ଜୟପ୍ରକାଶ ମଲ୍ଲ ନେପାଳର ଇତିହାସରେ ଜଣେ ପ୍ରସିଦ୍ଧ ମଲ୍ଲ ରାଜା ତଥା କାନ୍ତିପୁରର (ବର୍ତ୍ତମାନର କାଠମାଣ୍ଡୁ) ଶେଷ ମଲ୍ଲ ରାଜା ଥିଲେ ।[] ଜୟପ୍ରକାଶ ମଲ୍ଲ ଜଣେ ସାହସୀ ଏବଂ ବୀର ରାଜା ଥିଲେ ମଧ୍ୟ ସନ୍ଦେହୀ ଏବଂ କ୍ରୋଧି ସ୍ୱଭାବର ଥିଲେ । ତାଙ୍କୁ ତାଙ୍କ ରାଜତ୍ୱର ଅଧିକାଂଶ ସମୟ ରାଜ୍ୟ ରକ୍ଷା ନିମିତ୍ତ ସଂଗ୍ରାମରେ ବିତାଇବାକୁ ପଡିଲା ଏବଂ ତାଙ୍କ ଆତ୍ମୀୟ ଏବଂ ବାହାର ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଲା |

ଜୟପ୍ରକାଶ ମଲ୍ଲ
King of Kantipur
Reign 1736–1746
Predecessor Jagajjaya Malla
Successor Jyoti Prakash Malla
Reign 1750–1768
Predecessor Jyoti Prakash Malla
ବାପା Jagajjaya Malla
ଜନ୍ମ Kantipur, Nepal
ମୃତ୍ୟ 1769
Pashupatinath
ଦସ୍ତଖତ

ଜୟପ୍ରକାଶ ମଲ୍ଲଙ୍କ ଅଳ୍ପ ବୟସରେ ରାଜେନ୍ଦ୍ର ପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କୁ ରାଜକୁମାର ଘୋଷିତ କରାଯାଇଥିଲା । ସେହି କାରଣରୁ, ତାଙ୍କର କେତେକ କୂଳୀନ ବ୍ୟକ୍ତି ମଧ୍ୟ ତାଙ୍କୁ ରାଜା ଭାବରେ ଗ୍ରହଣ କରିନଥିଲେ ।

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ଜୟପ୍ରକାଶ ମଲ୍ଲଙ୍କ ବଡ ଭାଇ ତଥା କାନ୍ତିପୁର ରାଜ୍ୟର ପ୍ରକୃତ ଭାବୀ ଉତ୍ତରାଧିକାରୀ ରାଜେନ୍ଦ୍ର ମଲ୍ଲ ଅତି କମ ବୟସରେ ମୃତ୍ୟୁ ବରଣ କରିଥିଲେ । ଏହି ପରିସ୍ଥିତିରେ ଜୟପ୍ରକାଶଙ୍କ ବଦଳରେ ଜୟପ୍ରକାଶଙ୍କ ସାନ ଭାଇ ରାଜ୍ୟପ୍ରକାଶଙ୍କୁ ରାଜ୍ୟର ଉତ୍ତରାଧିକାରୀ ଘୋଷଣା କରିବାକୁ ଅନେକ ରଜ ପାରିଷଦ ଓ ସମ୍ଭ୍ରାନ୍ତ ରାଜାଙ୍କୁ ଅନୁରୋଧ କରିଥିଲେ । ହେଲେ ଜୟପ୍ରକାଶ ହିଁ ତାଙ୍କ ମୃତ୍ୟୁ ପରେ ରାଜ୍ୟର ଉତ୍ତରାଧିକାରୀ ହେବେ ବୋଲି ରାଜା ନିଷ୍ପତ୍ତି ନେବା ପରେ କୂଳୀନ ବ୍ୟକ୍ତି ମାନଙ୍କ ସହ ଜୟପ୍ରକାଶଙ୍କ ବିବାଦ ଆରମ୍ଭ ହୋଇଥିଲା ।[]

