ଜୟ ସଦଗୁର ସ୍ୱାମୀ ଏବଂ ସ୍ୱାମୀ ନାରାୟଣ ଆଳତୀ ସମସ୍ତ ସ୍ୱାମୀ ନାରାୟଣ ସମ୍ପ୍ରଦାୟ ମନ୍ଦିରରେ ଆଳତୀର ବିଶେଷ ପ୍ରାର୍ଥନା, (କଳାତ୍ମକ) ସଙ୍ଗୀତ ସହିତ ବାଦ୍ୟ ଯନ୍ତ୍ର ବଜାଇ ଆୟୋଜିତ କରାଯାଏ । ଏହି ପ୍ରଥାର କିଛି ଅଂଶ 5 ନଭେମ୍ବର 1802 ମସିହାରେ "ମୁକ୍ତାନନ୍ଦ ସ୍ୱାମୀ"ଙ୍କଦ୍ୱାରା ତିଆରି କରାଯାଇଥିଲା ।[୧][୨] ଆଳତୀ ସାଧାରଣତଃ ; ଘିଅ ଦୀପ ସହିତ ତୁଳାରେ ପ୍ରସ୍ତୁତ (ସଞ୍ଜ/ସଳିତା)ଦ୍ୱାରା ଈଶ୍ୱରଙ୍କ ସାମ୍ନାରେ ବୁଲା ଯାଇଥାଏ । ସ୍ୱାମୀ ନାରାୟଣ ଏବଂ ଅନ୍ୟ ଦେବତାମାନଙ୍କ[୩]

ଆଳତୀର ଧାର୍ମିକ ବିଧି "ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିର", ଏକ ତପସ୍ୱୀଙ୍କଦ୍ୱାରା ଆୟୋଜିତ କରାଯାଇଛ

ଜଣାଯାଏ କି, ସ୍ୱାମୀ ନାରାୟଣଙ୍କ ମୂର୍ତ୍ତୀ ଶାରୀରିକ ରୂପେ ପ୍ରକଟ ହୋଇଛନ୍ତି ଏବଂ ସମ୍ପୁର୍ଣ୍ଣ ଦିନରେ ତାଙ୍କର ବହୁ କଳାତ୍ମକ ସମାରୋହର ପ୍ରଦର୍ଶନ କରାଯାଇଥାଏ , ଯାହାଦ୍ୱାରା ଭକ୍ତମାନଙ୍କୁ ନିଜ ଭକ୍ତି ଦେଖାଇବାର ଅନୁମତି ମିଳିଥାଏ । ନିର୍ଦ୍ଧିଷ୍ଟ ମୂର୍ତ୍ତି ଭକ୍ତ ମାନଙ୍କ ପାଇଁ ସ୍ଥାୟୀ ରୂପେ ରହି ନଥାଏ । ଏଥିପାଇଁ ଆର୍ଟି ଏକ ମହତ୍ୱପୂର୍ଣ୍ଣ ଅବସର ଅଟେ ଯାହା ସ୍ୱାମୀ ନାରାୟଣଙ୍କ ଶାରୀରିକ ଅଭିବ୍ୟକ୍ତିର ଦର୍ଶନ ମାଧ୍ୟମରେ ଆଶୀର୍ବାଦ ପ୍ରାପ୍ତ କରିବାର ହୋଇଥାଏ । ଶିଖରବନ୍ଦୀ ମନ୍ଦିର ରେ, ଆଳତୀ ବୈଷ୍ଣବ ପରମ୍ପରା ଅନୁସାରେ ପ୍ରତିଦିନ ପାଞ୍ଚ ଥର କରାଯାଇଥାଏ, କିନ୍ତୁ ଦେବ ମନ୍ଦିର ଓ ହରି ମନ୍ଦିରରେ ଆଳତି ସକାଳେ ଏବଂ ସନ୍ଧ୍ୟାରେ କରାଯାଏ ।[୪] ଆଳତୀର BAPS ସଂସ୍କରଣ ମୁକ୍ତନନ୍ଦ ସ୍ୱାମୀଙ୍କ କାମର ମୂଳ ପାଣ୍ଡୁଲିପିରେ ଆଧାରିତ ହୋଇଥାଏ ।[୫]

ଆଧାର ସମ୍ପାଦନା

  1. "Swaminarayan Arti". Shri Swaminarayan Mandir, London. Retrieved 24 April 2013.
  2. Williams, Raymond Brady (2001). Introduction to Swaminarayan Hinduism. Cambridge: Cambridge University Press. pp. 75–76. ISBN 0 521 65279 0.
  3. Williams, Raymond Brady (2001). Introduction to Swaminarayan Hinduism. Cambridge: Cambridge University Press. p. 237. ISBN 0 521 65279 0.
  4. Williams, Raymond Brady (2001). Introduction to Swaminarayan Hinduism. Cambridge: Cambridge University Press. p. 140. ISBN 0 521 65279 0.
  5. "Swaminarayan Arti". Shri Swaminarayan Mandir, London. Retrieved 16 March 2016.