଲି ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସେ ଶ୍ରେଷ୍ଠ ନାରୀ ଅଭିନେତ୍ରୀ ଭାବରେ ଜାତୀୟ ପୁରସ୍କାର ପାଇଥିଲେ । ସେହିବର୍ଷ ତାଙ୍କୁ ସାମ୍ବାଦିକ ସଂଘ ତରଫରୁ ଆୟୋଜନ କରାଯାଉଥିବା ପୁରସ୍କାର ଉତ୍ସବରେ ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିଲା । ୧୯୮୭ରେ ତାଙ୍କୁ ୟୁନେସ୍କୋ ତରଫରୁ ଫଟୋଗ୍ରାଫି ପୁରସ୍କାର ପ୍ରଦାନ କରାଯାଇଥିଲା ।

ନିଜସ୍ୱ ଜୀବନ ଏବଂ ମୃତ୍ୟୁ ସମ୍ପାଦନା

ଡଲି ଅନବର ୧୯୬୬ରେ ରଜିଉଦ୍ଦିନ ଅହମଦଙ୍କୁ ବିବାହ କରିଥିଲେ । ଅହମଦ ଜଣେ ଛାତ୍ର ନେତା ଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ରାଜନିତୀଜ୍ଞା ସାଜିଥିଲେ । ଉଭୟ ଦମ୍ପତିଙ୍କର ୧୯୭୨ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତା'ର ନାମ ରାଜିବ ଅହମଦ ପାର୍ଥ । ଏହି ଦମ୍ପତିଙ୍କର ୧୯୭୯ରେ ବିବାହ ବିଚ୍ଛେଦ ହୋଇଥିଲା ଏବଂ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହାପରେ ଡଲି ଅନବର ହୁସେନ‌ଙ୍କୁ ବିବାହ କରିଥିଲେ । ହୁସେନ ଜନେ ଛାୟାଚିତ୍ରକାର ଏବଂ ଚଳଚ୍ଚିତ୍ରରେ କାର୍ଯ୍ୟ କରୁଥିଲେ ।[୨]

୩ ଜୁଲାଇ ୧୯୯୧ରେ ଡଲି ଅନବର ଆତ୍ମହତ୍ୟା କରିଥିଲେ । ସେ ଘରେ ପେଟରେ ଯନ୍ତ୍ରଣା ଅନୁଭ କରିବା ଫଳରେ ତାଙ୍କୁ ଢାକା ମେଡିକାଲ କଲେଜ ଏବଂ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା । ସେହିଦିନ ରାଇତରେ ସେ ସେଇଠି ପ୍ରାଣ ହରାଇଥିଲେ ।

ଆଧାର ସମ୍ପାଦନା

  1. Rashed Shawon (August 14, 2012). "চার দশকে আমাদের সেরা চলচ্চিত্রগুলো". bdnews24.com (in Bengali). Archived from the original on January 27, 2013. Retrieved August 26, 2016.
  2. "আনোয়ার হোসেন". Gunijan. Retrieved 26 August 2016.