ଟେସୀ ଥୋମସ (ଜନ୍ମ ୧୯୬୩) ଭାରତର ମିସାଇଲର ବୈଜ୍ଞାନିକ ଅଟନ୍ତି । ସେ ଅଗ୍ନି ଅନୁସନ୍ଧାନର ବିକାଶ ନିର୍ଦ୍ଦେଶକ ତଥା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନରେ ଏରୋନେଟିକାଲ ସିଷ୍ଟମର ମହାନିର୍ଦ୍ଦେଶକ ଥିଲେ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଭାରତରେ କ୍ଷେପଣାସ୍ତ୍ର ପ୍ରକଳ୍ପ ପରିଚାଳନା କରିଥିଲେ । ତାଙ୍କୁ ଭାରତର କ୍ଷେପଣାସ୍ତ୍ର ମହିଳା କୁହାଯାଏ । ୪୮ ବର୍ଷୀୟ ଭାରତୀୟ ମହିଳା ବୈଜ୍ଞାନିକ ଟେସୀ ଥୋମସ, ୧୯୮୮ ମସିହାରୁ ଅଗ୍ନି ମିସାଇଲ ପ୍ରୋଗ୍ରାମ ସହିତ ମିଳିତ ହେବା ପରଠାରୁ ଅଗ୍ନିପୁତ୍ରୀ ଟେସୀ ଥୋମସ ନାମରେ ମଧ୍ୟ ଜଣାଶୁଣା । ତାଙ୍କର ଅନେକ ସଫଳତା ହେଉଛି - ଅଗ୍ନି ୨, ଅଗ୍ନି -୩ ଏବଂ ଅଗ୍ନି-୪ କ୍ଷେପଣାସ୍ତ୍ର ମୂଳ ଦଳର ଅଂଶ ଏବଂ ସଫଳ ପ୍ରଶିକ୍ଷଣ । ସେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କୁ ତାଙ୍କର ପ୍ରେରଣାର ଉତ୍ସ ବୋଲି ବିବେଚନା କରିଛନ୍ତି । [୧]

ଟେସୀ ଥୋମସ
Bornଅପ୍ରେଲ 1963 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
NationalityIndian
EducationB.Tech.Government Engineering College, Thrissur, M.Tech from Institute of Armament Technology, Pune
OccupationScientist at DRDO
Years active1988 – present
Notable creditAgni Missile Project Director Agni-IV
TitleScientist
SpouseSaroj Kumar
ChildrenTejas

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଟେସୀ ଥୋମସ ଏପ୍ରିଲ ୧୯୬୩ ମସିହାରେ କେରଳ ଅଲପ୍ପୁଝା ପ୍ରଦେଶରେ[୨] ଏକ ସୀରିୟାଈ ଖ୍ରୀଷ୍ଟିଆନ ପରିବାରରେ[୩] ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ତାଙ୍କୁ ୧୩ବର୍ଷ ବୟସ ହୋଇଥିଲା ତାଙ୍କ ପିତା ଏକ ଷ୍ଟ୍ରୋକରେ ପୀଡ଼ିତ ହୋଇଥିଲେ ଯାହା ପରେ ତାଙ୍କ ଶରୀରର ଡାହାଣ ପାର୍ଶ୍ୱରେ ପକ୍ଷାଘାତ ରୋଗ ହୋଇଥିଲା ।ଟେସୀଙ୍କ ମା' ଜଣେ ଶିକ୍ଷକ ଥିଲେ, ଦୁର୍ଘଟଣା ପରେ ପରିବାରର ଯତ୍ନ ନେବାପାଇଁ ସେ ଜଣେ ଗୃହିଣୀ ହୋଇଗଲେ ।[୪][୫]

ତାଙ୍କର ପିଲାଦିନ ଥମ୍ବା ରକେଟ୍ ଷ୍ଟେସନ ନିକଟରେ ଅତିବାହିତ ହୋଇଥିଲା ଏବଂ କ୍ଷେପଣାସ୍ତ୍ର ପ୍ରତି ତାଙ୍କର ଆଗ୍ରହ ସେଠାରୁ ଜନ୍ମ ହୋଇଥିଲା ।[୬] ଟେସୀଙ୍କ ଚାରି ଭଉଣୀ ଏବଂ ଜଣେ ଭାଇ ଅଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ଇଞ୍ଜିନିୟର ଏବଂ ଜଣେ ପରିଚାଳନାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ କୁହନ୍ତି ଯେ, ତାଙ୍କ ମାତାପିତା ସମସ୍ତ ଭାଇ ଓ ଭଉଣୀଙ୍କ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇଥିଲେ ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳତା ଶିଖାଇଥିଲେ ।[୭]

