ଝଡ଼
ବାୟୁମଣ୍ଡଳର ଏକ ଉଗ୍ର ପରିବର୍ତ୍ତିତ ଅବସ୍ଥା ।
ଝଡ଼ ବାୟୁମଣ୍ଡଳର ଏକ ବିକ୍ଷୁବ୍ଧ ଅବସ୍ଥା ଯେଉଁଥିରେ ଏହାର ପୃଷ୍ଠତଳରେ ଆଲୋଡ଼ନ ହୁଏ । ଏଥିରେ ଜଳବାୟୁ ଅବସ୍ଥାର ପରିବର୍ତ୍ତନ ଘଟି ତୀବ୍ର ବେଗରେ ପବନ ସଞ୍ଚାଳନ ହୁଏ, ବର୍ଷା, କୁଆପଥର, ବିଜୁଳି, ତୋଫାନ, ତୁଷାରପାତ ଇତ୍ୟାଦି ହୋଇପାରେ ।
ଏହାକୁ ଆଟଲାଣ୍ଟିକ ଓ ନର୍ଥ-ଇଷ୍ଟ୍ ପାସିଫିକରେ ହରିକେନ୍ ନାମ, ନର୍ଥ- ୱେଷ୍ଟ ପାସିଫିକରେ ଟାଇଫୁନ୍ ନାମ, ସାଉଥ୍ ପାସିଫିକ୍ ଓ ଭାରତ ମହାସାଗରରେ ସାଇକ୍ଲୋନ ନାମରେ ଡକାଯାଏ ।
ଏହାଦ୍ୱାରା ଲୋକମାନଙ୍କର ଧନ ଜୀବନ ଉପରେ ବହୁତ ବିଯୁକ୍ତାତ୍ମକ ପ୍ରଭାବ ପଡ଼େ ।
ପ୍ରସ୍ତୁତି
ସମ୍ପାଦନାମଝିରେ ଲଘୁଚାପ ଓ ଚତୁର୍ଦ୍ଦିଗରେ ଗୁରୁଚାପ ରହିଲେ ଝଡ଼ ତିଆରି ହୁଏ । ଏହିପରି ପରଷ୍ପର ବିରୋଧୀ ଚାପ ପବନ ସୃଷ୍ଟି କରେ ଓ ଫଳରେ ଝଡ଼ ମେଘ ସୃଷ୍ଟି ହୁଏ । ଉତ୍ତପ୍ତ ଭୂମିରୁ ଉତ୍ତପ୍ତ ବାୟୁ ଉପରକୁ ଉଠିଲେ ଘୁର୍ଣ୍ଣିବାତ୍ୟା ତିଆରି ହୁଏ ।