ଝୁମ୍ପା ଲାହିରୀ

ଔପନ୍ୟାସିକ, କ୍ଷୁଦ୍ରଗଳ୍ପ ଲେଖକ

ଝୁମ୍ପା ଲାହିରୀ(୧୧ ଜୁଲାଇ ୧୯୬୭ରେ ଜନ୍ମ) ଏକ ଭାରତୀୟ ଆମେରିକୀ ଲେଖିକା । ତାଙ୍କର ଉତ୍କୃଷ୍ଟ କ୍ଷୁଦ୍ରଗଳ୍ପ ଲେଖାଗୁଡ଼ିକ ସକାଶେ ପୀ ଏ ଏନ/ମାଲାମୁଦ ପୁରସ୍କାରର ଘୋଷିତ କରାଯାଇଥିଲା । [୧]

ଝୁମ୍ପା ଲାହିରୀ
ଜନ୍ମ ଓ ଜନ୍ମସ୍ଥାନନିଲଞ୍ଜନା ସୁଦେଷ୍ଣା ଲାହିରୀ
୧୧ ଜୁଲାଇ ୧୯୬୭
ଲଣ୍ତନ, ଇଂଲଣ୍ତ, ୟୁକେ
ବୃତ୍ତିକବି/ଲେଖିକା
ଜାତୀୟତାଆମେରିକୀୟ
ଶିକ୍ଷାନୁଷ୍ଠାନ
  • ବର୍ନଡ଼ କଲେଜ (ବି.ଏ.)
  • ବଷ୍ଟନ ୟୁନିଭରସିଟି (ଦୁଇଟା ଏମ ଏ, ମାଷ୍ଟର ଅଫ ଫାଇନ ଆର୍ଟସ୍, ପିଏଚଡ଼ି)
ଶୈଳୀଉପନ୍ୟାସ, କ୍ଷୁଦ୍ରଗଳ୍ପ, ଉତ୍ତର ଔପନିବେଷକ
ସାହିତ୍ୟ କୃତି
  • ଇନ୍ଟରପ୍ରିଟର ଅଫ ମାଲଡ଼ିସ୍ (1999)
  • ଦ ନାମସେକ (ଉପନ୍ୟାସ) (2003)
  • ଅନେକଷ୍ଟମଡ଼ ଅର୍ତ (2008)
  • ଦ ଲୋଲେଣ୍ତ (2013)
ପୁରସ୍କାର
  • 1999 ଓ ହେନେରି ପୁରସ୍କାର
  • 2000 ପୁଲିଟଜର ପ୍ରାଇଜ ଫର ଫିକସନ
ୱେବସାଇଟ
www.randomhouse.com/kvpa/jhumpalahiri/

ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ସଂଗ୍ରହ "ଇନ୍ଟରପ୍ରେଟର ଆଫ ମେଲଡ଼ିଜ" (1999)କୁ ସନ ୨୦୦୦ରେ 2000 ପୁଲିଟଜର ପ୍ରାଇଜ ଫର ଫିକସନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଅନ୍ୟ ପୁରସ୍କୃତ ଉପନ୍ୟାସ "ଦ ନେକସେକ" (୨୦୦୩) ଉପରେ ଗୋଟିଏ ଚଳଚ୍ଚିତ୍ର ମଧ୍ୟ କରାଯାଇଛି । [୨] ପିଲାବେଳେ ତାଙ୍କୁ ନୀଲଞ୍ଜନା ସୁଦେଷ୍ଣା ନାମରେ ପରିଚିତ ଥିଲେ କିନ୍ତୁ ତାଙ୍କୁ ପ୍ରାୟ ସମସ୍ତେ ଝୁମ୍ପା ନାମରେ ଜାଣନ୍ତି ।

