ଜୋହାନ୍ ସେବାଷ୍ଟିଆନ୍ ବାକ୍

ଜୋହାନ୍ ସେବାଷ୍ଟିଆନ୍ ବାକ୍ (୩୧ ମାର୍ଚ୍ଚ ୧୬୮୫ - ୨୮ ଜୁଲାଇ ୧୭୫୦) ବାରୋକ୍ ଯୁଗର ଜଣେ ଜର୍ମାନ ସଂଗୀତକାର ଓ ସଙ୍ଗୀତଜ୍ଞ ଥିଲେ । ସେ ଚେଲୋ ସୁଇଟସ୍ ଏବଂ ବ୍ରାଣ୍ଡେନବର୍ଗ କନସେର୍ଟୋସ ପରି ଯନ୍ତ୍ରସଙ୍ଗୀତ ରଚନା ପାଇଁ ଜଣାଶୁଣା । ଏଥିମଧ୍ୟରେ କୀବୋର୍ଡ ରଚନା ଯଥା ଗୋଲ୍ଡବର୍ଗ ଭେରିଏସନ୍, ଦି ୱେଲ୍-ଟେମ୍ପର୍ଡ କ୍ଲାଭିଅର୍ ଏବଂ ଡି ମାଇନରରେ ଟୋକାଟା ଏବଂ ଫୁଗ୍; ଏବଂ ସେଣ୍ଟ ମାଥ୍ୟୁ ପାସନ୍ ଏବଂ ବି ମାଇନରରେ ମାସ୍ ପରି କଣ୍ଠ ସଂଗୀତ ଅନ୍ତର୍ଗତ ।

ଜୋହାନ୍ ସେବାଷ୍ଟିଆନ୍ ବାଚ୍ 1746
ବାଚଙ୍କ ଲୋଗୋ |

ପାଶ୍ଚାତ୍ୟ ଇତିହାସର ଜଣେ ଶ୍ରେଷ୍ଠ ରଚୟତା ଭାବରେ ତାଙ୍କୁ ବିବେଚନା କରାଯାଉଥିଲା ।ବାଚ୍ ଙ୍କର ପ୍ରଭାବ ମୋଜାର୍ଟ ଏବଂ ବିଥୋଭେନ ଙ୍କର ରଚନା ଉପରେ ଥିଲା, ଯେହେତୁ ସେ ତାଙ୍କ ସମୟର ସଂଗୀତ ରୂପକୁ ଏକ ଉଚ୍ଚ ସ୍ତରକୁ ଉନ୍ନୀତ ଏବଂ ଯାନ୍ତ୍ରିକ ନିପୁନତା ପ୍ରଦାନ କରିଥିଲେ | ତାଙ୍କ ସଙ୍ଗୀତର ଗୁଣବତ୍ତା ଏବଂ କଳା ନିପୁନତା ହେତୁ ବୃତ୍ତିଗତ ସଂଗୀତଜ୍ଞମାନେ ତାଙ୍କୁ ପାଶ୍ଚାତ୍ୟ ଇତିହାସର ସର୍ବଶ୍ରେଷ୍ଠ ରଚୟତା ଭାବରେ ଗ୍ରହଣ କରନ୍ତି।[][][][]

  1. "J.S. Bach Biography |". Biography Online (in ବ୍ରିଟିଶ୍‌ ଇଂରାଜୀ). Retrieved 2021-08-14.
  2. "Bach, Johann Sebastian". Grove Music Online (in ଇଂରାଜୀ). doi:10.1093/gmo/9781561592630.001.0001/omo-9781561592630-e-6002278195. Retrieved 2021-08-14.
  3. "Johann Sebastian Bach: a detailed informative biography". www.baroquemusic.org. Retrieved 2021-08-14.
  4. "Classical Net - Basic Repertoire List - J.S. Bach". Classical Net. Retrieved 2021-08-17.