ଟୋରୀ ବର୍ଚ (ଜନ୍ମ: ୧୭ ଜୁନ୍ ୧୯୬୬) ଜଣେ ଆମେରିକୀୟ ଫ୍ୟାସନ ଡିଜାଇନର୍ ଏବଂ ବ୍ୟବସାୟୀ ମହିଳା ଏବଂ ପରୋପକାରୀ, ଯିଏକି ଅନେକ ଫ୍ୟାସନ ଡିଜାଇନିଂ ପୁରସ୍କାର ଜିତିଛନ୍ତି ।[୩] ସେ ତାଙ୍କର ନିଜର ବ୍ୟବସାୟ ଟୋରୀ ବର୍ଚ ଏଲ୍.ଏଲ୍.ସିର ଅଧକ୍ଷ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଡିଜାଇନର୍ । ୨୦୧୫ରେ ଫୋରବେସ୍ଦ୍ୱାରା ହୋଇଥିବା ସର୍ଭେକ୍ଷଣ ଅନୁସାରେ ତାଙ୍କୁ ବିଶ୍ୱର ୭୩ତମ ଶକ୍ତିଶାଳୀ ମହିଳା ଭାବରେ ସ୍ଥାନିତ କରାଯାଇଥିଲା ।[୪]

ଟୋରୀ ବର୍ଚ
୨୦୦୯ରେ ଭାରତରେ ଟୋରୀ, ସେତେବେଳେ ସେ ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଏସିଆ ଦେଶଗୁଡ଼ିକ ଭ୍ରମଣରେ ଥିଲେ
Born
Tory Robinson

(1966-06-17) ୧୭ ଜୁନ ୧୯୬୬ (ବୟସ ୫୭)
ଭେଲ୍ଲୀ ଫର୍ଗ, ପେନ୍ନସ୍ୟାଲାବାନିଆ, ଯୁକ୍ତରାଷ୍ଟ୍ର ଆମେରିକା
Educationପେନ୍ନେସ୍ୟାଲାବାନିଆ ବିଶ୍ୱବିଦ୍ୟାଳୟ, (କଳାରେ ସ୍ନାତକ)
Occupation(s)ଫ୍ୟାସନ୍ ଡିଜାଇନରା୍
ଟୋରୀ ବର୍ଚ ଏଲ୍.ଏଲ୍.ସିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଡିଜାଇନର୍[୧]
Known forଟୋରୀ ବର୍ଚ ଲାଇନ୍ ଅଫ୍ କ୍ଲଥିଙ୍ଗ୍ ଆଣ୍ଡ ଆସେସରୀସ୍
Spouse(s)ଉଇଲିୟମ୍ ମାକ୍‌ଲୋୱେ (୧୯୯୩; ବିବାହ ବିଚ୍ଛେଦ)
ଜେ. କ୍ରିଷ୍ଟିଫର୍ ବର୍ଚ (୧୯୯୬-୨୦୦୬; ବିବାହ ବିଚ୍ଛେଦ)
Awards୨୦୦୫ ରାଇଜିଂ ଷ୍ଟାର, ଫ୍ୟାସନ ଗ୍ରୁପ୍ ଇଣ୍ଟନ୍ୟାସନାଲ୍;
୨୦୦୭ ଆସେସରୀ ବ୍ରାଣ୍ଡ୍ ଲଞ୍ଚ୍ ଆୱାର୍ଡ଼, ଆସେସରୀସ୍ କାଉନ୍‌ସିଲ୍ ଆୱାର୍ଡ଼;
୨୦୦୮ ଆସେସରୀସ୍ ଡିଜାଇନର୍ ଓଫ ଦ ଇୟର, କାଉନ୍‌ସିଲ୍ ଅପ୍ ଫ୍ୟାସନ ଡିଜାଇନର୍ ଅପ୍ ଆମେରିକା

