ଟ୍ୱିଙ୍କଲ କାଳିଆ (ଜନ୍ମ ୧୯୮୨) ଜଣେ ଭାରତୀୟ ମହିଳା, ସେ ଦିଲ୍ଲୀରେ ରୁହନ୍ତି । ସେ ଆମ୍ବୁଲାନ୍ସକୁ ପାଣ୍ଠି ଯୋଗାଇବା ସହିତ ଆମ୍ବୁଲାନ୍ସ ମଧ୍ୟ ଚଳାନ୍ତି । ତାଙ୍କୁ ୨୦୧୭ ମସିହାରେ ମହିଳାମାନଙ୍କ ପାଇଁ ସର୍ବୋଚ୍ଚ ପୁରସ୍କାର ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]

ଟ୍ୱିଙ୍କଲ କାଳିଆ
ଜନ୍ମ୧୯୮୨
ଜାତୀୟତାଭାରତୀୟ
ବୃତ୍ତିବୀମା ବିକ୍ରୟ
ପ୍ରସିଦ୍ଧିଏକ ମାଗଣା ଆମ୍ବୁଲାନ୍ସ ସେବା ଚଳାଉଛନ୍ତି
ବୈବାହିକ-ସାଥୀହିମାଙ୍ଗସୁ କାଳିଆ

ଜୀବନୀ ସମ୍ପାଦନା

କାଳିଆ ୧୯୮୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ୨୦୦୨ ମସିହାରେ ଯେତେବେଳେ ତାଙ୍କର ବିବାହ ଠିକ ହୋଇଥିଲା ସେ କହିଥିଲେ ଯେ ସେ କୌଣସି ଯୌତୁକ ଚାହୁଁ ନାହାଁନ୍ତି, କିନ୍ତୁ ସେ ଭଡାରେ ଆମ୍ବୁଲାନ୍ସ ଚଳାଉଛନ୍ତି ଏବଂ ସେ ଆମ୍ବୁଲାନ୍ସକୁ ନିଜର କରିବାକୁ ଚାହୁଁଛନ୍ତି । ସେ ୧୪ ବର୍ଷରେ କାମ କରିବା ଆରମ୍ଭ କରିଦେଇଥିଲେ, କାରଣ ତାଙ୍କ ପିତା ୬ ବର୍ଷ ପାଇଁ କୋମାକୁ ଚାଲିଯାଇଥିଲେ । ଯଦି ତାଙ୍କ ପରିବାର ଆମ୍ବୁଲାନ୍ସ ଖୋଜିବାରେ ଅଧିକ ସମୟ ନଷ୍ଟ କରିନଥାନ୍ତେ, ସେ ବୋଧହୁଏ କୋମାରେ ନଥାନ୍ତେ ।[୨]

କାଳିଆଙ୍କ ଅନୁଭୂତି ଥିଲା, ଯେତେବେଳେ ସେ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ସେତେବେଳେ ସେ ଆମ୍ବୁଲାନ୍ସ ଏବଂ ଯତ୍ନର ମୂଲ୍ୟ ଅନୁଭବ କରିଥିଲେ । ସେ ଏବଂ ତାଙ୍କ ସ୍ୱାମୀ ଦୁହେଁ ଜୀବିକା ପାଇଁ ବୀମା ବିକ୍ରୟ କରନ୍ତି କିନ୍ତୁ ଆମ୍ବୁଲାନ୍ସ କିଣିବା ଏବଂ ଚଳାଇବାରେ ସେମାନେ ସେମାନଙ୍କର ସମସ୍ତ ନଗଦ ଟଙ୍କା ରଖିଛନ୍ତି । କାଳିଆ ଜଣ୍ଡିସରେ ମଧ୍ୟ ପୀଡିତ ଥିଲେ ଯାହା ଅପରିଷ୍କୃତ ଡ୍ରେନଦ୍ୱାରା ଘଟିଥିବାର ସେ ବିଶ୍ୱାସ କରନ୍ତି । ସେ ଅଭିଯୋଗ କରିଥିଲେ କିନ୍ତୁ କିଛି ଘଟି ନଥିଲା ଏବଂ ସେ ଚିନ୍ତା କରିଥିଲେ ଯେ ରାଜନେତା ହେବା ଏକମାତ୍ର ଉପାୟ । କାଳିଆ ୨୦୧୭ ମସିହାରେ ସ୍ଥାନୀୟ ପରିଷଦ ପାଇଁ ଛିଡା ହୋଇଥିଲେ ।[୩]

ତାଙ୍କୁ ୨୦୧୯ ମସିହାରେ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । "୨୦୧୮" ମସିହା ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ରାଷ୍ଟ୍ରିୟ ଭବନରେ ପ୍ରଦାନ କରାଯାଇଥିଲା । ସେହି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ ।[୪]

ଆଧାର ସମ୍ପାଦନା

  1. Nitnaware, Himanshu (2021-07-02). "Free Ambulance Rides for 80000 Patients: Couple's Story of 20 Years of Sacrifices". The Better India (in ଆମେରିକୀୟ ଇଂରାଜୀ). Retrieved 2023-02-20.
  2. Pankhuri, Yadav. "How a personal loss 25 years ago inspired a mission to save lives | Delhi News - Times of India". The Times of India (in ଇଂରାଜୀ). Retrieved 2020-04-25.
  3. Banka, Richa (2017-03-21). "City's 'first woman ambulance driver' joins civic poll fray". DNA India (in ଇଂରାଜୀ). Retrieved 2020-04-25.
  4. "Nari Shakti Puraskar - Gallery". narishaktipuraskar.wcd.gov.in. Retrieved 2020-04-11.