ଟାଇଫଏଡ
ଟାଇଫଏଡ ଜ୍ୱର ବା ଟାଇଫଏଡ ବା ଆନ୍ତ୍ରିକ ଜ୍ୱର ବା ଅନ୍ତ୍ର ଜ୍ୱର ଭାବରେ ପରିଚିତ, (ଇଂରାଜୀରେ Typhoid fever, ବା typhoid), ସାଲମୋନେଲା ଟାଇଫି ନାମକ ଜୀବାଣୁ ସଂକ୍ରମଣଦ୍ୱାରା ହୁଏ । [୧] ଏହି ରୋଗ ଅନ୍ୟ ରୋଗୀ ସଂସ୍ପର୍ଶର ଆସିବାର ୬ରୁ ୩୦ ଦିନ ପରେ ଆରମ୍ଭ ହୁଏ ଓ ମଧ୍ୟମ ବା ଗମ୍ଭୀର ଧରଣର ହୋଇପାରେ । [୨][୩] ଏହି ଜ୍ୱର କିଛି ଦିନ ଧରି ହୁଏ ଓ ଧୀରେ ଧୀରେ ବଢ଼ିଚାଲେ । [୨] ଏହି ରୋଗରେ ସାଧାରଣତଃ ଦୁର୍ବଳ ଲାଗେ, ପେଟରେ କଷ୍ଟ ହୁଏ, କୋଷ୍ଠକାଠିନ୍ୟ ଓ ମୁଣ୍ଡବଥା ହୁଏ । [୩][୪] ତରଳ ଝାଡ଼ା ଓ ବାନ୍ତି ସାଧାରଣତଃ ହୁଏ । [୪] କେତେକ ଲୋକଙ୍କର ଚର୍ମରେ ଗୋଲାପୀ ରାସ ଦେଖାଯାଏ । [୩] ରୋଗ ଗମ୍ଭୀର ହେଲେ ବିଚଳିତ ହେବା ଦେଖାଯାଏ । [୪] ଚିକିତ୍ସିତ ନ ହେଲେ ସପ୍ତାହ ସପ୍ତାହ ଓ ମାସ ମାସ ଧରି ରୋଗ ଲାଗିରହେ । [୩] କେତେକ ଲୋକ ଦେହରେ ଜୀବାଣୁ ଥାଏ କିନ୍ତୁ ସେମାନଙ୍କୁ ରୋଗ ହୁଏ ନାହିଁ; ସେମାନଙ୍କୁ କ୍ୟାରିଅର କୁହାଯାଏ ଓ ତାଙ୍କର ଅନ୍ୟକୁ ସଂକ୍ରମିତ କରିବା ଶକ୍ତି ଥାଏ । [୫] ପାରାଟାଇଫଏଡ ଜ୍ୱର ଭଳି ଟାଇଫଏଡ ଜ୍ୱର ଏକ ପ୍ରକାର ଆନ୍ତ୍ରିକ ଜ୍ୱର । [୧]
ଟାଇଫଏଡ ଜ୍ୱର | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Infectious disease |
ଆଇସିଡ଼ି-୧୦ | A01.0 |
ଆଇସିଡ଼ି-୯-ସିଏମ୍ | 002 |
ରୋଗ ଡାଟାବେସ | 27829 |
ମେଡ଼ିସିନ-ପ୍ଲସ | 001332 |
ଇ-ମେଡ଼ିସିନ | oph/686 med/2331 |
MeSH | D014435 |
ଟାଇଫଏଡ ରୋଗ ସାଲମୋନେଲା ଟାଇଫି ବା ସାଲମୋନେଲା ଏଣ୍ଟେରିକା ସେରୋଟାଇପ ଟାଇଫି ଜୀବାଣୁଦ୍ୱାରା ହୁଏ ଓ ଏହି ଜୀବାଣୁ ଅନ୍ତନଳୀ ଓ ରକ୍ତରେ ବଢ଼େ । [୩][୪] ସଂକ୍ରମିତ ବ୍ୟକ୍ତିର ମଳ ସହିତ ଅପମିଶ୍ରିତ ଖାଦ୍ୟ ବା ପାନୀୟ ଗ୍ରହଣ କଲେ ଏହି ରୋଗ ବ୍ୟାପେ । [୫] ସଙ୍କଟ କାରକଙ୍କର ନାମ: ଦରିଦ୍ର ପରିଚ୍ଛନ୍ନତା, ଓ ଦରିଦ୍ର ସ୍ୱାସ୍ଥ୍ୟରକ୍ଷା । [୧] ବିକାଶଶୀଳ ଦେଶମାନଙ୍କୁ ଗଲେ ଏହି ସଙ୍କଟ ରହେ । [୪] ଜୀବମାନଙ୍କ ମଧ୍ୟରେ କେବଳ ମାନବକୁ ଏହି ରୋଗ ହୁଏ । [୫] ଜୀବାଣୁ କଲଚର କରି ଓ ରକ୍ତ, ମଳ ବା ଅସ୍ଥିମଜ୍ଜାରେ ତାହାର ଡିଏନଏ ମିଳିଲେ ରୋଗ ନିର୍ଣ୍ଣୟ ହୁଏ । [୧][୩][୬] ଜୀବାଣୁ କଲଚର କଷ୍ଟସାଧ୍ୟ ଅଟେ । [୭] ଅସ୍ଥିମଜ୍ଜା ପରୀକ୍ଷା ନିର୍ଣ୍ଣୟାତ୍ମକ । [୬] ଏହାର ଲକ୍ଷଣ ଅନ୍ୟାନ୍ୟ ସଂକ୍ରାମକ ରୋଗ ସହିତ ପ୍ରାୟ ସମାନ । [୪] ଟାଇଫସ ଏକ ଅଲଗା ରୋଗ । [୮]
ଟାଇଫଏଦ ଟିକାଦ୍ୱାରା ପ୍ରାୟ ୫୦ରୁ ୭୦ % ରୋଗ ପ୍ରତିଷେଧ ହୋଇପାରେ । [୫][୯] ସାତ ବର୍ଷ ପର୍ଯ୍ୟନ୍ତ ଏହି ଟିକା କାର୍ଯ୍ୟକାରୀ ହୁଏ । [୧] ରୋଗ ସଙ୍କଟାପନ୍ନ ଲୋକକୁ ବା ରୋଗ ଯେଉଁଠାରେ ସାଧାରଣତଃ ହୁଏ, ସେହି ସ୍ଥାନକୁ ଯାଉଥିବା ଲୋକକୁ ଟିକା ଦିଆଯାଏ । [୫] ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ପିଇବା, ଉନ୍ନତ ପରିଚ୍ଛନ୍ନତା ଓ ଉତ୍ତମ ହାତଧୁଆ ଆବଶ୍ୟକ । [୩][୫] ନିଧାର୍ଯ୍ୟ ଭାବରେ ରୋଗ ନ ଥିବା ଜଣାପଡ଼ିବା ପର୍ଯ୍ୟନ୍ତ ସଂକ୍ରମିତ ବ୍ୟକ୍ତି କାହାନିନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ଅନୁଚିତ । [୩] ଆଜିଥ୍ରୋମାଇସିନ, ଫ୍ଲୋରୋକୁଇନୋଲିନ ବା ତୃତୀୟ ପିଢ଼ି ସେଫାଲୋସ୍ପୋରିନ ଭଳି ଆଣ୍ଟିବାୟୋଟିକ ଦିଆଯାଏ । [୧] କେତେକ ଆଣ୍ଟିବାୟୋଟିକ ପ୍ରତି ଜୀବାଣୁ ପ୍ରତିରୋଧ ହେବାରୁ ଚିକିତ୍ସା କଷ୍ଟସାଧ୍ୟ ହେଉଛି । [୧]
ସନ ୨୦୧୦ରେ ୨୭ ନିୟୁତ କେଶ ରିପୋର୍ତ ହୋଇଥିଲା । [୧] ଏହି ରୋଗ ଭାରତରେ ଅତି ସାଧାରଣ ଓ ପିଲାମାନଙ୍କୁ ଅଧିକ ହୁଏ । [୧][୫] ପରିମଳ ଓ ଆଣ୍ଟିବାୟୋଟିକ ଯୋଗୁ ବିକଶିତ ଦେଶମାନଙ୍କରେ ସନ ୧୯୪୦ରେ ଏହି ରୋଗ ହାର କମିଯାଇଥିଲା । [୫] ଆମେରିକାରେ ବାର୍ଷିକ ୬,୦୦୦ ଲୋକ ରୋଗାକ୍ରାନ୍ତ ହୁଅନ୍ତି ଓ ୪୦୦ କେଶ ରିପୋର୍ଟ ହୁଏ । [୪][୧୦] ସନ୧୯୯୦ରେ ୧୮୧,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ଏହା କମିଯାଏ ୧୬୧,୦୦୦ ମୃତ୍ୟୁ (ପୃଥିବୀର ୦.୩ %) ହୋଇଥିଲା । [୧୧] ବିନା ଚିକିତ୍ସାରେ ମୃତ୍ୟୁ ସଙ୍କଟ ୨୫ % ରହୁଥିବାବେଳେ ଉପଯୁକ୍ତ ଚିକିତ୍ସାରେ ଏହି ହାର ମାତ୍ରା ୧ରୁ ୪ % ହୁଏ । [୧][୫] ଟାଇଫସ ରୋଗ ଲକ୍ଷଣ ସାଥୀରେ ସାମଞ୍ଜସ୍ୟ ଥିବାରୁ ଏହାର ନାମ ଟାଇଫଏଡ ହୋଇଛି । [୧୨]
