ଜ୍ଞାନ ବିଜ୍ଞାନ ଏକ ଓଡ଼ିଆ ବିଜ୍ଞାନ ବହି । ଏହା ପ୍ରମୋଦ କୁମାର ମହାପାତ୍ରଅନସୂୟା ମିଶ୍ରଙ୍କଦ୍ୱାରା ରଚିତ ହୋଇ କଟକରପ୍ରଜ୍ଞା ପ୍ରକାଶନୀଦ୍ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ଉଦ୍ଭିଦ ଜଗତ ପ୍ରାଣୀମାନଙ୍କୁ ଅମ୍ଳଜାନ ଯୋଗାଇ ବଞ୍ଚାଇ ରଖିବା, ମଣିଷମାନେ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ବହୁ ପଦାର୍ଥ ଉଦ୍ଭିଦଠାରୁ ପାଇବା, ମଣିଷମାନଙ୍କ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦିରେ ଉଦ୍ଭିଦର ଅବଦାନ, ପୃଥିବୀପୃଷ୍ଠରେ ଦେଖାଯାଇଥିବା ୩ ଲକ୍ଷ ୮୫ ହଜାର ଜାତିର ଉଦ୍ଭିଦ ବର୍ତ୍ତମାନ ୨ ଲକ୍ଷ ୭୦ ହଜାରକୁ କମିଆସିବା ଭଳି ବିଷୟ ତଥା ଜୀବଜଗତ ସୃଷ୍ଟି ହେବା ଆଗରୁ ଉଦ୍ଭିଦ କିପରି ସୃଷ୍ଟି ହୋଇଥିଲା, ଉଦ୍ଭିଦ ଗବେଷଣାର ଇତିହାସ, ଏ କ୍ଷେତ୍ରରେ ବିଶିଷ୍ଟ ପ୍ରକୃତିପ୍ରେମୀଙ୍କ ଅନୁଶୀଳନ, ଉଦ୍ଭିଦର ନାମକରଣ-ବର୍ଗୀକରଣ ଏବଂ ପୃଥିବୀ ପାଇଁ ଉଦ୍ଭିଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦିକୁ ଏହି ପୁସ୍ତକରେ ବିଶ୍ଳେଷିତ । ଅମ୍ଳଜାନର ସୃଷ୍ଟିକର୍ତ୍ତା, ଉଦ୍ଭିଦର ଖାଦ୍ୟଗ୍ରହଣ ପଦ୍ଧତି, ମାନବ ସମାଜ ପାଇଁ ଉପକାରୀ ବ୍ରାଇଓଫାଇଟା, ଟେରିଡୋଫାଇଟା, ଲାଇକୋପସିଡା, ଲାଇକୋପୋଡିୟମ, ସପୁଷ୍କକ ଉଦ୍ଭିଦ ଇତ୍ୟାଦି ବିଷୟ ଏଥିରେ ଆଲୋଚିତ । ଏଥିରେ ଚିତ୍ର ମାଧ୍ୟମରେ ଉଦ୍ଭିଦ ବିଜ୍ଞାନର ତଥ୍ୟମାନ ଉପସ୍ଥାପିତ ।[୧]

ଜ୍ଞାନ ବିଜ୍ଞାନ  
ଲେଖକପ୍ରମୋଦ କୁମାର ମହାପାତ୍ରଅନସୂୟା ମିଶ୍ର
ଭାଷାଓଡ଼ିଆ
ବିଭାଗଗବେଷଣା
ପ୍ରକାଶକପ୍ରଜ୍ଞା ପ୍ରକାଶନୀ, କଟକ
ପ୍ରକାଶ ତାରିଖ୨୦୧୫
ମାଧ୍ୟମ ପ୍ରକାରଛାପାବହି

ଆଧାର ସମ୍ପାଦନା

  1. "ଜ୍ଞାନ ବିଜ୍ଞାନ". ସମାଜ. 1 September 2015. Retrieved 1 September 2015.