ଟେଟସେଓ ଭଗିନୀଗଣ

ନାଗାଲାଣ୍ଡ, ଭାରତର ଲୋକସଙ୍ଗୀତ ଗାୟିକାଗଣ

ଟେଟସେଓ ଭଗିନୀଗଣ (ଇଂରାଜୀ ଭାଷାରେ Tetseo Sisters) ଉତ୍ତର-ପୂର୍ବ ଭାରତରେ ଥିବା ନାଗାଲାଣ୍ଡ ପ୍ରଦେଶରେ ବାସ କରୁଥିବା ଏକ 'ଚାରିଜଣିଆ ଭଗିନୀ' ଦଳର ନାମ । ଏହି ଭଗିନୀବୃନ୍ଦ ପିଲାଦିନରୁ ମଞ୍ଚରେ ନାଗାଲାଣ୍ଡର ଲୋକସଙ୍ଗୀତ ଗାଇଆସୁଛନ୍ତି । [୧]

ଟେଟସେଓ ଭଗିନୀଗଣ
ଜନ୍ମସ୍ଥାନନାଗାଲାଣ୍ଡ, ଭାରତ
ଶୈଳୀଲୋକ ସଙ୍ଗୀତ (Folk), World Music
କାର୍ଯ୍ୟକାଳ୧୯୯୪ – ବର୍ତ୍ତମାନ ପର୍ଯ୍ୟନ୍ତ
ୱେବସାଇଟwww.tetseosisters.com
ସଭ୍ୟମୁଟସେଭେଲୁ ଟେଟସେଓ (ମର୍ସି)
ଅଜିନା ଟେଟସେଓ (ଅଜି)
କୁଭେଲୁ ଟେଟସେଓ (କୁକୁ)
ଆଲୁନେ ଟେଟସେଓ (ଲୁଲୁ)

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଖାଇବାରେ ସଉକୁନି ରଖିଥିବା ମର୍ସି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମନସ୍ତ‌ତ୍ତ୍ୱରେ ଡିଗ୍ରୀ ହାସଲ କରିଥିଲେ; ସେ ଜଣେ ପରିବ୍ରାଜକ ଓ ଲେଖିକା ଥିଲେ । ମିସ ନାଗାଲାଣ୍ଡ ହୋଇଥିବା ଅଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ ।[୨] ସେ ମଡେଲିଙ୍ଗ ମଧ୍ୟ କରୁଥିଲେ ଓ ଅଧୁନା ଦୁଇଟି ଛୋଟ ପୁଅଙ୍କର ଲାଳନ ପାଳନ କରିବା ନିମନ୍ତେ ବିଶ୍ରାମରେ ଅଛନ୍ତି ।[୩][୪] ଦିଲ୍ଲୀର ଲେଡି ଶ୍ରୀରାମ ମହିଳା କଲେଜରେ କୁକୁ ଅଧ୍ୟ‌ୟନ କରିଥିଲେ ଓ ସକ୍ରିୟ ଫେସନ ବ୍ଲଗର ତ‌ଥା ମାଇ ସାଲାଡ଼ ଡେଜର ମିଡିଆ ପ୍ରଭାବୀ ଅଛନ୍ତି ଯାହାର ନାମ ପରିବର୍ତ୍ତିତ କରି ନାଗାନେସ ରଖାଯାଇଛି । ଚାରି ଭଉଣୀଙ୍କ ମଧ୍ୟରେ ସବା ସାନ ଲୁଲୁ [୩] ନାଗପୁରର ଇନ୍ଦିରାଗାନ୍ଧୀ ସରକାରୀ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି ।

