ଝାରସୁଗୁଡା - ବିଜୟନଗରମ୍ ରେଳପଥ

ଝାରସୁଗୁଡା - ବିଜୟନଗରମ୍ ରେଳପଥ ,ଭାରତର ପୂର୍ବାଞ୍ଚଳରେ ଥିବା ଏକ ରେଳପଥ । ହାୱଡା - ନାଗପୁର-ମୁମ୍ବାଇ ଲାଇନ ଓ ହାୱଡା -ଚେନନେଇ ଲାଇନ ଦ୍ୱୟ ଝାରସୁଗୁଡା ଓ ଟିଟିଲାଗଡ ଜଙ୍କସନକୁ ସଂଯୋଗ କରୁଥିଲା । ତେବେ ଝାରସୁଗୁଡାରୁ ବିଜୟନଗରମ୍ ଯାଏ ସିଧାସଳଖ ଲାଇନ ଭାବରେ ଏହାକୁ ନିର୍ମାଣ କରାଯାଉଛି । ଏହି ଲାଇନ ନିର୍ମାଣ ସମାପ୍ତ ହେଲେ ଏହା ଉଭୟ ମୁଖ୍ୟ ଲାଇନକୁ ସଂଯୋଗ କରିବ । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ବର୍ତ୍ତମାନ ଝାରସୁଗୁଡା ଟିଟିଲାଗଡ ଲାଇନ ଝାରସୁଗୁଡାରୁ ଆରମ୍ଭ ହୋଇଛି । ଏହି ଲାଇନ ମହାନଦୀ ଓ ତାହାର ସଖା ନଦୀ ଅଙ୍ଗ ଓ ତେଲ ନଦୀକୁ ପରି କରି ପଶ୍ଚିମାଞ୍ଚଳର ପାର୍ବତ୍ଯ ଇଲାକା ମଧ୍ୟ ଦେଇ ଯାଇଥାଏ । 

ଅନ୍ୟ ପକ୍ଷ୍ୟରେ ଟିଟିଲାଗଡ - ବିଜୟନଗରମ୍ ଲାଇନ ରାୟପୁରଠାରୁ ମହାନଦୀ ଉପତ୍ୟକା ଅଞ୍ଚଳ ଦେଇ ଛତିଶଗଦର କିଛି ଅଞ୍ଚଳ ମଧ୍ୟ ଦେଇ ଯାଇଛି । ଏହା ପରେ ଏହା ଓଡ଼ିଶାର ନୂଆପଡା ଜିଲ୍ଲାରେ ପ୍ରବେଶ କରି ପୂର୍ବ ଘାଟ ପର୍ବତମାଳା ନିକଟରୁ ଯାଇ ଆନ୍ଧ୍ରା ପ୍ରଦେଶର ତତାବରତି ସମତଳ ଅଞ୍ଚଳକୁ ପ୍ରବେଶ କରେ । ଏହା ବିଜୟନଗରମ୍ଠାରେ ହାୱଡା - ଚେନ୍ନେଇ ଲାଇନ ସହ ମିଳିତ ହୁଏ । 

ଏହି ଲାଇନ ଯାଇଥିବା ଅଞ୍ଚଳ କୋଇଲାଖଣି ତଥା ଅନନ୍ୟ ଖଣିଜ ଧାତବ  ରେ ପରିପୂର୍ଣ ଓ ଏହି ଲାଇନ ପାଖରେ ବହୁ ବୃହତ ଓ ମାଧ୍ୟମ ଧାରଣ ଶିଳ୍ପ ଗଢ଼ି ଉଠିଛି । NTPCର ବୃହତ ଥର୍ମଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ଏହି ଲାଇନ ସନ୍ନିକଟରେ ଅବସ୍ଥିତ । ଆହୁରି ମଧ୍ୟ ଅନେକ ଥର୍ମଳ ବିଦ୍ୟୁତ କେନ୍ଦ୍ର ଓ ଶିଳ୍ପ ସମହୁଆ ଗଢ଼ି ଉଠିବାର ସମ୍ଭାବନା ରହିଛି । ଏହି ଲାଇନ ଯାଇଥିବା ଅଞ୍ଚଳ ମଧ୍ୟରେ ବଡମାଳଠାରେ ଗୋଲାବାରୁଦ କାରଖାନା ମଧ୍ୟ ରହିଛି । ଏ ସବୁ ଦୃଷ୍ଟିରୁ ଏହି ରେଳପଥ ଦେଶର ଅର୍ଥନୈତିକ ଦୃଷ୍ଟି କୋଣରୁ ଖୁବ ଗୁରୁତ୍ୱ ପୂର୍ଣ ।  

ଇତିହାସ  ସମ୍ପାଦନା

ପୁରାତନ ମୁଖ୍ୟ ଲାଇନ ନାଗପୁରରୁ ଆସାନସୋଲ ମଧ୍ୟରେ ପୂର୍ବତନ  ବେଙ୍ଗଲ ନାଗପୁର ରେଳବାଇ ଅଧୀନରେ ଫେବୃଆରୀ ୧ , ୧୮୯୧ରେ ସ୍ଥାପିତ ହୋଇଥିଲା । ୧୮୯୩ ଓ ୧୮୯୬ ମଧ୍ୟରେ ୧,୨୮୮ କିଲୋମିଟର ରେଳପଥ ଏଇତିହାସିକ ପୂର୍ବ ତଟ ରେଳବାଇଦ୍ୱାରା ନିର୍ମିତ ହେଇ ଯାତାୟତ  ପାଇଁ ଖୋଲିଥିଲା । ଏହାପରେ ସିନି-କୋଲଘାଟ , ଓ ଖଡଗପୁର- କଟକ ଲାଇନ ମଧ୍ୟ ୧8୯୮-99୮ରେ ନିର୍ମିତ ହେଇ ଏହାସହିତ ପୂର୍ବ ଭାରତ ସହ ଦକ୍ଷିଣ ଭରତର ରେଳ ସଂଯୋଗ ଆରମ୍ଭ ହେଲା । 

ସମ୍ବଲପୁର - ତାଳଚେର ଲାଇନ ୧୯୮୩ରେ ସ୍ୱୀକୃତି ପାଇ ୧୯୯୮ରେ ନିର୍ମାଣ ସମ୍ପୂର୍ଣ୍ଣ ହେଲା । କୋରାପୁର ରାୟଗଡା ଲାଇନ ମଧ୍ୟ ୧୯୯୮ରେ କର୍ଜ୍ଯକ୍ଷ୍ୟମ ହେଲା । 

ଆଧାର ସମ୍ପାଦନା