ଜ୍ୟୋତି ଦେଶପାଣ୍ଡେ

ଜ୍ୟୋତି ଦେଶପାଣ୍ଡେ ଜଣେ ଭାରତୀୟ ବ୍ୟବସାୟୀ ତଥା ଚଳଚ୍ଚିତ୍ର ନିର୍ମାତା ଅଟନ୍ତି । ସେ ବର୍ତ୍ତମାନ ଭିଆକମ୍ ୧୮ର ସିଇଓ ଅଟନ୍ତି । ସେ ପୂର୍ବରୁ ସିଇଓ ଗ୍ରୁପ ଏବଂ ଏରୋସ୍ ଇଣ୍ଟରନ୍ୟାସନାଲର ପରିଚାଳନା ନିର୍ଦ୍ଦେଶକ ଥିଲେ ।[୧][୨][୩][୪][୫][୬] ଜ୍ୟୋତି ମିଡିଆ ଏବଂ ମନୋରଞ୍ଜନ କମିଟି, FICCIର ସହ-ଚେୟାରମ୍ୟାନ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି ।[୭][୮]

ଜ୍ୟୋତି ଦେଶପାଣ୍ଡେ
ଜନ୍ମ
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ଭିଆକମ୍ ୧୮
ପ୍ରସିଦ୍ଧି
  • ସିଇଓ, ଭିଆକମ୍ ୧୮
  • ମିଡିଆ ଏବଂ ମନୋରଞ୍ଜନ କମିଟି, FICCI
ବୈବାହିକ-ସାଥୀସଞ୍ଜୟ ଦେଶପାଣ୍ଡେ

ସେ ଫର୍ଚୁନ୍ ଇଣ୍ଡିଆ ତଥା ବ୍ୟବସାୟ କ୍ଷେତ୍ରରେ ଆଜିର ମୁଖ୍ୟ ୫୦ ଜଣ ଶକ୍ତିଶାଳୀ ମହିଳା ବ୍ୟବସାୟ ମାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ।[୯]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଦେଶପାଣ୍ଡେ ୧୯୭୨ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।

ସେ ନରସି ମୋଞ୍ଜି କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ନିଜ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହାୟତା କରିବା ପାଇଁ କଲେଜ ସମୟରେ ଟ୍ୟୁସନ ଦେଇଥିଲେ ଏବଂ ୧୯୯୩ ମସିହାରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଏସପି ଜୈନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚରୁ ଏମବିଏ କରିଥିଲେ ।

୨୦୧୧ ମସିହାରେ ସେ ସଞ୍ଜୟ ଦେଶପାଣ୍ଡେଙ୍କୁ ବିବାହ କରିଥିଲେ ।[୧୦][୧୧][୧୨][୧୩][୧୪]

ବୃତ୍ତି ସମ୍ପାଦନା

ଏମବିଏ ଶେଷ କରିବା ପରେ ଜ୍ୟୋତି ଦେଶପାଣ୍ଡେ ବ୍ରିଟେନର ଏକ ଫାର୍ମ ମାଇଣ୍ଡଶେୟାର ମିଡିଆରେ ନିଜର ଏକ ପଦ ହାସଲ କରିଥିଲେ । ସେ ସେତେବେଳେ ଜଣେ ବରିଷ୍ଠ ପରାମର୍ଶଦାତା ଥିଲେ । ତା’ପରେ ସେ ଜି ନେଟୱାର୍କ ପାଇଁ ସେଲ୍ସ ଆଣ୍ଡ ମାର୍କେଟିଂ ହେଡ ଭାବରେ କାର୍ଯ୍ୟ କରିଥିଲେ । ସେ ଜି' ପାଇଁ କାମ କରିବା ପରେ ଏକ ବିଜ୍ଞାପନ ସଂସ୍ଥା ଜେମ୍ସ ୱାଲ୍ଟର ଥମ୍ପସନ ପାଇଁ ମଧ୍ୟ କାମ କରିବାକୁ ଯାଇଥିଲେ । ସେ ଜଣେ ବରିଷ୍ଠ ପରିଚାଳନା ଦଳର ସଦସ୍ୟ ଅଟନ୍ତି ଯିଏକି ୧୯୯୯ରୁ ୨୦୦୧ ମଧ୍ୟରେ B4U ଟେଲିଭିଜନ ନେଟୱାର୍କ ଗଠନ କରିଥିଲେ ।[୧୫]

