ଟରାସ କୋମ୍ପାନିଚେଙ୍କୋ

ୟୁକ୍ରେନର ସଙ୍ଗୀତକାର

ଟରାସ କୋମ୍ପାନିଚେଙ୍କୋ (ଛାଞ୍ଚ:Lang-uk; ଜନ୍ମ: ୧୪ ନଭେମ୍ବର ୧୯୬୯, ଜନ୍ମସ୍ଥାନ: କ୍ୟିଭ, ୟୁକ୍ରେନିଆନ, ଏସ୍ଏସ୍ଆର୍) ଜଣେ ୟୁକ୍ରେନିୟ ରେକର୍ଡ଼ିଂ କଳାକାର, କୋବଜାର, ଗୀତିକାର, ସଙ୍ଗୀତକାର, ଗାୟକ ତଥା ଏକ ସଙ୍ଗୀତ ବ୍ୟାଣ୍ଡର ପୁରୋଧା ।[୧] ସେ କୋବଜାରସ୍କାୟି ଟିସେଖ (କୋବଜାର ଗିଲ୍ଡ), ପ୍ରାରମ୍ଭିକ ସଙ୍ଗୀତ ଦଳ ଚୋରିଆ କୋଜାକ୍କା ଏବଂ ସର୍ମାଟିକା ଭଳି ବ୍ୟାଣ୍ଡର ସକ୍ରିୟ ସଦସ୍ୟ । ନଭେମ୍ବର ୨୦୦୪ରୁ ଜାନୁଆରୀ ୨୦୦୫ ମଧ୍ୟରେ ୟୁକ୍ରେନରେ ଚାଲିଥିବା କମଳା ବିପ୍ଳବରେ (ଅରେଞ୍ଜ ରିଭୋଲ୍ୟୁସନ୍) ସେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ୨୦୧୩–୨୦୧୪ ମସିହାରେ ଇଉରୋମୈଦାନରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ । ସେ ୟୁକ୍ରେନର ଜଣେ ଜଣାଶୁଣା ଓ ଭାସିଲ ଷ୍ଟୁସ୍ ପୁରସ୍କାର ବିଜେତା କଳାକାର ।[୨]

କମ୍ପାନିକେଙ୍କୋ

ସେ ଜଣେ ପ୍ରଶିକ୍ଷିତ ଚିତ୍ରକର ଓ କଳା ଐତିହାସିକ ଭାବେ ତାଲିମ ନେଇଥିଲେ ମଧ୍ୟ ସଙ୍ଗୀତ ପ୍ରତି ଥିବା ରୁଚି ପାଇଁ ଏହି ବୃତ୍ତିକୁ ଛାଡ଼ି ଦେଇଥିଲେ । ୨୦୨୨ ମସିହାରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ସେ ହତିଆର ଉଠାଇ ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହୋଇଥିଲେ ଏବଂ ୨୪୧ ତମ ଟେରିଟୋରିଆଲ୍ ଡିଫେନ୍ସ ବ୍ରିଗେଡ଼ରେ ଯୋଗ ଦେଇଥିଲେ ।[୩]

ଆଧାର ସମ୍ପାଦନା

  1. "Тарас Компаніченко - пісні, біографія - Українські пісні".
  2. "Указ Президента України № 1001/2008 «Про відзначення державними нагородами України»". Офіційне інтернет-представництво Президента України (in ୟୁକ୍ରାନିଆନ୍). 2016-10-02. Archived from the original on 2016-11-29.
  3. Hayda, Julian (1 June 2022). "War isn't dampening artists' determination to revive Indigenous Ukrainian music". NPR. Retrieved 13 March 2023.

ବାହାର ଆଧାର ସମ୍ପାଦନା