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ଟୋରୀ ବର୍ଚ ଯୁକ୍ତରାଷ୍ଟ୍ର ଆମେରିକାର ଭେଲ୍ଲୀ ଫର୍ଗ, ପେନ୍ନସ୍ୟାଲାବାନିଆଠାରେ ୧୭ ଜୁନ୍ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କର ପିତାମାତା ହେଲେ ରେବା ଏବଂ ଏରାଲ ବଡ୍ ରବିନ୍‌ସନ୍ (୧୯୨୩-୨୦୦୮) ।[୬] ସେ ତାଙ୍କର ତିନି ଭାଇଙ୍କ (ରବର୍ଟ, ଜେମ୍‌ସ୍ ଏବଂ ଲିଓନାର୍ଡ଼ୋ) ସ‌ହ ଭେଲ୍ଲୀ ଫର୍ଗ ଜାତୀୟ ଐତିହାସିକ ଉଦ୍ୟାନ ପାଖରେ ଥିବା ୨୫୦ ବର୍ଷିଆ ପୁରୁଣା ଜର୍ଜିଆନ୍‌ରେ ବଡ଼ ହୋଇଥିଲେ ।[୭]

ତାଙ୍କ ବାପା ଜଣେ ଧନୀକ ନିବେଶକ ଥିଲେ ଯିଏକି ଶେୟାର ବଜାର ଏବଂ ବିଭିନ୍ନ ସଂସ୍ଥାରେ ନିବେଶ କରୁଥିଲେ । ସେ ରେବାଙ୍କୁ ବିବାହ କରିବା ପୂର୍ବରୁ ଗ୍ରେସ୍ କେଲ୍ଲୀ ଏବଂ ଜୋଆନ୍ ବେନେଟ୍‌ଙ୍କ ସ‌ହ ସମ୍ପର୍କରେ ଥିଲେ । ଏହାପରେ ସେ ରେବାଙ୍କୁ ବିବାହ କରିଥିଲେ, ଯିଏକି ଜଣେ ଅଭିନେତ୍ରୀ ଥିଲେ । ରେବା ମଧ୍ୟ ବିବାହ ପୂର୍ବରୁ ଷ୍ଟିଭ୍ ମାକ୍‌କୁଇନ୍ ଏବଂ ମାର୍‌ଲୋନ୍ ବ୍ରାଣ୍ଡୋଙ୍କ ସ‌ହ ସମ୍ପର୍କରେ ଥିଲେ ।[୭] ଟୋରୀ ତାଙ୍କର ମାଆ ପକ୍ଷରୁ ଜିଉସ୍ ଥିଲେ ।[୮][୯]

ଟୋରୀ ପେନ୍ନସ୍ୟାଲାବାନିଆର ରୋସେମଣ୍ଟରେ ଥିବା ଆଗ୍ନେସ୍ ଇର୍‌ଉଇନ୍ ସ୍କୁଲରେ ପଢ଼ୁଥିଲେ । ସେ ତାଙ୍କର ସ୍କୁଲବେଳେ ଟେନିସ୍ ଦଳର ଅଧିନାୟିକା ଥିଲେ ଏବଂ ତାଙ୍କର ସାଙ୍ଗ କାରା ରୋସ୍ ଜଣେ ଅଳଙ୍କାର ଡିଜାଇନର୍ ।[୧୦] ଟୋରୀ ତାଙ୍କର ପ୍ରଥମ ଚାକିରୀ କିଙ୍ଗ୍ ଅଫ୍ ପର୍ସିଆ ମଲ୍‌ରେ ବେନେଟ୍ଟନ ସଂସ୍ଥା ଅଧିନରେ କରିଥିଲେ ।[୧୦]

ଏହାପରେ ସେ ପେନ୍ନେସ୍ୟାଲାବାନିଆ ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ ଏବଂ ସେଠାରେ ସେ କପ୍ପା ଆଲ୍ଫା ଥିଟା ମ‌ହିଳା ସଂଗଠନର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ସେହି ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ଯୋଗଦେଇଥିଲେ ଏବଂ ୧୯୮୮ ମସିହାରେ କଳାରେ ସ୍ନାତକ ହାସଲ କରିଥିଲେ ।[୭]