ଭାଇମାନଙ୍କ ସହିତ ବିବାଦ

ସମ୍ପାଦନା

୧୭୩୬ ମସିହାରେ ବାପାଙ୍କ ମୃତ୍ୟୁ ପରେ ସେ ସିଂହାସନ ଆରୋହଣ କରିଥିଲେ । ରାଜ୍ୟପ୍ରକାଶଙ୍କୁ ତତ୍କାଳୀନ ରାଜା ବିଷ୍ଣୁ ମଲ୍ଲଙ୍କ ଉତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଇଥିଲା ।[] ପିତାଙ୍କ ମୃତ୍ୟୁ ପରେ ପରେ ଅର୍ଥାତ ଶବ ସତ୍କାର ପରେ ପିତାଙ୍କ ଉତ୍ତରାଧୀକାରି ବିବାଦକୁ ନେଇ ନିଜ ଭାତୃବୃନ୍ଦ ତଥା କୂଳୀନ ମାନଙ୍କଠାରୁ ବିଦ୍ରୋହର ସନ୍ଦେହ କରି ସେ ତାଙ୍କର ଭାଇ ରାଜ୍ୟପ୍ରକାଶଙ୍କୁ ରାଜ୍ୟରୁ ବହିଷ୍କାର କରିବା ପାଇଁ ଆଦେଶ ଦେଇଥିଲେ ।

କିଛି ସମୟ ପରେ କିଛି ରାଜ ପାରିଷଦ ତଥା ରାଜଦରବାର କର୍ମଚାରୀ ଷଡଯନ୍ତ୍ର କରି ତାଙ୍କ ସାନଭାଇ ନରେନ୍ଦ୍ରପ୍ରକାଶଙ୍କୁ ରାଜ୍ୟର ଉତ୍ତର-ପୂର୍ବ ଭାଗର ଶାସକ ଭାବରେ ଘୋଷଣା କଲେ । ଜୟପ୍ରକାଶ ଚାରିମାସ ପରେ ନରେନ୍ଦ୍ରପ୍ରକାଶଙ୍କୁ ପରାସ୍ତ କଲେ ଏବଂ ନରେନ୍ଦ୍ରପ୍ରକାଶ ଭଦଗାଓଁକୁ ପଳାୟନ କଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗୋର୍ଖାଦ୍ୱାରା ଆକ୍ରମଣ

ସମ୍ପାଦନା

୧୭୩୭ ମସିହାରେ, ଗୋରଖାର ନରଭୁପାଳ ଶାହା ନୁଆକୋଟ ଉପରେ ଆକ୍ରମଣ କରିଥିଲେ କିନ୍ତୁ ଜୟପ୍ରକାଶ ମଲ୍ଲଙ୍କଦ୍ୱାରା ଶୀଘ୍ର ପରାସ୍ତ ହୋଇଥିଲେ ।

୧୭୪୪ ମସିହାରେ, ପ୍ରୀତି ନାରାୟଣ ଶାହା ପୁନର୍ବାର ନୁଆକୋଟ ଉପରେ ଆକ୍ରମଣ କରି କାନ୍ତିପୁରକୁ ଅଧିକାର କରିନେଇଥିଲେ ।[][]

