ଟେନୋଫୋଭିର ଡିସୋପ୍ରକ୍ସିଲ
ଟେନୋଫୋଭିର ଡିସୋପ୍ରକ୍ସିଲ (ଇଂରଜୀ ଭାଷାରେ Tenofovir disoproxil ଓ ବିକ୍ରୟ ନାମ Viread) ଏକ ଔଷଧ ଯାହା କ୍ରନିକ ହେପାଟାଇଟିସ ବି ରୋଗର ଚିକିତ୍ସା ଓ ଏଚଆଇଭି/ଏଡସ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ବ୍ୟବହାର କରିବାକୁ ସୁପାରିସ କରାଯାଏ । ଯେ କୌଣସି କାରଣରୁ ଏଚଆଇଭି/ଏଡସ ରୋଗର ସମ୍ଭାବନା ଥିଲେ ଏହି ଔଷଧ ପ୍ରତିଷେଧରୂପେ ଦିଆଯାଏ । ଏକକ ଔଷଧ ଭାବରେ ଦିଆଯାଏ ଓ ଅନ୍ୟାନ୍ୟ ଔଷଧ ସହିତ ମଧ୍ୟ ଦିଆଯାଏ ଯେପରି ଏମଟ୍ରିସିଟାବିନ/ଟେନୋଫୋଭିର (emtricitabine/tenofovir) ଓ ଏଫାଭାଇରେଞ୍ଜ/ଏମଟ୍ରିସିଟାବିନ/ଟେନୋଫୋଭିର (efavirenz/emtricitabine/tenofovir)।[୧] ଏହା ଏଚଆଇଭି/ଏଡସ ବା ହେପାଟାଇଟିସ ବି ରୋଗମାନଙ୍କୁ ଆରୋଗ୍ୟ କରେନାହିଁ । [୧][୨] ପାଟିରେ ଦେବା ନିମନ୍ତେ ଏହା ପାଉଡର ଓ ବଟିକା ଆକାରରେ ମିଳେ । [୧]
Clinical data | |
---|---|
Trade names | ବ୍ୟବସାୟୀକ ନାମ - ଭାଇରେଡ (Viread) ଓ ଅନ୍ୟାନ୍ୟ |
Synonyms | ପ୍ରତିଶବ୍ଦ - ଟେନୋଫୋଭିର ଡିସୋପ୍ରକ୍ସିଲ ଫ୍ୟୁମାରେଟ । |
AHFS/Drugs.com | monograph |
Pregnancy category | |
Routes of administration | ପାଟିରେ ଦିଆଯାଏ ବଟିକା ଆକାରରେ । |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 25% |
Identifiers | |
| |
CAS Number | |
PubChem CID | |
ChemSpider | |
UNII | |
ChEBI | |
NIAID ChemDB | |
ECHA InfoCard | 100.129.993 |
Chemical and physical data | |
Formula | C19H30N5O10P |
Molar mass | 519.443 g/mol |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ରାସ, ତରଳ ଝାଡ଼ା, ମୁଣ୍ଡବଥା, ଯନ୍ତ୍ରଣା, ଅବସାଦ ଓ ଦୁର୍ବଳତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ରକ୍ତରେ ଅଧିକ ଲାକ୍ଟିକ ଏସିଡ ସ୍ତର (high blood lactate) ଓ ବର୍ଦ୍ଧିତ ଯକୃତ (enlarged liver) ଦେଖାଯାଏ । ସବୁ ପରିସ୍ଥିତିରେ ଏହି ଔଷଧ ଦେଇହେବ । ଗର୍ଭାବସ୍ଥାରେ ଦିଆଗଲେ ବିପଦମୁକ୍ତ ଜଣାଯାଏ । ଏହା ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleotide reverse transcriptase inhibitor) ଏହାଦ୍ୱାରା ଭୁତାଣୁ ରେପ୍ଲିକେଟ କରିପାରେନାହିଁ ।[୧]
ସନ ୧୯୯୬ରେ ଟେନୋଫୋଭିର ପେଟେନ୍ଟ ହୋଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୦୧ରେ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେରେ ଜେନେରିକ ନାମରେ ବିକ୍ରୟ ହୋଇନାହିଁ ।[୫] ବିକାଶଶୀଳdeveloping world ଦେଶମାନଙ୍କରେ ଏହି ଔଷଧର ମାସିକ ଖର୍ଚ୍ଚ ପ୍ରାୟ ୩.୩୦ରୁ ୨୯.୧୩ ଆମେରିକୀୟ ଡଲାର ।[୬] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଔଷଧର ମାସିକ ଖର୍ଚ୍ଚ ୨୦୦ଡଲାରରୁ ଅଧିକ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Tenofovir Disoproxil Fumarate". The American Society of Health-System Pharmacists. Retrieved 29 November 2016.
- ↑ Martin, P; Lau, DT; Nguyen, MH; Janssen, HL; Dieterich, DT; Peters, MG; Jacobson, IM (November 2015). "A Treatment Algorithm for the Management of Chronic Hepatitis B Virus Infection in the United States: 2015 Update". Clinical gastroenterology and hepatology : the official clinical practice journal of the American Gastroenterological Association. 13 (12): 2071-87.e16. PMID 26188135.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 505. ISBN 9783527607495.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 66. ISBN 9781284057560.
- ↑ "Tenofovir Disoproxil Fumerate (Tdf)". International Drug Price Indicator Guide. Retrieved 30 November 2016.[permanent dead link]