ବ୍ୟବସାୟ ଏବଂ ଜୀବିକା ସମ୍ପାଦନା

କଲେଜରୁ ସ୍ନାତକ ହାସଲ ପରେ ଟୋରୀ ବର୍ଚ ନିୟୁ ୟର୍କ ଚାଲିଯାଇଥିଲେ ଏବଂ ସେଠାରେ ସେ ଜଣେ ଯୁଗସ୍ଲାଭିଆନ୍ ଡିଜାଇନର୍‌ ରୋଜନ୍‌ଙ୍କ ପାଇଁ କାମ କରିଥିଲେ ।[୭] ଏହାପରେ ସେ ହରପର୍‌ସ୍ ବଜାର୍ ପତ୍ରିକା ପାଇଁ କାମ କରିଥିଲେ । ଏହାପରେ ସେ ବେରା ୟାଙ୍ଗ୍‌ରେ ଜନସମ୍ପର୍କ ଏବଂ ବିଜ୍ଞାପନ ପାଇଁ କାର୍ଯ୍ୟ କରିଥିଲେ ।[୭][୧୧] ଏହାପରେ ସେ ପୋଲୋ ରାଲଫ ଲୌରେନ୍ ଏବଂ ଲୋଏୱେ ପାଇଁ କାର୍ଯ୍ୟ କରିଥିଲେ ।[୧୨]

ଟୋରୀ ତାଙ୍କର ବ୍ୟବସାୟ ପ୍ରଥମେ "ଟି.ଆର୍.ବି. ବାଏ୍ ଟୋରୀ ବର୍ଚ" ଭାବରେ ଆରମ୍ଭ କରିଥିଲେ, ମାତ୍ର ପରେ ୨୦୦୪ରେ ସେ ଏହାର ନାମ ପରିବର୍ତ୍ତନ କରି ଟୋରୀ ବର୍ଚ ଏଲ୍.ଏଲ୍.ଚି.ଙ୍କୁ ବଦଳାଇଥିଲେ ଏବଂ ମନହାଟ୍ଟନର ନୋଲିଟା ଜିଲ୍ଲାରେ ତାଙ୍କର ପ୍ରଥମେ ଦୋକାନ ଆରମ୍ଭ କରିଥିଲେ ।[୫][୧୩][୧୪] ପ୍ରଥମ ଦିନରେ ହିଁ ତାଙ୍କର ଅନେକ କିଛି ଡିଜାଇନ୍ ବିକ୍ରି ହୋଇଥିଲା ।[୧୫][୧୬] [୧୭][୧୮]

ଟୋରୀ ତାଙ୍କର ବ୍ୟବସାୟ ଆରମ୍ଭ କରିବା ପରେ ଏହା ବ‌ହୁତ ଭଲ ସଫଳତା ସାଉଣ୍ଟିଥିଲା ଏବଂ ବିଶ୍ୱବଜାରରେ ତାଙ୍କର ୨୦୦ରୁ ଅଧିକ ଦୋକାନ ଖୋଲିଥିଲା ।[୧୯] ତାଙ୍କ ଡିଜାଇନ୍ ଭିତରେ ପିନ୍ଧିବା ପାଇଁ ପ୍ରସ୍ତୁତ ଥିବା ଜୋତା, ପୋଷାକ, ଘଣ୍ଟା, ଭେନିଟ୍ ବ୍ୟାଗ୍, ଘର ସଜା ଜିନିଷ, ସୌନ୍ଦର୍ଯ୍ୟପୂର୍ଣ୍ଣ ଜିନିଷ ଆଦି ଉପଲବ୍ଧ ।[୧୯][୧୬][୨୦]

