ଟାଇଟନିକ୍
ଜେମସ କ୍ୟାମେରୁନଙ୍କଦ୍ୱାରା ନିର୍ଦ୍ଦେଶିତ, ଲିଖିତ ଓ ସହ-ସଂପାଦିତ ୧୯୯୭ ମସିହାର ଚଳଚ୍ଚିତ୍ର ହେଉଛି ଟାଇଟନିକ୍। କାହାଣୀର ମୂଳ କଥାବସ୍ତୁ ଜାହାଜର ବୁଡି଼ବା ଓ ପ୍ରେମ ଉପରେ ଆଧାରିତ। ଚଳଚ୍ଚିତ୍ର ଲୋକପ୍ରିୟତା ଏହାକୁ ୧୪ଟି ଓସ୍କାର୍ ନାମାଙ୍କନ ମଧ୍ୟରୁ ୧୧ଟି ଜିତାଇ ପାରିଥିଲା। ବ୍ୟବସାୟ କ୍ଷେତ୍ରରେ ଏହା ଆଜି ପର୍ଯ୍ୟନ୍ତ ନିର୍ମିତ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଦ୍ୱିତୀୟ (ଅବତାର ୨୦୦୯ ପ୍ରଥମ)।
Titanic | |
---|---|
ଫାଇଲ:Titanic poster.jpg | |
ନିର୍ଦ୍ଦେଶକ | ଜେମସ କ୍ୟାମେରୁନ୍ |
ପ୍ରଯୋଜକ | ଜେମସ କ୍ୟାମେରୁନ୍ ଜନ୍ ଲାଣ୍ଡାଉ |
ସଂଳାପ | ଜେମସ କ୍ୟାମେରୁନ୍ |
କଳାକାର | ଲିଓନାର୍ଡୋ଼ ଡି କ୍ୟାପ୍ରିଓ କେଟ୍ ଉଇନ୍ସଲେଟ୍ ବିଲ୍ଲି ଜେନ୍ କ୍ୟାଥି ବେଟସ୍ ଫ୍ରାନ୍ସେସ୍ ଫିସର୍ ବିକ୍ଟର୍ ଗାର୍ବର୍ ବର୍ନାର୍ଡ଼ ହିଲ୍ ଜୋନାଥନ୍ ହାଇଡ୍ |
ସଙ୍ଗୀତ | ଜେମସ ହର୍ନର୍ |
ଚିତ୍ରଗ୍ରହଣ | ରସେଲ୍ କାର୍ପେଣ୍ଟର୍ |
ସମ୍ପାଦକ | କନ୍ରାଡ଼ ବଫ୍ ଜେମସ କ୍ୟାମେରୁନ୍ ରିଚାର୍ଡ଼ ଏ ହେରିସ୍ |
Production company | |
ବିତରକ | 20th Century Fox (International) Paramount Pictures (North America) |
ମୁକ୍ତିଲାଭ ତାରିଖ | {{Tokyo|1997|12|19|United States}} |
କଥାଚିତ୍ରର ସମୟ | ୧୯୫ ମିନିଟ୍ |
ଦେଶ | ଯୁକ୍ତରାଷ୍ଟ୍ର ଆମେରିକା |
ଭାଷା | ଇଂରାଜୀ |
ଖର୍ଚ୍ଚ | $୨୦୦ ନିୟୁତ |
ମୋଟ ଆୟ | $୨.୧୮୭ ଅର୍ବୁଦ |
କଥାବସ୍ତୁ
ସମ୍ପାଦନା୧୯୯୬ରେ କିଛି ଲୋକ ଟାଇଟନିକ୍ ଭଗ୍ନାଂଶରୁ ଗୋଟିଏ ବିରଳ ପରିହିତା ରୋଜ୍ ଡ'ସନଙ୍କ ଚିତ୍ର ଉଦ୍ଧାର କରୁଛନ୍ତି। ବର୍ତ୍ତମାନ ବୃଦ୍ଧା ରୋଜ୍ ଡ'ସନ୍ ସେ ସମୟକୁ ନିମ୍ନୋକ୍ତେ ବର୍ଣ୍ଣନା କରନ୍ତି। ଟାଇଟନିକ୍ ଆରୋହୀ ରୋଜ୍ ଡ'ସନ୍ ଭାବୀ ସ୍ୱାମୀ କାଲଙ୍କୁ ନାପସନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରନ୍ତି। ଜ୍ୟାକ୍ ତାଙ୍କୁ ଉଦ୍ଧାର କରନ୍ତି ଓ କ୍ରମେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି଼ ଉଠେ। ଜ୍ୟାକ୍ ରୋଜଙ୍କ ଅନୁରୋଧକ୍ରମେ ତାଙ୍କର ଏକ ଚିତ୍ର ଆଙ୍କନ୍ତି । କାଲ୍ ଏହି ଚିତ୍ର ପାଆନ୍ତି ଓ ଜ୍ୟାକଙ୍କୁ ଚୋର ଭାବେ ଅଭିଯୋଗ କରି ବନ୍ଦୀ କରନ୍ତି। ଜାହାଜ ବୁଡି଼ବା ବେଳକୁ ରୋଜ୍ ଅତିରିକ୍ତ ଡଙ୍ଗାକୁ ପ୍ରତ୍ୟାଖ୍ୟାନ କରି ଜ୍ୟାକଙ୍କୁ ବଞ୍ଚାନ୍ତି। ଦୁହେଁ ଜାହାଜ ଉପରକୁ ଆସନ୍ତି। ଜାହାଜ ବୁଡି଼ଯିବା ପରେ ଗୋଟିଏ ଛୋଟ ପଟାରେ ରୋଜ୍ ଆଶ୍ରୟ ନିଅନ୍ତି ଓ ସନ୍ନିପାତରେ ଜ୍ୟାକଙ୍କ ମୃତ୍ୟୁ ହୁଏ। ପରେ ରୋଜଙ୍କୁ ଉଦ୍ଧାର କରାଯାଏ। ବର୍ତ୍ତମାନ ସମୟରେ ରୋଜ୍ ନିଜ ପାଖରେ ସବୁବେଳେ ରଖିଥିବା ଦୁର୍ମୂଲ୍ୟ ହୀରାକୁ ପାଣିକୁ ଫିଙ୍ଗି ଦିଅନ୍ତି।