ଟେରିଜିଅମ (ଶ୍ୱେତପଟଳ)

ଟେରିଜିଅମ (ଇଂରାଜୀ ଭାଷାରେ pterygium) ବେମାରୀରେ ଆଖିର ସ୍ୱେଚ୍ଛ ପଟଳ (cornea) ଉପରେ ଏକ ତ୍ରିକୋଣାକାର ତନ୍ତୁ ଗୁଚ୍ଛ ମାଡ଼ିଯାଏ ।[୨] ଏହା ନାକ ଦିଗରୁ ଆରମ୍ଭ ହୋଇ ପୁତ୍ତଳି ଦିଗକୁ ମାଡ଼ିଯାଏ ।[୩] ଏହି ତନ୍ତୁ ବୃଦ୍ଧି ଧୀରେ ଗତି କରେ କିନ୍ତୁ ପୁତ୍ତଳିକୁ (pupil) ଘୋଡ଼େଇଦିଏନାହିଁ ।[୨] ଅନେକ ସମୟରେ ଉଭୟ ଆଖିରେ ଏହି ରୋଗ ହୁଏ ।[୫]

ଟେରିଜିଅମ (ଶ୍ୱେତପଟଳ)/ Pterygium (conjunctiva)
ସର୍ଫରଙ୍କ ଆଖି/ Surfer's eye[୧]
ସ୍ୱେଚ୍ଛ ପଟଳ ଦିଗକୁ ଟେରିଜିଅମ ବଢ଼ୁଛି ।
ବିଭାଗଚକ୍ଷୁ ବିଜ୍ଞାନ (Ophthalmology)
ଲକ୍ଷଣସ୍ୱେଚ୍ଛ ପଟଳ (cornea) ଉପରେ ଗୋଲାପୀ, ତ୍ରିଭୁଜାକାର ତନ୍ତୁ ବୃଦ୍ଧି ।[୨]
ଆକ୍ରାନ୍ତ ସମୟଧୀର ଓ କ୍ରମିକ[୨]
କାରଣଅଜ୍ଞାତ[୨]
ବିପଦ କାରକଅଲ୍ଟ୍ରାଭାୟୋଲେଟ (UV light), ଧୂଳି, ଜେନେଟିକ[୨][୩][୪]
ସଠିକ ରୋଗ ନିର୍ଣ୍ଣୟପିଙ୍ଗୁଏକୁଲା (Pinguecula), ଅର୍ବୁଦ, ଟେରିଏନସ ମାର୍ଜିନାଲ କର୍ନିଆଲ ଡିଜେନେରେସନ (Terrien's marginal corneal degeneration) ।[୫]
ପ୍ରତିକାରକଳା ଚଷମା, ଟୋପି [୨]
ଚିକିତ୍ସାନିର୍ଦ୍ଦିଷ୍ଟ ଚିକିତ୍ସା କିଛି ନାହିଁ, ଆଖି ଓଦା ରଖିବା ଔଷଧ ଓ ଅପରେଶନ । [୨]
Prognosisସୁସାଧ୍ୟ[୬]
ପୁନଃପୌନିକ୧%ରୁ ୩୩%[୭]

ଏହାର କାରଣ ସ୍ପଷ୍ଟ ହୋଇନାହିଁ ।[୨] ଆଂଶିକ ଭାବରେ ଦୀର୍ଘକାଳୀନ ଅଲ୍ଟ୍ରାଭାୟୋଲେଟ (UV light) ଓ ଧୂଳି ସଂସ୍ପର୍ଶ ଯୋଗୁ ଏହ ହେଉଥିବା ସନ୍ଦେହ କରାଯାଏ ।[୨][୩] ଜେନେଟିକ (Genetic) କାରକର ଭୂମିକା ଥିବା ଜଣାଯାଏ ।[୪] ଏହା ଏକ ମୃଦୁ ବୃଦ୍ଧି (benign growth).[୬] ଏକା ଭଳି ଦେଖାଯାଉଥିବା ଅନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ପିଙ୍ଗୁଏକୁଲା (Pinguecula), ଅର୍ବୁଦ, ଟେରିଏନସ ମାର୍ଜିନାଲ ଡିଜେନେରେସନ (Terrien's marginal corneal degeneration) । [୫]