ରୋଗ ନିଦାନ
ସମ୍ପାଦନାଟାଇଫଏଡ ଜୀବାଣୁ ଖାଦ୍ୟ ସାଥିରେ ଖାଦ୍ୟ ନଳୀରେ ପ୍ରବେଶ କରେ ଓ ପାକସ୍ଥଳୀରେ ପ୍ରବେଶ କରେ । ଏଠାରେ ଏସିଡ ଅତ୍ୟଧିକ ଥିଲେ ଜୀବାଣୁ ମରିଯାଆନ୍ତି । ତା ପରେ ଜୀବନ୍ତ ଜୀବାଣୁ ଅନ୍ତନଳୀରେ ପ୍ରବେଶ କରି ଭିଲ୍ଲାଇର ଅଗ୍ରଭାଗରେ ଲାଖି ରହନ୍ତି ଓ ମ୍ୟୁକୋସା ଭିତରେ ପ୍ରବେଶ କରନ୍ତି । ଏଠାରେ କିଛି ଦିନ ଧରି ବଂଶ ବୃଦ୍ଧି କରନ୍ତି । ତା ପରେ ଜୀବାଣି ଲିମ୍ଫଏଡ ଫଲିକ୍ଲ ଓ ପେୟର୍ସ ପ୍ୟାଚେସ୍ ମଧ୍ୟରେ ରହି ନଷ୍ଟ କରନ୍ତି । ଏହା ପରେ ଜୀବାଣୁ ମେସେଣ୍ଟେରିକ୍ ଲିମ୍ଫ୍ ନୋଡ୍ ଓ ଥୋରାସିକ ଡକ୍ଟ ମଧ୍ୟରେ ପ୍ରବାହିତ ହୋଇ ରକ୍ତ ସ୍ରୋତରେ ମିଶନ୍ତି ତଥା କଲିଜା ଓ ପ୍ଲିହାକୁ ଆକ୍ରମଣ କରନ୍ତି ।
ଚିହ୍ନ ଓ ଲକ୍ଷଣ
ସମ୍ପାଦନାଟାଇଫଏଡ ଜ୍ୱର ଚାରୋଟି ଧାରାରେ (Stage) ଗତି କରେ ଓ ପ୍ରତ୍ୟେକ ଧାରା ପ୍ରାୟ ଏକ ସପ୍ତାହ ରହେ । ଏହି ଧାରାରେ ରୋଗ ଗତି କରିବା ବେଳେ ରୋଗୀ ଶୁଖି ଯାଇ ପତଳା ଦେଖାଯାଏ ଓ ଦୁର୍ବଳ ହୋଇଯାଏ ।
- ପ୍ରଥମ ସପ୍ତାହ - ଉତ୍ତାପ ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହୁଏ, ନାଡ଼ି ଗତି (Pulse rate) ଅପେକ୍ଷାକୃତ ଧୀର ରହେ, କମ୍ ବେଶୀ (Fluctuate) ହୁଏ । ଏହାକୁ ଫଗେଟ ଚିହ୍ନ (Faget) କହନ୍ତି । ଘୋଳା ବିନ୍ଧା ହୁଏ, ମୁଣ୍ଡ ବିନ୍ଧେ ଓ କାଶ ହୁଏ । ଏକ ଚତୁର୍ଥାଶଂ ରୋଗୀଙ୍କର ନାକରୁ ରକ୍ତ ବହେ । ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ । ରକ୍ତ ପରୀକ୍ଷାରେ: ଶ୍ୱେତ ରକ୍ତ କଣିକା ସଂଖ୍ୟା କମ୍ ରହେ, ଲିମ୍ଫୋସାଇଟ ସେଲ ଅପେକ୍ଷାକୃତ ଅଧିକ ଥାଏ ଓ ଇଓସିନୋଫିଲ୍ କମ୍ ଥାଏ । ରକ୍ତ କଲ୍ଚର୍ କଲେ ସାଲ୍ମୋନେଲା ଟାଇଫି ଜୀବାଣୁ ବା ପାରାଟାଇଫି ଜୀବାଣୁ ମିଳନ୍ତି । ପ୍ରଥମ ସପ୍ତାହରେ ଉଇଡାଲ ଟେଷ୍ଟ ବିଯୁକ୍ତାତ୍ମକ ରହେ ।
