ଜୟଦ୍ରଥ ସୁନା

ଓଡ଼ିଆ କବି

ଜୟଦ୍ରଥ ସୁନା (ଜନ୍ମ: ୧ ଜୁଲାଇ ୧୯୮୪), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ନିଜ କବିତା ପୁସ୍ତକ "ଶୋଷ" ପାଇଁ ସେ ୨୦୧୮ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ ।[୧] ଜୟଦ୍ରଥଙ୍କ କବିତା ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାରେ ପ୍ରକାଶିତ । ଶୋଷ ତାଙ୍କର ପ୍ରଥମ କବିତା ସଂକଳନ ଓ ଏଥିରେ ୩୨ଟି କବିତା ରହିଛି ।

ଜୟଦ୍ରଥ ସୁନା
Born (1984-07-01) ୧ ଜୁଲାଇ ୧୯୮୪ (ବୟସ ୩୯)
Nationalityଭାରତୀୟ
Educationସ୍ନାତକୋତ୍ତର(ଓଡ଼ିଆ ଓ ରାଜନୀତି ବିଜ୍ଞାନ)
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୮

ଜୟଦ୍ରଥ, ନିଜ ଲେଖାରେ ଶୋଷିତ, ଅବହେଳିତ ଓ ଆଦିବାସୀଙ୍କ ଜୀବନଶୈଳୀକୁ ଦର୍ଶେଇଥାନ୍ତି । ତାଙ୍କ ନିଜ ପିଲାଦିନ ଦାରିଦ୍ର‍ ଭିତରେ ବିତିଥିଲା । ବାପା ତାଙ୍କର ରିକ୍ସାଚାଳକ ଥିଲେ । ଦୟଦ୍ରଥ ଓଡ଼ିଆ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ବର୍ତ୍ତମାନ ଶିକ୍ଷକତା କରୁଛନ୍ତି ।[୨]

ରଚନାବଳୀ ସମ୍ପାଦନା

  • ଶୋଷ - ୨୦୧୭

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୮[୩]

ଆଧାର ସମ୍ପାଦନା

  1. "ଶିଶୁସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ଓ ଯୁବକବି ଜୟଦ୍ରଥ ସୁନା ପାଇବେ ସାହିତ୍ୟ ଅକାଦେମି ପୁରସ୍କାର". sambad.in. ସମ୍ବାଦ. Retrieved 27 February 2019.
  2. "ଓଡ଼ିଶାରୁ ବୀରେନ୍ଦ୍ର, ଜୟଦ୍ରଥ". sarbasadharana.com. ସର୍ବସାଧାରଣ. Retrieved 4 March 2019.
  3. "YUVA PURASKAR (2011-2018)". sahitya-akademi.gov.in. Kendra sahitya akademi. Retrieved 27 February 2019.