ଜୟା ଆହସାନ

ବଙ୍ଗଳାଦେଶର ଅଭିନେତ୍ରୀ

ଜୟା ଆହସାନ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ସେ ବଙ୍ଗଳାଦେଶ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସ‌ହ କେତୋଟି ଭାରତୀୟ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସେ ୩ଥର ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୨୦୧୧ରେ ଗୁଇରିଲ୍ଲା ଚଳଚ୍ଚିତ୍ର ପାଇଁ, ୨୦୧୨ରେ ଚୋରାବାଲି ଚଳଚ୍ଚିତ୍ର ପାଇଁ ଏବଂ ୨୦୧୫ରେ ଜିରୋ ଡୀଗ୍ରୀ ଚଳଚ୍ଚିତ୍ର ପାଇଁ ସେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୧][୨][୩]

ଜୟା ଆହସାନ
জয়া আহসান
୨୦୧୭ରେ ଜୟା
Nationalityବଙ୍ଗଳାଦେଶି
Alma materଢାକା ବିଶ୍ୱବିଦ୍ୟାଳୟ
Occupationଅଭିନେତ୍ରୀ ଏବଂ ମଡେଲ
Years active୧୯୯୮-ଏବେଯାଏଁ
Notable workଗୁଇରିଲ୍ଲା, ଚୋରାବାଲି, ଜିରୋ ଡୀଗ୍ରୀ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଜୟା ଆହସାନ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କର ଝିଅ । ତାଙ୍କ ବାପା ମହମଦ ଏ. ଏସ୍. ମସୁଦ୍ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଜୟାଙ୍କର ମାଆ ହେଉଛନ୍ତି ରିହାନା ମସୁଦ୍ । ସେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେହିଠାରେ ହିଁ ବଡ଼ ହୋଇଥିଲେ । ତାଙ୍କର ଦୁଇଗୋଟି ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି । ଜୟା ତାଙ୍କର ପାଠପଢ଼ା ସ‌ହିତ ରବିନ୍ଦ୍ର ସଙ୍ଗୀତ ଶିକ୍ଷାରେ ଡିପ୍ଲୋମା କରିବା ସ‌ହ ଶାସ୍ତ୍ରୀୟ ସଙ୍ଗୀତର ଶିକ୍ଷା ନେଇଛନ୍ତି । ସେ ପ୍ରଥମେ ଦୂରଦର୍ଶନ ଜରିଆରେ ହିଁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଦୂରଦର୍ଶନ ନାଟକ ପଞ୍ଚମୀରେ ଅଭିନୟ କରିବା ପରେ ତାଙ୍କର ଅଭିନୟ ପେଷା ଆରମ୍ଭ ହୋଇଥିଲା । ସେ ଏକ କ୍ୟାଲେଣ୍ଡର ପାଇଁ ମଡେଲିଂ କରିବା ପରେ ଅଫଜଲ ହୁସେନ ତାଙ୍କୁ ଦେଖିଥିଲେ ଏବଂ ଏକ ମୃଦୁ ପାନୀୟର ବିଜ୍ଞାପନ କରିବା ପାଇଁ ସୁଯୋଗ ଦେଇଥିଲେ । ଏହାପରେ ସେ କୋକା-କୋଲା ପାଇଁ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୪] ଏହାପରେ ସେ ମଡେଲିଂ ଛାଡ଼ି ଦେଇଥିଲେ ଏବଂ ତାଙ୍କର ପାଠପଢ଼ାରେ ଧ୍ୟାନ ଦେଇଥିଲେ । ସେ ସମ୍ବାଦପତ୍ରରେ କାର୍ଯ୍ୟ କରିବାର ଇଚ୍ଛା ରଖିଥିଲେ, ତେଣୁ ସେ ଭୋରେର କାଗଜ ନାମକ ଏବଂ ବଙ୍ଗଳାଦେଶୀ ଜାତୀୟ ସମ୍ବାଦପତ୍ର ସଂସ୍ଥାରେ ଯୋଗ ଦେଇଥିଲେ । ଏହାପରେ ପୁଣିଥରେ ସେ ମଡେଲିଂରେ ଯୋଗ ଦେଇଥିଲେ । ପରେ ସେ ଗିଆସୁଦ୍ଦିନ ସଲିମଙ୍କର ସଙ୍ଗସ‌ୟରେ କାର୍ଯ୍ୟ କରିଥିଲେ । ଜୟା ସମ୍ବାଦପତ୍ର ବ୍ୟତୀତ ଚିତ୍ରକଳାରେ ମଧ୍ୟ କାର୍ଯ୍ୟ କରିଥିଲେ ।[୫]