- ଦ୍ୱିତୀୟ ସପ୍ତାହ - ଶରୀରର ଉତ୍ତପ ୪୦୦ ସେ (୧୦୪ ୦ ଫା) ପାଖା ପାଖି ରହେ, ଧୀର ନାଡ଼ି ଗତି ରହେ ଓ ଡାଇକ୍ରୋଟିକ ସ୍ପନ୍ଦନ ହୁଏ । ରୋଗୀ ଶାନ୍ତ ରହିଲେ ମଧ୍ୟ ବାଉଳି(Delirium) ହୁଏ । କ୍ଷୁଦ୍ର ଗୋଲାପୀ ଦାଗ ଛାତି ତଳ ଭାଗ ଓ ପେଟ ଉପର ଭାଗରେ ଦେଖାଯାଏ । ଫୁସଫୁସର ତଳ ଭାଗ ବା ବେସ୍ରେ ରୋଙ୍କାଇ ଶବ୍ଦ ଶୁଣାଯାଏ । ପେଟ ଫୁଲିଯାଏ ଓ ଦକ୍ଷିଣ ତଳ ଭାଗରେ କଷ୍ଟ ହୁଏ ତଥା ଅନ୍ତ ନଳୀ ଶବ୍ଦ (ବର୍ବୋରିଗ୍ମି) ଶୁଣାଯାଏ । ଏହି ସମୟରେ ୬ରୁ ୮ ଥର ଶାଗୁଆ ତରଳ ଝାଡ଼ା ହୋଇପାରେ ଯାହାର ଏକ ପ୍ରକାର ସ୍ୱତନ୍ତ୍ର ଗନ୍ଧ ଥାଏ, ଅଧିକାଂଶ ସମୟରେ କୋଷ୍ଠକାଠିନ୍ୟ ରହେ । ପ୍ଲିହା (Spleen) ଓ କଲିଜା (Liver) ବୃଦ୍ଧି ପ୍ରାପ୍ତ ହୁଏ ଓ ଦରଜ ରହେ । ରକ୍ତ ପରୀକ୍ଷା: ଉଇଡାଲ ଟେଷ୍ଟ ଯୁକ୍ତାତ୍ମକ, ଆଣ୍ଟି-ଓ ତଥା ଆଣ୍ଟି-ଏଚ୍ ଆଣ୍ଟିବଡି ମିଳେ । ରକ୍ତ କଲ୍ଚର୍ ବେଳେବେଳେ ଯୁକ୍ତାତ୍ମକ ରହେ । ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଜ୍ୱର ଉପରବେଳା ବୃଦ୍ଧି ହୁଏ ।
- ତୃତୀୟ ସପ୍ତାହ - ଏହି ସପ୍ତାହରେ ଅନେକ ଜଟିଳତା (Complication) ଦେଖାଯାଏ ।
- ଅନ୍ତନଳୀର ପେୟର୍ସ୍ ପ୍ୟାଚେସରୁ (Peyer's patches) ରକ୍ତସ୍ରାବ ହୁଏ । ଏହା ଜଟିଳ (serious) ହେଲେ ମଧ୍ୟ ଘାତକ (fatal) ନୁହେଁ ।
- ଦୂରବର୍ତ୍ତୀ ଇଲିଅମ୍ରେ (distal ilium) କଣା ଦେଖାଯାଇ ପାରେ । ଏହା ଘାତକ ହୋଇପାରେ ।
- ଏନ୍କେଫାଲାଇଟିସ୍ (Encephalitis)
- ସ୍ନାୟୁମାନସିକ (neuropsychiatric) ଲକ୍ଷଣ: ବିଛଣାକୁ ଟାଣିବା, ବିଳିବିଳେଇବା (Muttering delirium of coma vigil)
- ବିକ୍ଷେପିତ ଆବ୍ସେସ୍ (Metastatic abscess) - କଲିସିସ୍ଟାଇଟିସ୍ (cholecystitis), ଏଣ୍ଡୋକାର୍ଡାଇଟିସ୍ (endocarditis) ଓ ଓସ୍ଟାଇଟିସ୍ (osteitis)
- ଉତ୍ତପ ଅଧିକ ରହେ ଓ ୨୪ ଘଣ୍ଟା ମଧ୍ୟରେ ବିଶେଷ କମ୍ ବେଶୀ ହୁଏ ନାହିଁ । ନିର୍ଜଳନ ବା ଡିହାଇଡ୍ରେସନ ହୁଏ ଓ ବାଉଳି ହୁଏ (Delirium) ମାକୁଲାର ରାସ (Macular rash) ଦେହରେ ଦେଖାଯାଏ । ପ୍ଲାଟେଲେଟ (Platelet) ସଂଖ୍ୟା କମି ରକ୍ତସ୍ରାବ ହୁଏ ।
- ତିନି ସପ୍ତାହ ପରେ ଜ୍ୱର କମିଯାଏ । ଏହା ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହେ ।