ଯେତେବେଳେ ପ୍ରୀତି ନାରାୟଣ ଶାହା ନୁଆକୋଟ ଉପରେ ଆକ୍ରମଣ କରିଥିଲେ, କାନ୍ତିପୁରର ସମର୍ଥକ ତଥା ସୁରକ୍ଷାଦାତା, ଜୟପ୍ରକାଶ ସେତେବେଳେ କାଶିରାମ ଥାପାଙ୍କ ନେତୃତ୍ୱରେ ସୁରକ୍ଷା ନିମିତ୍ତ ସୈନ୍ୟ ପଠାଇଥିଲେ । ଏହି ଯୁଦ୍ଧ ୧୭୪୬ ମସିହାରେ ଘଟିଥିଲା ​​ଯେଉଁଠାରେ କାଶିରାମ ଥାପା ଯୁଦ୍ଧରେ ହାରି ଯାଇଥିଲେ ଏବଂ ଜୟପ୍ରକାଶ ମଲ୍ଲ କାଶୀରାମଙ୍କ ପ୍ରତାରଣା ବିଷୟରେ ସନ୍ଦେହ କଲେ ।[] ଜୟ ପ୍ରକାଶ ମଲ୍ଲ ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ହତ୍ୟା କରିଥିଲେ ।[] ଯେତେବେଳେ ସେଠାରେ ଇନ୍ଦ୍ର ଯାତ୍ରା ପର୍ବ ଚାଲିଥିଲା, ପ୍ରୀତି ନାରାୟଣ ଶାହା ୟେନ (କାନ୍ତିପୁର) ଉପରେ ସହସା ଆକ୍ରମଣ କରିଥିଲେ । ଜୟ ପ୍ରକାଶ ମଲ୍ଲ ଅସହାୟ ହୋଇ ସେ ଲଲିତପୁରକୁ ଯାଇ ଆଶ୍ରୟ ନେଇଥିଲେ । ତେଜ ନରସିଂହ ମଲ୍ଲ ସେହି ରାଜ୍ୟକୁ ଶାସନ କରିବାକୁ ଲାଗିଲେ । କିଛି ସମୟ ପରେ ପ୍ରୀତି ନାରାୟଣ ଶାହା ଲଲିତପୁର ଉପରେ ଆକ୍ରମଣ କରିଥିଲେ ଏବଂ ତେଜ ନରସିଂହ ମଲ୍ଲଙ୍କ ସହ ଜୟ ପ୍ରକାଶ ମଲ୍ଲ ନିଜ ନିଜକୁ ବଞ୍ଚାଇବାକୁ ତଥା ରାଜନୈତିକ ଶରଣ ନେବାକୁ ଭକ୍ତପୁରକୁ ଚାଲିଯାଇଥିଲେ । ଯେତେବେଳେ ପ୍ରୀତି ନାରାୟଣ ଶାହା ଭକ୍ତପୁର ଉପରେ ଆକ୍ରମଣ କରିଥିଲେ, ସେତେବେଳେ ରଣଜିତ ମଲ୍ଲ ଆତ୍ମସମର୍ପଣ କରିଥିଲେ । ପରେ, ରଣଜିତ୍ ମଲ୍ଲଙ୍କୁ ଅବଶିଷ୍ଟ ଜୀବନ ବିତାଇବାକୁ କାଶୀକୁ ପଠାଯାଇଥିଲା । ଜୟ ପ୍ରକାଶ ମଲ୍ଲଙ୍କର ମୃତ୍ୟୁ ପରେ ତେଜ ନରସିଂହ ମଲ୍ଲଙ୍କୁ ଆଜୀବନ କାରାଗାରରେ ରଖାଯାଇଥିଲା ।[]

  1. "राष्ट्र निर्माणका योजनाकार". Naya Patrika (in ଇଂରାଜୀ). Retrieved 2024-11-30.
  2. "Regmi_05". studylib.net (in ଇଂରାଜୀ). Retrieved 2024-11-30.
  3. Wright, Daniel (1877). History of Nepal (PDF). University of Cambridge. pp. 223–232.
  4. Regmi, Mahesh C. "Regmi Research Series". German Oriental Society. 5: 125–130.
  5. Shaha, Rishikesh. Ancient and Medieval Nepal (PDF) (in English). Kathmandu, Nepal: University of Cambridge. pp. 65–78.{{cite book}}: CS1 maint: unrecognized language (link)
  6. Vaidya, Tulasī Rāma (1993). Prithvinarayan Shah, the Founder of Modern Nepal (in ଇଂରାଜୀ). Anmol Publications. ISBN 978-81-7041-701-9.
  7. Thapa, Krishna B. (1989). Unification of Nepal: A Change Agent in Inter-intra Relations (in ଇଂରାଜୀ). AKAA Publishers.
  8. India), Asiatick Society (Calcutta (1799). Asiatic Researches: Or, Transactions of the Society Instituted in Bengal, for Inquiring Into the History and Antiquities, the Arts, Sciences, and Literature, of Asia (in ଇଂରାଜୀ). Reprinted for Vernor and Hood.