ଜୀବନ ଓ ବୃତ୍ତି ସମ୍ପାଦନା

ଚଖେସଙ୍ଗ ଜାତିର ଏକ ବଡ଼ ନାଗା ଗୋଷ୍ଠୀର ଚାରି ଝିଅ ମୁଟସେଭେଲୁ ଟେଟସେଓ (ମର୍ସି), ଅଜିନା ଟେଟସେଓ (ଅଜି), କୁଭେଲୁ ଟେଟସେଓ (କୁକୁ) ଓ ଆଲୁନେ ଟେଟସେଓ ନାଗାଲାଣ୍ଡର ରାଜଧାନୀ କୋହିମାରେ ବଢ଼ିଥିଲେ । ସେମାନେ ଚୋକ୍ରି (Chokri) ଭାଷାରେ ଗାଆନ୍ତି ।[୩] ଅଳ୍ପ ବୟସରୁ ନିଜ ସ୍ଥାନୀୟ ପାରମ୍ପରିକ ଭାଷା 'ଲି'ରେ ତାଙ୍କ ପିତାମାତା ତାଙ୍କୁ ଗାଇବାକୁ ଶିକ୍ଷା ଦେଇଥିଲେ । ଗୋଟିଏ ଦଳ ଭାବରେ ସେମାନେ ପ୍ରଥମେ ସନ୧୯୯୪ରେ ପ୍ରଦର୍ଶନ କଲେ ଓ ସନ ୨୦୦୦ରୁ ନିୟମିତ ଭାବରେ ନାଗାଲାଣ୍ଡର ସବୁଠାରୁ ବଡ଼ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ହର୍ଣ୍ଣବିଲ ଉତ୍ସବ' (Hornbill festival) ଓ ଅନ୍ୟାନ୍ୟ ଉତ୍ସବମାନଙ୍କରେ ପ୍ରଦର୍ଶନ କରିଆସୁଛନ୍ତି । ତାଙ୍କର ବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଦେଖି 'ସାତ ଭଗିନୀ ପ୍ରଦେଶ' (Seven Sister States) ଓ ଅନ୍ୟାନ୍ୟ ଭାରତୀୟ ରାଜ୍ୟମାନେ ମଧ୍ୟ ତାଙ୍କୁ ଡାକିଆଣି ତାଙ୍କର ପ୍ରଦର୍ଶନ ଦେଖୁଛନ୍ତି । ଦିଲ୍ଲୀରେ ପଢ଼ୁଥିବା ବେଳେ ମର୍ସି ଓ ଅଜି ମିଳିତ ଭାବରେ ଅନେକ ପ୍ରଦର୍ଶନ କରିଥିଲେ ଓ ସେତେବେଳେ କୋହିମାରେ କୁକୁ ଓ ଲୁଲୁ ପ୍ରଦର୍ଶନ ଜାରିରଖିଥିଲେ । ନାଗାଲାଣ୍ଡରେ ଲୋକ ସଙ୍ଗୀତର ଫ୍ୟୁଜନ ଆରମ୍ଭର ଶ୍ରେୟ ସେହି ଟେଟସେ ଭଉଣୀମାନଙ୍କୁ ଦିଆଯାଏ । ପ୍ରଦେଶରେ ଓ ବିଦେଶରେ ସେମାନଙ୍କୁ ନାଗାଲାଣ୍ଡର ସାଂସ୍କୃତିକ ରାଷ୍ଟ୍ରଦୂତ/ପ୍ରତିନିଧିର ମାନ୍ୟତା ଦିଆଯାଇ ନିୟମିତ ଭାବରେ ପ୍ରଦର୍ଶନ କରିବାକୁ ଡକାଯାଏ । ସନ ୨୦୦୮ରେ ଥାଇଲାଣ୍ଡର ବାଙ୍ଗକ‌କରେ ଅନୁଷ୍ଠିତ ଉତ୍ତର-ପୂର୍ବ ବ୍ୟାପାର ସୁଯୋଗ ସମିଟ, ସନ ୨୦୧୨ରେ ଅନୁଷ୍ଠିତ ବାଙ୍ଗକ‌କର (Bangkok) ହ୍ୟାଣ୍ଡସେକ ଇନସର୍ଟ, ସନ ୨୦୧୪ରେ ମ୍ୟାନମାରରେ ଅନୁଷ୍ଠିତ ୟଙ୍ଗୋନ,[୫] ନଭେମ୍ବର ୨୦୧୫ରେ ଚୀନ, ୟୁନାନ, କୁନମିଙ୍ଗରେ,[୬] ସନ ୨୦୧୬ରେ ଦକ୍ଷିଣ କୋରିଆର ଗ୍ୱାଙ୍ଗଜୁରେ,[୭] ସନ ୨୦୧୦ର ଟୌଫେମାରେ ଅନୁଷ୍ଟିତ କମନ‌ୱେଲଥ ଖେଳର କୁଇନ ବାଟନ ରାଲିରେ ଓ ସନ ୨୦୧୨ରେ କୋହିମାକୁ ଆସିଥିବା ରାଜପୁତ୍ର ଏଚଆରଏଚ ଆଣ୍ଡ୍ରୁଙ୍କ ସମ୍ମାନାର୍ଥେ ସେମାନେ ପ୍ରଦର୍ଶନ କରିଥିଲେ । ସନ ୨୦୧୪ରେ ଏଡିନବର୍ଗ ଯାଇ ଏଡିନ‌ବର୍ଗର ରୟଲ ମିଲିଟାରୀ ଟାଟୁ ସଂସ୍ଥାରେ ୨୪ଟି ପ୍ରଦର୍ଶନ କରିଥିବା ଗୀତ ଓ ନାଚ ଦଳରେ ମର୍ସି ଓ କୁଭେଲୁ ଭଗିନୀଦ୍ୱୟ ଥିଲେ ଓ ସ୍କଟଲାଣ୍ଡର ତିନୋଟି ସ୍ଥାନରେ ମଧ୍ୟ ପ୍ରଦର୍ଶନ କରିଥିଲେ । [୮][୯] ସନ ୨୦୧୪ରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ମର୍ସି, କୁଭଲୁ, ଲୁଲୁ ଓ ତାଙ୍କର ଭାଇ ହାଂସେବ ଥିଲେ । [୧୦]

ଆଧାର ସମ୍ପାଦନା

  1. Candid conversation with Tetseo Sisters – Mercy, Azi, Kuku and Lulu Archived 19 June 2013 at the Wayback Machine., EF News International
  2. Tetseo Sisters – an interview Archived 2016-07-08 at the Wayback Machine., India-north-east.com
  3. ୩.୦ ୩.୧ ୩.୨ Vishü Rita Krocha: Tetseo Sisters : Cultural Ambassadors extraordinaire (Eastern Mirror, retrieved 1 September 2012)
  4. Vishü Rita Krocha: Azi Tetseo : The singer and her song (originally: Eastern Mirror, retrieved 1 September 2012)
  5. Handshake concert in Myanmar Archived 2014-07-13 at the Wayback Machine. (Nagaland Post, 27 June 2014, retrieved 6 July 2014)
  6. Art has no boundaries, says Guru Mashangva Archived 8 December 2015 at the Wayback Machine. (The Sangai Express, 30 November 2015)
  7. Rio for strengthening ties with Korea (The Morung Express, 3 September 2016)
  8. Nagaland Young Ambassadors at Royal Military Tattoo Fest Archived 28 July 2014 at the Wayback Machine. (The Morung Express)
  9. Homecoming ‘Taste of the Tattoo’ run opens in Glasgow on Thursday 7 August
  10. Nagaland Governor visiting US to address a workshop Archived 2020-02-01 at the Wayback Machine. (The Shillong Times, 25 October 2014, retrieved 31 October 2014)