ସଞ୍ଚାରଣ
ସମ୍ପାଦନାଅନୁନ୍ନତ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ଓ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଟାଇଫଏଡ ବ୍ୟାପିବା ନିମନ୍ତେ ଦାୟୀ । ପଡ଼ିଆରେ ଟାଇଫଏଡ ରୋଗୀ ଝାଡ଼ା ଫେରିଲେ ତାହା ଉପରେ ମାଛି ବସନ୍ତି ଓ ତାଙ୍କର ଗୋଡ଼ରେ ଜୀବାଣୁ ଲାଗିଯାଆନନ୍ତି । ଏହି ମାଛି ଉଡ଼ି ଆସି ଖାଦ୍ୟରେ ମଧ୍ୟ ବସନ୍ତି । ଏତଦ୍ୱାରା ଜୀବାଣୁ ସେହି ଖାଦ୍ୟ ମାଧ୍ୟମରେ ସୁସ୍ଥ ଲୋକ ଶରୀରକୁ ଯାଇ ରୋଗ କରାନ୍ତି । ପଡ଼ିଆ ପାଖ ଜଳାଶୟରେ ଥିବା ଜଳ ମଧ୍ୟ ସଂକ୍ରମିତ ହୁଏ । ପାନୀୟ ଜଳ ନିମନ୍ତେ ଉଦ୍ଦିଷ୍ଟ ଜଳକୁ କ୍ଲୋରିନେସନ୍ କଲେ ଟାଇଫଏଡ ଜୀବାଣୁ ମରିଯାଆନ୍ତି । ଏହା ବ୍ୟତିତ ମଳତ୍ୟାଗ ପରେ ଓ ଖାଇବା ପୂର୍ବରୁ ହାତ ଉତ୍ତମ ରୂପେ ଧୋଇଲେ ରୋଗ ସମ୍ଭାବନା ରହିବ ନାହିଁ ।
ରୋଗ ନିର୍ଣ୍ଣୟ
ସମ୍ପାଦନାଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ଅନୁମାନ କରିହେବ । ଏହା ବ୍ୟତିତ ରକ୍ତ ପରୀକ୍ଷା, ଝାଡ଼ା କଲ୍ଚର୍, ଉଇଡାଲ୍ ଟେସ୍ଟ କଲେ ରୋଗ ଜଣାଯାଏ । ଉଇଡାଲ୍ ଟେସ୍ଟ ସମୟ ସାପେକ୍ଷ, ଏଣୁ ରୋଗ ନିର୍ଣ୍ଣୟରେ ସନ୍ଦେହ ହେଲେ ରକ୍ତ ପରୀକ୍ଷା, ଝାଡ଼ା ଓ ରକ୍ତ କଲ୍ଚର୍ ରିପୋର୍ଟକୁ ଅପେକ୍ଷା ନ କରି କ୍ଲୋରାମ୍ଫେନିକଲ ଔଷଧ ଆରମ୍ଭ କରିଦିଆଯାଏ [୧୩]। ଭୟାବହ ଟାଇଫଏଡ ଓ ପାରାଟାଇଫଏଡ ରୋଗ ସମୂହକୁ ଏଣ୍ଟେରିକ୍ ଫିଭର ବା ଆନ୍ତ୍ରିକ ଜ୍ୱର କୁହାଯାଏ [୧୪]।
ଚିକିତ୍ସା
ସମ୍ପାଦନାଯେଉଁ ସ୍ଥାନରେ ଜୀବାଣୁ ପ୍ରତିରୋଧ ନାହିଁ ସେଠାରେ ସିପ୍ରୋକ୍ଲାସିନ ପସନ୍ଦ ଯୋଗ୍ୟ ଔଷଧ [୧୪][୧୫]। ତୃତୀୟ ଜେନେରେସନ ସେଫାଲୋସ୍ପୋରିନ ଯଥା ସେଫ୍ଟ୍ରିଆକ୍ସୋନ କିମ୍ବା ସେଫୋଟାକ୍ସିମ ପ୍ରଥମ ପସନ୍ଦ ଔଷଧ ହିସାବରେ ଦିଆଯାଏ [୧୬][୧୭][୧୮]। ସେଫିକ୍ସିମ ଔଷଧ ପାଟିବାଟେ ଦିଆଯାଏ [୧୯][୨୦]। ଆଣ୍ଟିବାୟୋଟିକଦ୍ୱାରା ଘାତକତା ୧%କୁ କମିଯାଇଛି । ଏହା ବ୍ୟତିତ ଏହି ରୋଗରେ ଲକ୍ଷଣ ଅନୁଯାୟୀ ଅନ୍ୟ ଔଷଧ ଦିଆଯାଏ, ଯେପରିକି ଜ୍ୱର ନିମନ୍ତେ ପାରାସେଟାମଲ ।