ଅଭିନୟ ଜୀବନ ସମ୍ପାଦନା

ଜୟା ତାଙ୍କର ମଡେଲିଂ ୯୦ ଦଶକର ପ୍ରାୟ ଶେଷ ଭାଗରେ ଆରମ୍ଭ କରିଥିଲେ । ଏହାପରେ ସେ କିଛି ବିଜ୍ଞାପନରେ କାର୍ଯ୍ୟ କରିଥିଲେ ଏବଂ ଦୂରଦର୍ଶନ ଧାରାବାହିକ ମାନଙ୍କରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ।

ଜୟା ଟିକେ ବିଳମ୍ବରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ମୁଖ୍ୟତଃ ତାଙ୍କରି ବୟସର କାଳାକାରମାନେ ସେହି ସମୟରେ ଅଧିକ କାମ ପାଇନଥାନ୍ତି, ସେ ତାଙ୍କୁ ଦର୍ଶକ ଅଧିକ ପସନ୍ଦ କରିଥିଲେ । ୨୦୦୪ରେ ସେ ପ୍ରଥମେ ଗୋଟିଏ ଚଳଚ୍ଚିତ୍ରରେ ଏକ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୦ରେ ଜୟା ମୁଖ୍ୟ ନାୟିକା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୧ରେ, ୨୦୧୨ରେ ଏବଂ ୨୦୧୫ରେ ତାଙ୍କର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।

ସଙ୍ଗୀତ ସମ୍ପାଦନା

ଜୟା ଆହସନ ଜଣେ କଣ୍ଠଶିଳ୍ପୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ନେଇଛନ୍ତି ଏବଂ ରବିନ୍ଦ୍ର ସଙ୍ଗୀତରେ ମଧ୍ୟ ଡିପ୍ଲୋମା କରିଛନ୍ତି । ସେ ତାଙ୍କର ଅଭିନୀତ କିଛି ଚଳଚ୍ଚିତ୍ର ପାଇଁ ମଧ୍ୟ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଛନ୍ତି । ତୋମେର ଖୋଲା ହାୱା, ଦୁବଶତାର ଏବଂ ଜଙ୍ଗଲର ଡାକ ଆଦି କଥାଚିତ୍ର ପାଇଁ ଗୀତ ଗାଇଛନ୍ତି ।

ଆଧାର ସମ୍ପାଦନା

  1. "জাতীয় চলচ্চিত্র পুরস্কার ২০১২: শ্রেষ্ঠ অভিনেত্রী জয়া, শ্রেষ্ঠ অভিনেতা শাকিব". MediaTimes24.com. Archived from the original on 2013-09-30. Retrieved 2013-09-27.
  2. Mahmud, Jamil (21 January 2012). "Turkish comedy-drama Kagit receives top award". The Daily Star. Archived from the original on 4 October 2013. Retrieved 2 October 2013.
  3. Shah Alam Shazu (11 December 2013). "Joya Ahsan: Accolades for the actor". The Daily Star. Archived from the original on 4 October 2013. Retrieved 2 October 2013.
  4. "An ever-evolving career". The Daily Star. 3 December 2010. Archived from the original on 5 October 2013. Retrieved 25 May 2013.
  5. "অভিনয় দিয়ে নকশি কাঁথা বুনতে চাই". Natunbarta.com. Retrieved 25 May 2013.

ବାହାର ଆଧାର ସମ୍ପାଦନା