ପ୍ରାକ୍ ଜୀବନ ସମ୍ପାଦନା

ଲାହିରୀଙ୍କ ଜନ୍ମ ଲଣ୍ତନ ରେ, ଜଣେ ପ୍ରବାସୀ ବଂଗାଳୀ, ଭାରତୀୟ ପରିବାରରେ ହୋଇଥିଲା । ସେ ଯେତେବେଳେ ୩ ବର୍ଷର ଥିଲେ ତାଙ୍କର ପରିବାର ଆମେରୀକା ସ୍ଥାନାନ୍ତରଣ ହୋଇଥିଲେ । ସେ ନିଜକୁ ଆମେରିକୀୟ ମାନନ୍ତି ଓ ତାଙ୍କର କ‌ହିବା ହେଲା "ମୁଁ ଏଠାରେ ଜନ୍ମ ହୋଇନି କିନ୍ତୁ ଏହା ମଧ୍ୟ ହେଇପାରନ୍ତା" "I wasn't born here, but I might as well have been." ଝୁମ୍ପାଙ୍କ ବାଲ୍ୟକାଳ କିଙ୍ଗଷ୍ଟନ, ରୋଢ଼େ ଆଇଲାଣ୍ତରେ ବିତିଥିଲା, ସେଠାରେ ଥିବା ୟୁନିଭରସିଟିରେ ତାଙ୍କ ପିତା ଅମର ଲାହିରୀ ଲାଇବ୍ରେରିୟାନ ଭାବେ କାର୍ଯ୍ୟରତ ଥିଲେ ।

ବୃତ୍ତି ସମ୍ପାଦନା

ପ୍ରଥମେ ଲାହିରୀଙ୍କ ଲେଖାଗୁଡ଼ିକୁ ପ୍ରକାଶକ ପସନ୍ଦ କରୁନଥିଲେ । ସନ ୧୯୯୯ରେ ତାଙ୍କର "ଇନ୍ଟରପ୍ରେଟର ଆଫ ମେଲଡ଼ିଜ" ପ୍ରଥମ କ୍ଷୁଦ୍ରଗଳ୍ପ ସଂଗ୍ରହ ଜାରୀ ହୋଇଥିଲା । ଏଥିରେ ଥିବା କାହାଣୀଗୁଡ଼ିକ ଭାରତୀୟ ଓ ପ୍ରବାସୀ ଭାରତୀୟଙ୍କ ଜୀବନର ସଂବେଦନଶୀଳ ବିଷୟ ଗୁଡ଼ିକ ଯେପରିକି ବୈବାହିକ ମତଭେଦ, ଗର୍ଭପାତ ଏବଂ ଆମେରିକାର ପ୍ରଥମ ଓ ଦ୍ୱିତୀୟ ପୀଢ଼ିର ପ୍ରବାସୀଭାରତୀୟଙ୍କ ସମ୍ପର୍କ ଉପରେ ଆଧାରିତ । ସେ ପରେ ଲେଖିଥିଲେ ଯେ "ଯେତେବେଳେ ମୁଁ ପ୍ରଥମଥର ଲେଖିବା ଆରମ୍ଭ କରିଥିଲି ସେତେବେଳେ ମୁଁ ଜାଣିନଥିଲି ଯେ ମୋର ବ‌ହିର ବିଷୟ ଭାରତ-ଆମେରିକାର ଅନୁଭବ ଥିଲା । ଯାହା ମୋତେ ଏହି କାମ କରିବା ସକାଶେ ଆକର୍ଷିତ କରିଥିଲା ତାହା ମୋ ଭିତରେ ଥିବା ଦୁଇଟି ଦୁନିଆକୁ ଗୋଟିଏ କାଗଜର ପୃଷ୍ଠାରେ ଲେଖିବାର ଇଚ୍ଛା, ଯାହାକି ବାସ୍ତବିକ ଜୀବନରେ କରିବା ସକାଶେ ମୋର ସାହାସ ବା ପରିପକ୍ୱତା ନାହିଁ ।


