ଜୋଶନା ଚିନପ୍ପା

ଭାରତୀୟ ମହିଳା ସ୍କ୍ୱାସ ଖେଳାଳି

ଜ୍ୟୋତ୍ସ୍ନା ଚିନପ୍ପା (ଜନ୍ମ ୧୫ ଡିସେମ୍ବର ୧୯୮୬) ଜଣେ ଭାରତୀୟ ମହିଳା ସ୍କ୍ୱାସ୍ ଖେଳାଳି ଅଟନ୍ତି । ୨୦୦୩ ମସିହାରେ ଅର୍ଡର ୧୯ ବିଭାଗରେ ବ୍ରଟିଷ୍ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଜିତିଥିବା ପ୍ରଥମ ମହିଳା ଅଟନ୍ତି । ସେ ଭାରତରେ ସବୁଠାରୁ କମ ବୟସର ନ୍ୟାସନାଲ୍ ଚାମ୍ପିୟନ ଅଟନ୍ତି । ତାଙ୍କ କ୍ୟାରିୟରର ସର୍ବାଧିକ ବିଶ୍ୱ ରାଙ୍କିଙ୍ଗ୍ ଥିଲା ୧୦।[୧]

ଜ୍ୟୋତ୍ସ୍ନା ଚିନପ୍ପା
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1986-09-15) ୧୫ ସେପ୍ଟେମ୍ବର ୧୯୮୬ (ବୟସ ୩୭)
ଚେନ୍ନାଇ, ଭାରତ
ଦେଶ ଭାରତ
କେଉଁ ହାତ ବ୍ୟବହାର କରନ୍ତିଡାହାଣ
ମହିଳା ସିଙ୍ଗଲ୍
ସର୍ବୋଚ୍ଚ ରାଙ୍କ25 (ଅପ୍ରେଲ, 2013)
ବର୍ତ୍ତମାନ ରାଙ୍କ26 (ସେପ୍ଟେମ୍ବର, 2013)
Title(s)7
Updated on ମାର୍ଚ୍ଚ, ୨୦୧୭.


ବର୍ତ୍ତମାନ ତାଙ୍କର ବିଶ୍ୱ ରାଙ୍କିଙ୍ଗ୍ ୩୨ ଅଟେ । ମଇ ୨୦୧୨ରେ ସେ ଚେନ୍ନାଇ ଓପନିଙ୍ଗରେ ମଧ୍ୟ ଜିତିଛନ୍ତି ।[୨]

ସ୍ୱର୍ଣ୍ଣ ପଦକ ସମ୍ପାଦନା

ଗ୍ଲାସ୍ଗୋରେ ହୋଇଥିବା ବିଂଶତମ କମନ୍ୱେଲ୍‌ଥ ଗେମ୍ସରେ ସ୍କ୍ୱାସରେ ୨ ଅଗଷ୍ଟ ୨୦୧୪ରେ ଦିପୀକା ପଲ୍ଲିକଲ୍‌ଙ୍କ ସ‌ହିତ ଯୋଡିରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । [୩] ଭାରତୀୟ ଯୋଡି ଇଂଲଣ୍ଡରେ ସ୍କ୍ୱାସର ଫାଇନାଲରେ ଜେନି ଡନ୍‌କାଫ ଏବଂ ଲାଡରା ମସାରୋଙ୍କ ଜୋଡିକୁ ହରାଇ ସଫଳତା ହାସଲ କରିଥିଲେ । ଏହା ଏଥିପାଇଁ ଐତିହାସିକ ଥିଲା କାରଣ ଏହା ପୂର୍ବରୁ ସ୍କ୍ୱାସ ଖେଳରେ ଭାରତ କେବେ ଆଗରୁ ପଦକ ଜିତି ନଥିଲା ।[୪][୫][୬]

 
Dipika Pallikal with Joshna Chinappa


ଉପଲବ୍ଧି ସମ୍ପାଦନା

  1. ଏନ ଏସ ସି ସିରିଜ ନଂ. ୬(ଟୁର ୧୨) ୨୦୦୯- ବିଜେତା
  2. ବ୍ରିଟିଷ ଜୁନିୟର ଓପନ, ୨୦୦୫- ବିଜେତା
  3. ଏସିୟନ ଜୁନିୟର୍ ୨୦୦୫-ବିଜେତା
  4. ବିଶ୍ୱ ଜୁନିୟର, ବେଲ୍‌ଜିୟମ, ୨୦୦୫- ଉପ ବିଜେତା
  5. ବ୍ରିଟିଷ ଜୁନିୟର ଓପନ, ୨୦୦୪- ବିଜେତା
  6. ଏସ ଏ ଏଫ ଖେଳ, ପାକିସ୍ତାନ, 2୦୦୪ -ସ୍ୱର୍ଣ୍ଣ
  7. ହଂକଂ ଇଭେଣ୍ଟ,୨୦୦୪- ଉପ ବିଜେତା
  8. ଏସୀୟ ଚାମ୍ପିୟନସିପ୍,୨୦୦୪ - ବ୍ରୋଞ୍ଜ୍
  9. ମଲେସିୟାନ ଜୁନିୟର,୨୦୦୪ -ବିଜେତା
  10. ଭାରତୀୟ ନ୍ୟାସ୍‌ନାଲ ଜୁନିୟର, ୨୦୦୪- ବିଜେତା
  11. ଭାରତୀୟ ନ୍ୟାସ୍‌ନାଲ ସିନିୟର, ୨୦୦୪- ବିଜେତା


ଆଧାର ସମ୍ପାଦନା

  1. "Joshna Chinappa rises to 11th in squash rankings". SportsCafe.in. 2016-06-01. Retrieved 2016-06-01.
  2. "Joshna Chinappa". Archived from the original on 2013-12-24. Retrieved 2012-06-10.
  3. Vinod, A. (August 2, 2014). "Dipika and Joshna create history". The Hindu. Retrieved 2014-08-03.
  4. "Joshna Chinappa rises to 11th in squash rankings". SportsCafe.in. 2016-06-01. Retrieved 2016-06-01.
  5. "Joshna Chinappa clinches Chennai Open". The Times of India. 26 May 2012. Retrieved 2012-06-10.
  6. "Joshna Chinappa notches Winnipeg Open title". Zee News. 18 July 2014. Retrieved 18 July 2014.

ବାହାର ଆଧାର ସମ୍ପାଦନା