ପ୍ରଖର ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନମାନଙ୍କରେ ଏହାର ପ୍ରତିଷେଧ ଭାବରେ କଳା ଚଷମା ଓ ଟୋପି ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ । ରୋଗ ହୋଇଥିଲେ ତୈଳାକ୍ତ ଆଖି (eye lubricant) ରଖିବାକୁ ଔଷଧ ଦେଲେ ସାହାଯ୍ୟପ୍ରାପ୍ତ ହୁଏ । ଦୃଷ୍ଟିହାନୀ ହେଲେ ଅପରେଶନ କରିବାକୁ ପଡ଼େ ।[୨] ଅପରେଶନ କଲେ ମଧ୍ୟ ପ୍ରାୟ ଅର୍ଦ୍ଧେକ କେଶ୍‌ରେ ପୁନର୍ବାର ଏହି ରୋଗ ହୁଏ । [୨][୬]

ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ୧ରୁ ୩୩% ଲୋକଙ୍କୁ ହୁଏ । ବିଷୁବ ମଣ୍ଡଳ (equator) ନିକଟରେ ବାସ କରୁଥିବା ପୁରୁଷଙ୍କୁ ମହିଳାଙ୍କ ଅପେକ୍ଷା ଏହି ରୋଗ ଅଧିକ ହୁଏ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସଙ୍କଟ ବୃଦ୍ଧି ହୁଏ ।[୭] ଖ୍ରୀ:ପୂ: ୧୦୦୦ ସମୟରୁ ଏହି ରୋଗର ବର୍ଣ୍ଣନା ଅଛି । [୮]

ଆଧାର ସମ୍ପାଦନା

  1. Tollefsbol, Trygve (2016). Medical Epigenetics (in ଇଂରାଜୀ). Academic Press. p. 395. ISBN 9780128032404. Archived from the original on 22 ଅକ୍ଟୋବର 2016.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Facts About the Cornea and Corneal Disease | National Eye Institute" (in ଇଂରାଜୀ). The National Eye Institute (NEI). ମଇ 2016. Archived from the original on 16 ଅପ୍ରେଲ 2017. Retrieved 16 ଅପ୍ରେଲ 2017.
  3. ୩.୦ ୩.୧ ୩.୨ Yanoff, Myron; Duker, Jay S. (2009). Ophthalmology (in ଇଂରାଜୀ). Elsevier Health Sciences. p. 364. ISBN 0323043321. Archived from the original on 16 ଅପ୍ରେଲ 2017.
  4. ୪.୦ ୪.୧ Anguria, P; Kitinya, J; Ntuli, S; Carmichael, T (2014). "The role of heredity in pterygium development". International journal of ophthalmology. 7 (3): 563–73. doi:10.3980/j.issn.2222-3959.2014.03.31. PMC 4067677. PMID 24967209.
  5. ୫.୦ ୫.୧ ୫.୨ Smolin, Gilbert; Foster, Charles Stephen; Azar, Dimitri T.; Dohlman, Claes H. (2005). Smolin and Thoft's The Cornea: Scientific Foundations and Clinical Practice (in ଇଂରାଜୀ). Lippincott Williams & Wilkins. pp. 1003, 1005. ISBN 9780781742061. Archived from the original on 16 ଅପ୍ରେଲ 2017.
  6. ୬.୦ ୬.୧ ୬.୨ Halperin, Edward C.; Perez, Carlos A.; Brady, Luther W. (2008). Perez and Brady's Principles and Practice of Radiation Oncology (in ଇଂରାଜୀ). Lippincott Williams & Wilkins. p. 778. ISBN 9780781763691. Archived from the original on 16 ଅପ୍ରେଲ 2017.
  7. ୭.୦ ୭.୧ Droutsas, K; Sekundo, W (June 2010). "[Epidemiology of pterygium. A review]". Der Ophthalmologe : Zeitschrift der Deutschen Ophthalmologischen Gesellschaft (in German). 107 (6): 511–2, 514–6. doi:10.1007/s00347-009-2101-3. PMID 20393731.{{cite journal}}: CS1 maint: unrecognized language (link)
  8. Saw, SM; Tan, D (September 1999). "Pterygium: prevalence, demography and risk factors". Ophthalmic epidemiology. 6 (3): 219–28. doi:10.1076/opep.6.3.219.1504. PMID 10487976.