୨୦୧୮ ମସିହାରେ, ସେ ମିଡିଆ ପ୍ଲାଟଫର୍ମ ଆଣ୍ଡ କଣ୍ଟେଣ୍ଟର ସଭାପତି ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଯୋଗ ଦେଇ ସିଧାସଳଖ ମୁକେଶ ଅମ୍ବାନୀଙ୍କୁ ରିପୋର୍ଟ କରିଥିଲେ ।[୧୬][୧୭]

ସେ ବର୍ତ୍ତମାନ ଭିଆକମ୍ ୧୮ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ର ସିଇଓ ଅଛନ୍ତି ।[୧୮] ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମିଡିଆ ଏବଂ କଣ୍ଟେଣ୍ଟ ବିଜନେସର ସଭାପତି ମଧ୍ୟ ଅଟନ୍ତି ।[୧୯][୨୦]

ଆଧାର ସମ୍ପାଦନା

  1. "Viacom18 names Jyoti Deshpande as CEO". Economic Times. 30 September 2021.
  2. "Meet Jyoti Deshpande, ex-tuition teacher, Mukesh Ambani's right hand who runs Jio Cinema, Viacom 18". DNA India. 17 April 2023.
  3. "MPW 2022: Viacom18 CEO Jyoti Deshpande has a firm belief in the power of synergies". Business Today. 19 March 2023.
  4. "Jyoti Deshpande: The Crisis Manager". Business Today. 26 December 2021.
  5. "Back Ficci appoints Viacom18's Jyoti Deshpande as co-chair of media and entertainment board". Live Mint.
  6. "With Jyoti Deshpande in charge, Viacom18 eyes ambitious scale-up". exchange4media.com. 30 September 2021.
  7. "Ficci appoints Viacom18's Jyoti Deshpande as co-chair of media and entertainment board". livemint.com. 14 Feb 2022.
  8. "FICCI appoints Jyoti Deshpande as the co-chair of FICCI Media & Entertainment Board". financialexpress.com. 15 Feb 2022.
  9. "Inside Reliance Jio's content factory". fortuneindia.com. Oct 30, 2019.
  10. "कभी पोलियो की शिकार थीं ज्योति देशपांडे, आज Viacom 18 की हैं CEO". DNA India. 15 April 2023.
  11. "Meet Jyoti Deshpande, ex-tuition teacher, Mukesh Ambani's right hand who runs Jio Cinema, Viacom 18". DNA India. 17 April 2023.
  12. "Jyoti Deshpande One of India's most influential businesswomen". businessoutreach.in. 17 Feb 2022.
  13. "MPW 2015: Eros' Jyoti Deshpande is poised to make it big on small screen". Business Today. 27 September 2023.
  14. "7 women front-runners changing the rules of the power game". peoplematters.in. 4 March 2016.
  15. "Jyoti Deshpande One of India's most influential businesswomen". businessoutreach.in. 17 Feb 2022.
  16. "Jyoti Deshpande". Forbes (in ଇଂରାଜୀ). Retrieved 2023-06-28.
  17. "Viacom18 appoints Jyoti Deshpande as CEO". Business Today (in ଇଂରାଜୀ). 2021-09-30. Retrieved 2023-06-28.
  18. "MPW 2022: 'Be yourself, speak up and focus on outcomes,' says high-power women panel". Business Today. 29 March 2023.
  19. "From Shahid Kapoor's 'Bloody Daddy' To Shah Rukh Khan's 'Dunki', Jio Studios Announces 100 Projects". English Jagran. 12 April 2023.
  20. "Reliance's JioCinema may start charging for content after the end of IPL". Economic Times. 16 April 2023.