ଟେଟ୍ରାକେନ (ଇଂରାଜୀ ଭାଷାରେ Tetracaine, ଅନ୍ୟ ନାମ ଆମେଥୋକେନ/amethocaine) ଏକ ସ୍ଥାନୀୟ ନିଶ୍ଚେତକ (local anesthetic) ଯାହା ଆଖି, ନାକ ଓ ଗଳାରେ ବ୍ୟବ‌ହାର କରାଯାଏ । [୧] ଶିରାଭ୍ୟନ୍ତର (intravenous) ନିଶ୍ଚେତକ ଦେବା ପୂର୍ବରୁ ମଧ୍ୟ ଏହା ଦିଆଯାଇପାରେ ।[୨] ଏହା ଏକ ତରଳ ପଦାର୍ଥ ଆକାରରେ ଲଗାଯାଏ । ଆଖିରେ ପ୍ରୟୋଗ କଲେ ୩୦ ସେକେଣ୍ଡ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇ ୧୫ ମିନିଟ ପର୍ଯ୍ୟନ୍ତ ରହେ ।[୧]

ଟେଟ୍ରାକେନ
Clinical data
Trade namesPontocaine, Ametop, Dicaine, others
AHFS/Drugs.commonograph
MedlinePlusa682640
Routes of
administration
topical
ATC code
Legal status
Legal status
  • ℞ (Prescription only)
Pharmacokinetic data
Protein binding75.6
Identifiers
  • 2-(dimethylamino)ethyl 4-(butylamino)benzoate
CAS Number
PubChem CID
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.002.106 Edit this at Wikidata
Chemical and physical data
FormulaC15H24N2O2
Molar mass264.363 g/mol
3D model (JSmol)
  • O=C(OCCN(C)C)c1ccc(NCCCC)cc1
  • InChI=1S/C15H24N2O2/c1-4-5-10-16-14-8-6-13(7-9-14)15(18)19-12-11-17(2)3/h6-9,16H,4-5,10-12H2,1-3H3 checkY
  • Key:GKCBAIGFKIBETG-UHFFFAOYSA-N checkY
  (verify)

ଟେଟ୍ରାକେନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ତାହା ଲଗାଯିବା ସ୍ଥାନରେ ଅଳ୍ପ ସମୟ ନିମନ୍ତେ ଜ୍ୱାଳା ଅନୁଭବ ହୁଏ ।[୧] ଆଲର୍ଜି (Allergic reactions) କ୍ୱଚିତ ହୋଇପାରେ ।[୩] ଦୀର୍ଘ କାଳ ଧରି ଆଖିରେ ଦେଲେ ଆରୋଗ୍ୟ ଧୀର ହୋଇଯାଏ । ଗର୍ଭାବସ୍ଥାରେ ଶିଶୁ ଉପରେ ପ୍ରଭାବ ଅଜ୍ଞାତ ଅଛି ।[୧] ଏହା ଇସ୍ଟର-ଟାଇପ ସ୍ଥାନିୟ ନିଶ୍ଚେତକ (ester-type local anesthetic) ଶ୍ରେଣୀରେ ଏକ ଓଷଧ । [୩] ଏହା ସ୍ନାୟୁ ତରଙ୍ଗକୁ (nerve impulses) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ସନ ୧୯୩୦ରେ ପେଟେଣ୍ଟ ହେବାପରେ ସନ ୧୯୪୧ରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୦ ମି:ଲି: ବୋତଲର କ୍ରୟ ମୂଲ୍ୟ ୧.୩୪ରୁ ୧.୬୩ ଆମେରିକୀୟ ଡଲାର ।[୬] ଇଂଲଣ୍ଡରେ ଏହାର ମୂଲ୍ୟ ୦.୪୯ ପାଉଣ୍ଡ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Tetracaine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 769, 897. ISBN 9780857111562.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 437. ISBN 9789241547659. Retrieved 8 December 2016.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 475. ISBN 9783527607495.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Tetracaine". International Drug Price Indicator Guide. Archived from the original on 15 December 2019. Retrieved 8 December 2016.