ପୁରାସ୍କାର ଓ ମାନ୍ୟତା ସମ୍ପାଦନା

  • ୧୯୯୩ - ହେନଫିଲ୍ଡ ଫାଉଣ୍ତେସନଦ୍ୱାରା ଟ୍ରାନ୍ସାଟଲାନ୍ଟିକ ପୁରସ୍କାର
  • ୧୯୯୯ - କ୍ଷୁଦ୍ରଗଳ୍ପ "ଇନ୍ଟରପ୍ରେଟର ଆଫ ମେଲଡ଼ିଜ" ସକାଶେ ହେନରୀ ପୁରସ୍କାର
  • ୧୯୯୯ - ପେନ/ହେମିଂଗ୍‌ବେ ପୁରସ୍କାର (ବର୍ଷର ସର୍ବଶ୍ରେଷ୍ଠ ଫିକ୍‌ସନ୍ ଡ଼େବ୍ୟୁ) "ଇନ୍ଟରପ୍ରେଟର ଆଫ ମେଲଡ଼ିଜ" ପାଇଁ [୩]
  • ୧୯୯୯ - "ଇନ୍ଟରପ୍ରେଟର ଆଫ ମେଲଡ଼ିଜ"କୁ ସର୍ବଶ୍ରେଷ୍ଠ ଆମେରିକୀ କ୍ଷୁଦ୍ରଗଳ୍ପ ସକାଶେ ଚୟନ
  • ୨୦୦୦ - ଆମେରିକନ ଆକାଡ଼େମୀ ଅଫ ଆର୍ଟ ଏଣ୍ତ ଲେର୍ଟସ୍ ତରଫରୁ ଆଡ଼ିସନ ମେଟକାଫ ପୁରସ୍କାର
  • ୨୦୦୦ - "ଦି ଥର୍ଡ଼ ଏଣ୍ତ ଫାଇନାଳ କାଣ୍ଟିନେଣ୍ଟ"କୁ ସର୍ବଶ୍ରେଷ୍ଠ ଆମେରିକୀ କ୍ଷୁଦ୍ରଗଳ୍ପ ସକାଶେ ଚୟନ
  • ୨୦୦୦ - "ଇନ୍ଟରପ୍ରେଟର ଆଫ ମେଲଡ଼ିଜ"କୁ ନ୍ୟୁୟର୍କର ବେଷ୍ଟ ଡ଼େବ୍ୟୁ ଅଫ ଦ ୟର ପୁରସ୍କାର
  • ୨୦୦୦ -
  • ୨୦୦୦ -
  • ୨୦୦୨ - ଗୁଗେନହାଇମ ଫେଲୋଶିପ
  • ୨୦୦୨ -
  • ୨୦୦୮ -
  • ୨୦୦୯ -

କ୍ଷୁଦ୍ର କାଳ୍ପନିକ ଉପନ୍ୟାସ ସମ୍ପାଦନା

ସମୂହ "ଇନ୍ଟରପ୍ରେଟର ଆଫ ମେଲଡ଼ିଜ" (୧୯୯୯)

  • "ଏ ଟେମ୍ପୁରାରି ମେଟର" (previously published in The New Yorker)
  • "ଭେନ ମିଷ୍ଟର ପିରଜାଦା କେମ ଟୁ ଡ଼ାଇନ" (previously published in The Louisville Review)
  • "ଇନ୍ଟରପ୍ରେଟର ଆଫ ମେଲଡ଼ିଜ" (previously published in the Agni Review)
  • "ଏ ରିୟଲ ଦର‌ୱାନ" (previously published in the Harvard Review)
  • "ସେକ୍ସି" (previously published in The New Yorker)
  • "ମିସେସ ସେନ‌ସ" (previously published in Salamander)
  • "ଦିସ୍ ବ୍ଲେସଡ଼ ହାଉସ" (previously published in Epoch)
  • "ଦ ଟିର୍ଟମେଣ୍ଟ ଅଫ ବିବି ହାଲଡ଼ଲ" (previously published in Story Quarterly)
  • "ଦ ଥର୍ଡ଼ ଆଣ୍ତ ଫାଇନାଲ କଣ୍ଟିନେଣ୍ଟ"

ଅନାକଷ୍ଟମଡ଼ ଅର୍ତ (୨୦୦୮)

  • "ଅନାକଷ୍ଟମଡ଼ ଅର୍ତ"
  • "ହେଲ ହେଭନ" (previously published in The New Yorker)
  • "ଏ ଚୋଇସ ଅଫ ଆକୋମୋଡ଼େସନସ୍"
  • "ଓନଲି ଗୁଡ଼ନେସ"
  • "ନୋବୋଡ଼ିସ ବିଜନେସ" (previously published in The New Yorker)
  • "ୱନ୍ସ ଇନ ଏ ଲାଇଫଟାଇମ" (previously published in The New Yorker)
  • "ୟରସ୍ ଏଣ୍ତ" (previously published in The New Yorker)
  • "ଗୋଇଙ୍ଗ ଏସୋର"

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2017-06-04. Retrieved 2020-02-19. {{cite web}}: Cite has empty unknown parameter: |1= (help)
  2. आइज़ैक चोटीनर. "साक्षात्कार: झुम्पा लाहिड़ी", दी अटलांटिक, 2008-03-18. 2008-04-12 को पुनः प्राप्त.
  3. "Jhumpa Lahiri Receives 2017 PEN/Malamud Award for Excellence in the Short Story". Lewis Center for the Arts. May 25, 2017. Retrieved November 29, 2018.