ଅପରେଶନ
ସମ୍ପାଦନାଅନ୍ତନଳୀ କଣା ହୋଇଗଲେ ଅପରେଶନ ଦରକାର ହୁଏ ।
ପ୍ରତିଷେଧକ
ସମ୍ପାଦନାଟାଇଫଏଡ ରୋଗ ନିମନ୍ତେ ଟିକା (The live, oral Ty21a vaccine sold as Vivotif by Crucell Switzerland AG and the injectable Typhoid polysaccharide vaccine sold as Typhim Vi by Sanofi Pasteur and Typherix by GlaxoSmithKline) ଦିଆଯାଏ କିନ୍ତୁ ଏହା ୫୦ରୁ ୮୦ % ରକ୍ଷାକାରୀ ହୁଏ ।
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Wain, J; Hendriksen, RS; Mikoleit, ML; Keddy, KH; Ochiai, RL (21 March 2015). "Typhoid fever". Lancet. 385 (9973): 1136–45. doi:10.1016/s0140-6736(13)62708-7. PMID 25458731.
- ↑ ୨.୦ ୨.୧ Anna E. Newton (2014). "3 Infectious Diseases Related To Travel". CDC health information for international travel 2014 : the yellow book. ISBN 9780199948499.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Typhoid Fever". cdc.gov. May 14, 2013. Retrieved 28 March 2015.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Typhoid Fever". cdc.gov. May 14, 2013. Retrieved 28 March 2015.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ ୫.୮ "Typhoid vaccines: WHO position paper" (PDF). Wkly Epidemiol Rec. 83 (6): 49–59. Feb 8, 2008. PMID 18260212.
- ↑ ୬.୦ ୬.୧ Crump, JA; Mintz, ED (15 January 2010). "Global trends in typhoid and paratyphoid Fever". Clinical infectious diseases : an official publication of the Infectious Diseases Society of America. 50 (2): 241–6. doi:10.1086/649541. PMID 20014951.