ବୈବାହିକ ଜୀବନ ସମ୍ପାଦନା

୧୯୯୩ ମସିହାରେ ଟୋରୀ ଉଇଲିୟମ୍ ମାକ୍‌ଲୋୱେଙ୍କୁ ବିବାହ କରିଥିଲେ, ଯିଏକି ଜଣେ ଜମି ବେପାରୀ ହ୍ୟାରୀ ବି. ମାକ୍‌ଲୋୱେଙ୍କର ପୁଅ । ମାତ୍ର ପରେ ଗୋଟିଏ ବର୍ଷରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୨୧] ଏହାପରେ ୧୯୯୬ରେ ସେ ଜେ. କ୍ରିଷ୍ଟିଫର୍ ବର୍ଚଙ୍କୁ ବିବାହ କରିଥିଲେ ।[୨୨] କ୍ରିଷ୍ଟିଫର୍ ଇଣ୍ଟରନେଟ କାପିଟାଲ ସଂସ୍ଥାର ଜଣେ ନିବେଶକ ଥିଲେ ଏବଂ ପରେ ସେ ୱଲ୍ଟର୍ ବକ୍‌ଲେ ଏବଂ କେନ୍ ଫକ୍ସ‌ଙ୍କ ସ‌ହ ମିଶି ନିଜେ ଏକ ନିବେଶ ସଂସ୍ଥା ତିଆରି କରିଥିଲେ । ଏହାପରେ ୨୦୦୬ରେ ଉଭୟଙ୍କର ବିବାହ ବିଚ୍ଛେ ଘଟିଥିଲା, ମାତ୍ର ସେ ତାଙ୍କର ସାଙ୍ଗିଆକୁ ବଦଳାଇନଥିଲେ ଏବଂ କିଛିଦିନ ପାଇଁ ସେ ତାଙ୍କର ନିୟୁ ୟର୍କ ଘରେ ତାଙ୍କର ପିଲାମାନଙ୍କ ସ‌ହ ବସବାସ କରିଥିଲେ । ତାଙ୍କର ତିନୋଟି ପୁଅ ଏବଂ ତିନୋଟି ସାବତ ଝିଅ ଅଛନ୍ତି ।[୩] ୨୦୦୭ରେ ସେ ଲାନ୍ସ ଆର୍ମଷ୍ଟ୍ରେଙ୍ଗ୍‌ଙ୍କ ସ‌ହ ସମ୍ପର୍କରେ ଥିଲେ ।[୨୩][୨୪] ଏହାପରେ ସେ କିଛିଦିନ ଲାୟର୍ କୋହେନ୍‌ଙ୍କ ସ‌ହ ସମ୍ପର୍କରେ ଥିଲେ ।[୨୫][୨୬][୨୭] ୨୦୧୬ରେ ଟୋରୀ ପିଏରେ ୟେସ୍ ରୌସେଲ୍‌ଙ୍କ ସ‌ହ ନିର୍ବନ୍ଧ କରିଥିଲେ, ଯିଏକି ଏଲ୍.ଭି.ଏମ୍.ଏଚ୍. ଫ୍ୟାସନ ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିଲେ ।ଉଭୟ ୨୦୧୪ରୁ ପରସ୍ପର ସ‌ହ ସମ୍ପର୍କରେ ଥିଲେ ।[୨୮]

