ଟେଣ୍ଡିନୋପାଥି
ଟେଣ୍ଡିନୋପାଥି (ଇଂରାଜୀ ଭାଷାରେ tendinopathy, ଅନ୍ୟ ନାମ tendinitis or tendinosis) ଏକ ପ୍ରକାର ଟେଣ୍ଡନ (tendon) ବା ପେଶୀରଜ୍ଜୁ ରୋଗ ଯେଉଁଥିରେ ଯନ୍ତ୍ରଣା, ଫୁଲା ଓ କର୍ମ ସାଧନ ଅଭାବ ହୁଏ । [୩][୧] ଚଳପ୍ରଚଳରେ ଯନ୍ତ୍ରଣା ଅଧିକ ହୁଏ ।[୬] ସାଧାରଣତଃ ଟେଣ୍ଡିନୋପାଥି ଦଳରେ ରୋଟେଟର କଫ ଟେଣ୍ଡିନାଇଟିସ (rotator cuff tendinitis), ବାଇସେପସ ଟେଣ୍ଡିନାଇଟିସ (biceps tendinitis), ଟେନିସ ଏଲବୋ, ଗଲଫର ଏଲବୋ (golfer's elbow), ଜମ୍ପର ନି (jumper's knee), ଆକିଲେସ ଟେଣ୍ଡିନାଇଟିସ ଅନ୍ତର୍ଭୁକ୍ତ କରାଯାଏ ।[୩][୭][୨]
ଟେଣ୍ଡିନୋପାଥି (Tendinopathy) | |
---|---|
tendonitis, tendinosis, tendinitis, tendonosis,[୧] tendinosus[୨] | |
ବିଭାଗ | ପ୍ରଥମିକ ଯତ୍ନ (Primary care) |
ଲକ୍ଷଣ | ଯନ୍ତ୍ରଣା, ଫୁଲା[୩] |
କାରଣ | ଆଘାତ ଓ ପୁନଃପୌନିକ କର୍ମ [୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ, ଶାରୀରିକ ପରୀକ୍ଷା (examination) ଓ ମେଡିକାଲ ଇମେଜିଙ୍ଗ (medical imaging)[୪] |
ଚିକିତ୍ସା | ବିଶ୍ରାମ, ଏନଏସଏଆଇଡି (NSAIDs), ସ୍ପ୍ଲିଣ୍ଟ (splinting), ଫିଜିଓଥେରାପି (physiotherapy)[୫] |
Prognosis | ୬ ମାସ ମଧ୍ୟରେ ୮୦% ରୋଗୀଙ୍କର ଉପଶମ ହୁଏ । [୨] |
ପୁନଃପୌନିକ | ସାଧାରଣ[୩][୨] |
ଗୋଟିଏ ବା ପୁନଃପୌନିକ ଆଘାତ ଯୋଗୁ ଏହି ଟେଣ୍ଡିନୋପାଥି ହୁଏ ।[୩] ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି ଯେପରିକି କୁଲି, ବାଦକ ବା ଖେଳାଳୀମାନଙ୍କର ଏହି ରୋଗ ସଙ୍କଟ ରହେ । [୮] ଏହା ସହିତ ଅଳ୍ପ ସଂଖ୍ୟାରେ ସଂକ୍ରମଣ (infection), ଆର୍ଥ୍ରାଇଟିସ, ଗାଉଟ, ଥାଇରଏଡ ରୋଗ (thyroid disease) ଓ ମଧୁମେହ ରୋଗ ମଧ୍ୟ ଏହି ସଙ୍କଟ ଆଣିପାରେ ।[୯] ଲକ୍ଷଣ, ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଆବଶ୍ୟକ ହେଲେ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ।[୪] ଆଘାତ ପାଇବାର କିଛି ସପ୍ତାହ ମଧ୍ୟରେ ଟେଣ୍ଡନର କିଛି ଛିଣ୍ଡା ଅଂଶ ଯୋଗୁ ସାମାନ୍ୟ ପ୍ରଦାହ (inflammation) ତଥା ଦୌର୍ବଲ୍ୟ ରହିଯାଏ ।[୧୦]
ଚିକିତ୍ସାରେ ବିଶ୍ରାମ, ଏନଏସଏଆଇଡି (NSAIDs), ସ୍ପ୍ଲିଣ୍ଟ (splinting) ଓ ଫିଜିଓଥେରାପିର (physiotherapy) ସାହାଯ୍ୟ ନିଆଯାଏ ।[୫] କ୍ୱଚିତ ସ୍ଟିରଏଡ ଇଞ୍ଜେକସନ (steroid injections) ବା ଅପରେଶନ ଆବଶ୍ୟକ ହୁଏ ।[୫] ପ୍ରାୟ ୮୦% ରୋଗୀ ୬ ମାସ ମଧ୍ୟରେ ଅନେକ ପରିମାଣରେ ଭଲ ହୋଇଯାଆନ୍ତି । [୨] ଟେଣ୍ଡିନୋପାଥି ଏକ ସାଧାରଣ ରୋଗ ।[୩] ବୟସ୍କ ଲୋକ ଏହି ରୋଗର ଅଧିକ ଶିକାର ହୁଅନ୍ତି । [୮] ଏହି ବେମାରୀ ଫଳରେ ବହୁତ କର୍ମହାନୀ ହୁଏ । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Tendinopathy MeSH Browser". US National Library of Medicine (in ଇଂରାଜୀ). Retrieved 18 November 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Wilson, JJ; Best TM (Sep 2005). "Common overuse tendon problems: A review and recommendations for treatment" (PDF). American Family Physician. 72 (5): 811–8. PMID 16156339. Archived from the original (PDF) on 2007-09-29. Retrieved 2019-01-25.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Tendinitis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 12 April 2017. Retrieved 18 November 2018.
- ↑ ୪.୦ ୪.୧ "Tendinitis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 12 April 2017. Retrieved 18 November 2018.
- ↑ ୫.୦ ୫.୧ ୫.୨ "Tendinitis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 12 April 2017. Retrieved 18 November 2018.
- ↑ "Tendinitis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 12 April 2017. Retrieved 18 November 2018.
- ↑ "Tendinitis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 12 April 2017. Retrieved 18 November 2018.
- ↑ ୮.୦ ୮.୧ "Tendinitis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 12 April 2017. Retrieved 18 November 2018.
- ↑ "Tendinitis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 12 April 2017. Retrieved 18 November 2018.
- ↑ Khan, KM; Cook JL; Kannus P; Maffulli N; Bonar SF (2002-03-16). "Time to abandon the "tendinitis" myth : Painful, overuse tendon conditions have a non-inflammatory pathology". BMJ. 324 (7338): 626–7. doi:10.1136/bmj.324.7338.626. PMC 1122566. PMID 11895810.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Questions and Answers about Bursitis and Tendinitis - US National Institute of Arthritis and Musculoskeletal and Skin Diseases]