- ↑ Alan J. Magill (2013). Hunter's tropical medicine and emerging infectious diseases (9th ed. ed.). London: Saunders/Elsevier. pp. 568–572. ISBN 9781455740437.
{{cite book}}
:|edition=
has extra text (help) - ↑ Cunha BA (March 2004). "Osler on typhoid fever: differentiating typhoid from typhus and malaria". Infect. Dis. Clin. North Am. 18 (1): 111–25. doi:10.1016/S0891-5520(03)00094-1. PMID 15081508.
- ↑ Anwar, E; Goldberg, E; Fraser, A; Acosta, CJ; Paul, M; Leibovici, L (2 January 2014). "Vaccines for preventing typhoid fever". The Cochrane database of systematic reviews. 1: CD001261. doi:10.1002/14651858.CD001261.pub3. PMID 24385413.
- ↑ Jackson, BR; Iqbal, S; Mahon, B (27 March 2015). "Updated Recommendations for the Use of Typhoid Vaccine - Advisory Committee on Immunization Practices, United States, 2015". MMWR. Morbidity and mortality weekly report. 64 (11): 305–308. PMID 25811680.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "Oxford English Dictionary (Online)". www.oed.com. p. typhoid, adj. and n.
Resembling or characteristic of typhus
{{cite web}}
:|access-date=
requires|url=
(help); Missing or empty|url=
(help) - ↑ Ryan KJ, Ray CG (editors) (2004). Sherris Medical Microbiology (4th ed.). McGraw Hill. ISBN 0-8385-8529-9.
{{cite book}}
:|author=
has generic name (help) - ↑ ୧୪.୦ ୧୪.୧ Parry CM, Beeching NJ (2009). "Treatment of enteric fever". BMJ. 338: b1159–b1159. doi:10.1136/bmj.b1159. PMID 19493937.
- ↑ Effa EE, Lassi ZS, Critchley JA,; et al. (2011). Bhutta, Zulfiqar A (ed.). "Fluoroquinolones for treating typhoid and paratyphoid fever (enteric fever)". Cochrane Database Syst Rev (10): CD004530. doi:10.1002/14651858.CD004530.pub4. PMID 21975746.
{{cite journal}}
: CS1 maint: extra punctuation (link) CS1 maint: multiple names: authors list (link) - ↑ Soe GB, Overturf GD (1987). "Treatment of typhoid fever and other systemic salmonelloses with cefotaxime, ceftriaxone, cefoperazone, and other newer cephalosporins". Rev Infect Dis. The University of Chicago Press. 9 (4): 719–36. doi:10.1093/clinids/9.4.719. JSTOR 4454162. PMID 3125577.
- ↑ Wallace MR; Yousif AA; Mahroos GA; et al. (1993). "Ciprofloxacin versus ceftriaxone in the treatment of multiresistant typhoid fever". Eur J Clin Microbiol Infect Dis. 12 (12): 907–910. doi:10.1007/BF01992163. PMID 8187784.
{{cite journal}}
: Unknown parameter|author-separator=
ignored (help) - ↑ Dutta P; Mitra U; Dutta S; et al. (2001). "Ceftriaxone therapy in ciprofloxacin treatment failure typhoid fever in children". Indian J Med Res. 113: 210–3. PMID 11816954.
{{cite journal}}
: Unknown parameter|author-separator=
ignored (help) - ↑ Bhutta ZA, Khan IA, Molla AM (1994). "Therapy of multidrug-resistant typhoid fever with oral cefixime vs. intravenous ceftriaxone". Pediatr Infect Dis J. 13 (11): 990–993. doi:10.1097/00006454-199411000-00010. PMID 7845753.
{{cite journal}}
: CS1 maint: multiple names: authors list (link) - ↑ Cao XT, Kneen R, Nguyen TA, Truong DL, White NJ, Parry CM (1999). "A comparative study of ofloxacin and cefixime for treatment of typhoid fever in children. The Dong Nai Pediatric Center Typhoid Study Group". Pediatr Infect Dis J. 18 (3): 245–8. PMID 10093945.
{{cite journal}}
: CS1 maint: multiple names: authors list (link)