ଆଧାର ସମ୍ପାଦନା

  1. About Us. ToryBurch.com.
  2. Forbes Magazine "The World's Billionaires: Tory Burch" March 2013
  3. ୩.୦ ୩.୧ "Tory Burch". New York (magazine). Archived from the original on 2008-09-08. Retrieved 2008-08-14.
  4. "The World's 100 Most Powerful Women: #73 Tory Burch". Forbes. Retrieved 5 June 2015.
  5. ୫.୦ ୫.୧ "About Tory Burch". ToryBurch.com. Archived from the original on July 8, 2007. Retrieved 2008-08-14.
  6. Ashley Lutz (February 11, 2014). "How Tory Burch Became A Fashion Billionaire In Less Than A Decade". Business Insider.
  7. ୭.୦ ୭.୧ ୭.୨ ୭.୩ ୭.୪ Michael Shnayerson (2007-02-01). "An Empire Of Her Own". Vanity Fair (magazine). Retrieved 2014-10-18.
  8. Vos is Neias: "New York City - Examining The 'Halacha' If Jewish Fashion Mogul Needs A 'Get'". November 2, 2008.
  9. Vanessa Grigoriadis (December 2012). "Tory Burch's Ex Factor". Vanity Fair (magazine).
  10. ୧୦.୦ ୧୦.୧ O'Halloran, Caroline (March 18, 2011). "Rock star ascending: Main Line-bred jewelry maker Kara Ross". Mainline Media News. Archived from the original on April 11, 2013. Retrieved March 26, 2013.
  11. Kroll, Betsy (2007-09-21). "Tory's Turn". Time (magazine). Time Inc. Archived from the original on 2008-07-25. Retrieved 2008-08-14.
  12. Fitzpatrick, Tommye (2012-09-10). "First Person - Tory Burch Says Work Hard, Think Long Term and Be Patient". The Business of Fashion. Archived from the original on 2013-07-09. Retrieved 2013-07-03.
  13. Wahba, Phil (September 25, 2014). "Tory Burch takes on Ralph Lauren veteran as co-CEO". Fortune (magazine). Retrieved 29 October 2014.
  14. Agins, Teri. "How Tory Burch Found Her Stride". Wall Street Journal. February 1, 2008.
  15. Merkin, Daphne (December 1, 2011). "Perfectly Perfect: Tory Burch". T: The New York Times Style Magazine. Retrieved 29 October 2014.
  16. ୧୬.୦ ୧୬.୧ Portillo, Caroline McMillan (2014-07-23). "Exclusive: Tory Burch on life 'Perpetually' out of her comfort zone and why big risks pay big dividends". Columbus Business First. Retrieved 2014-07-23.
  17. Berkus, Nate (January 1, 2008). "Fashion Designer Tory Burch". Oprah.com. Retrieved 29 October 2014.
  18. "Tory Burch". Voguepedia. Vogue (magazine). Archived from the original on August 4, 2014. Retrieved 29 October 2014.
  19. ୧୯.୦ ୧୯.୧ Clifford, Catherine (May 12, 2017). "Why one exec passed up the chance to be president of this $127 billion company". CNBC. Retrieved May 17, 2017.
  20. Zinko, Carolyne (2013-01-25). "Empowerment in fashion for Tory Burch". San Francisco Chronicle. Retrieved 2013-01-29.
  21. Dave, Urja (2008). "Tory Burch". Retrieved 2010-01-28.
  22. Fitzsimons, Amanda (2008-08-01). "Tory Burch's Philadelphia". WWDLifestyle. WWD. Retrieved 2008-08-14.
  23. Silverman, Stephen M. (2007-10-03). "Lance Armstrong, Tory Burch Break Up". People. Time Inc. Retrieved 2008-08-14.
  24. Salkin, Allen (2008-06-22). "It's Not About the Bike". The New York Times. Retrieved 2008-08-14.
  25. Johnson, Richard (2008-08-07). "ROSE IN BRIEF". New York Post. Archived from the original on September 9, 2008. Retrieved 2008-08-09.
  26. Johnson, Richard (2008-08-14). "Hamptons Heavies Love Woody". New York Post. Archived from the original on August 28, 2008. Retrieved 2008-08-24.
  27. Abravanel, Lesley (2009-04-05). "Scene In The Tropics: The Hoff bypasses booze, but not the photo op". Miami Herald. Retrieved 2009-04-17.
  28. Friedman, Vanessa (2016-01-04). "Tory Burch and Pierre-Yves Roussel Become Fashion's Newest Power Couple". The New York Times. The New York Times Co. Retrieved 2016-01-04.

ବାହାର ଆଧାର ସମ୍ପାଦନା