ଶିକ୍ଷା ସମ୍ପାଦନା

ଟେସୀ ସେଣ୍ଟ ମାଇକେଲର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସେଣ୍ଟ ଜୋସେଫ୍ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଜର ପ୍ରାଥମିକ ଶିକ୍ଷା କରିଥିଲେ । ସେ ଥ୍ରିସୁରର ସରକାରୀ ଇଞ୍ଜିନିୟରିଂ କଲେଜରେ ସ୍ନାତକ ହାସଲ କରିଥିଲେ ।[୮] ପରେ ଇନଷ୍ଟିଚ୍ୟୁଟ ଅଫ ଆରମାମେଣ୍ଟ ଟେକ୍ନୋଲୋଜିରୁ ଏମଟେକ କରିଛନ୍ତି ଏବଂ ଡିଆରଡିଓରୁ ପିଏଚଡି କରିଛନ୍ତି । ସ

ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପୁରସ୍କାର ସମ୍ପାଦନା

ସାଧାରଣ ପ୍ରଶାସନ, ଶିକ୍ଷା ଓ ପରିଚାଳନା କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ଅତେବଦାନ ପାଇଁ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପୁରସ୍କାର, ନୂଆଦିଲ୍ଲୀର ଲାଲ ବାହାଦୂର ଶାସ୍ତ୍ରୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟଦ୍ୱାରା ପ୍ରଦାନ କରାଯାଇଛି । ୨୦୧୨ ମସିହାରେ ଟେସୀ ଥୋମସ ଲାଲ ବାହାଦୂଋ ଶାସ୍ତ୍ରୀ ଜାତୀୟ ପୁରସ୍କାର ପାଇଁ ମାନୋନୀତ ହୋଇଥିଲେ । ରାଷ୍ଟ୍ରପତି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।[୯]

ଆଧାର ସମ୍ପାଦନା

  1. "टेसी थॉमस भारत की "मिसाइल महिला"". खास खबर. Archived from the original on 21 सितंबर 2013. Retrieved September 20, 2013. {{cite web}}: Check date values in: |archive-date= (help)
  2. Profile of Dr.Tessy Thomas
  3. "'We watched breathlessly, praying for inner strength as the missile took off'". The Telegraph. Archived from the original on 24 जुलाई 2018. Retrieved 2018-01-20. {{cite news}}: Check date values in: |archive-date= (help)
  4. DD News (2016-10-09), Tejasvini: Interaction with Tessy Thomas, The Missile Women of India, archived from the original on 1 अप्रैल 2019, retrieved 2018-01-20 {{citation}}: Check date values in: |archive-date= (help)
  5. Atul Vidyalaya (2016-01-04), Atul Vidyalaya - Speech - Agni Putri - Dr.Tessy Thomas, Missile Woman of India - 2015, archived from the original on 30 मार्च 2019, retrieved 2018-01-20 {{citation}}: Check date values in: |archive-date= (help)
  6. Bagla, Pallav. "The 'missile woman' behind India's new ICBM". BBC Online. Archived from the original on 21 अप्रैल 2012. Retrieved 21 April 2012. {{cite web}}: Check date values in: |archive-date= (help)
  7. INDIA SCIENCE NEWS ISN (2013-02-09), Tessy Thomas.mp4, archived from the original on 1 अप्रैल 2019, retrieved 2018-01-20 {{citation}}: Check date values in: |archive-date= (help)
  8. "Tessy Thomas – The First Indian Woman Scientist to Head a Missile Project in India". Be An Inspirer (in English). 2016-12-22. Archived from the original on 30 मार्च 2019. Retrieved 2018-01-20. {{cite news}}: Check date values in: |archive-date= (help)CS1 maint: unrecognized language (link)
  9. "वैज्ञानिक टेसी थॉमस का लाल बहादुर शास्त्री राष्ट्रीय पुरस्कार के लिए चयन". Jagranjosh.com. Archived from the original on 5 मार्च 2016. Retrieved September 23, 2013. {{cite news}}: Check date values in: |archive-date= (help)