ଜେମ୍ସ ଗସଲିଙ୍ଗ

ଜାଭା ପ୍ରୋଗ୍ରାମିଙ୍ଗ ଭାଷାର ଜନ୍ମଦାତା

ଜେମ୍ସ ଗସଲିଙ୍ଗ (ଜନ୍ମ ମଇ ୧୯,୧୯୫୫) ଜଣେ କାନାଡିୟାନ କମ୍ପ୍ୟୁଟର ବୈଜ୍ଞାନିକ। ସେ ଜାଭା ପ୍ରୋଗ୍ରାମିଙ୍ଗ ଭାଷାର ଜନକ ରୂପେ ବେଶ ଜଣାଶୁଣା।

ଜେମ୍ସ ଗସଲିଙ୍ଗ
Born
James Gosling

(1955-05-19) ୧୯ ମଇ ୧୯୫୫ (ବୟସ ୬୮)
Nationalityକାନାଡିୟାନ
Alma mater
Known forଜାଭା (ପ୍ରୋଗ୍ରାମିଙ୍ଗ ଭାଷା)
AwardsOfficer of the Order of Canada
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନ
ବୈଜ୍ଞାନିକ ନିବନ୍ଧAlgebraic Constraints (1983)
ଡକ୍ଟରୀ ଉପଦେଷ୍ଟାBob Sproull[୨]
Websitenighthacks.com

ଶିକ୍ଷା ଓ ତାଙ୍କ ଭବିଷ୍ୟତ ଜୀବନ ସମ୍ପାଦନା

କାଲଗରୀ ବିଶ୍ୱବିଦ୍ୟାଳୟରୁ ଜେମ୍ସ ଗସଲିଙ୍ଗ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଓ ଏମ.ଏ ଓ ପି.ଏଚ.ଡି କାର୍ଣ୍ଣିଗ ମେଲନ ବିଶ୍ୱବିଦ୍ୟାଳୟରେ ସଂପର୍ଣ୍ଣ କରିଥିଲେ। ସନ୍ ମାଇକ୍ରୋ ସିସ୍ଟମ୍ରେ ଯୋଗ ଦେବା ଆଗରୁ କାର୍ଣ୍ଣିଗ ମେଲନ ବିଶ୍ୱବିଦ୍ୟାଳୟଠାରେ ସେ ୧୬-ୱେ କମ୍ପ୍ୟୁଟର ସିସ୍ଟମ ପାଇଁ ୟୁନିକ୍ସର ମଲ୍ଟି ପ୍ରୋସେସର ତିଆରି କରିଥିଲେ। ସେ ସେଠାରେ ମଧ୍ୟ ବିଭିନ୍ନ କମ୍ପାଇଲର୍ ମେଲ୍ ସିସ୍ଟମ ଉନ୍ନତ କରିଥିଲେ।

ଗସ୍ଲିଙ୍ଗ ୧୯୮୪ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ସନ୍ ମାଇକ୍ରୋ ସିସ୍ଟମରେ କାର୍ଯରତ ଥିଲେ। ସେ ଜାଭା ପ୍ରୋଗ୍ରାମିଙ୍ଗ ଭାଷାର ଜଙ୍କ ରୂପେ ଜଣାଶୁଣା।[୩]ସନ୍ ମାଇକ୍ରୋ ସିସ୍ଟମକୁ ଓରାକେଲ୍ କର୍ପୋରେସନ କିଣିବା ପରେ ସେ ଏପ୍ରିଲ ୨,୨୦୧୦ ମସିହାରେ ଗସ୍ଲିଙ୍ଗ ସନ୍ ମାଇକ୍ରୋ ସିସ୍ଟମରୁ ବିଦାୟ ନେଇଥିଲେ।

ଯୋଗଦାନ ସମ୍ପାଦନା

ଗସ୍ଲିଙ୍ଗ ପ୍ରଥମରୁ ଗସ୍ଲିଙ୍ଗ ଏମାକ୍ସର ଲେଖକ ରୂପେ ଜଣାଶୁଣା।[୪] ସେ NeWS ୱିନ୍‌ଡୋୱିଙ୍ଗ୍ ସିସ୍ଟମ ଉଦ୍ଭାବକ ମଧ୍ୟ ଅଟନ୍ତି କିନ୍ତୁ ସନ୍ ମାଇକ୍ରୋ ସିସ୍ଟମ ଏହାକୁ ମୁକ୍ତ ବ୍ୟବହାର ଯୋଗ୍ୟ କରିବାର ଅନ୍ୁମତି ଦେଇନଥିବାରୁ ଏହା ପରେ କ୍ଷତିଗ୍ରସ୍ତ ହୋଇଥିଲା।

ସମ୍ମାନ ସମ୍ପାଦନା

  • ୨୦୦୨: ସେ ଅର୍ଥଶାସ୍ତ୍ର ବିଶାରଦ ଅଭିନବକରଣର ପୁରସ୍କାର ପାଇଥିଲେ।
  • ୨୦୦୨: The Flame Award USENIX Lifetime Achievement Awardରେ ସମ୍ମାନିତ ହୋଇଥିଲେ।
  • ୨୦୦୭: ସେ Order of Canadaର କାର୍ଯ୍ୟକର୍ତ୍ତା ହୋଇଥିଲେ (Order of Canada ହେଉଛି କାନାଡାର ଦ୍ୱିତୀୟ ଉଚ୍ଚ ବେସାମରିକ ବ୍ୟକ୍ତି
  • ୨୦୧୩: Association for Computing Machineryର ଜଣେ ସଦସ୍ୟ ହୋଇଥିଲେ।
  • ୨୦୧୫: IEEE John von Neumann Medalସମ୍ମାନରେ ସମ୍ମାନିତ ହୋଇଥିଲେ।

ପୁସ୍ତକ ସମ୍ପାଦନା

  • କେନ୍ ଆର୍ନୋଲ୍ଡ, ଜେମ୍ସ ଗସଲିଙ୍ଗ, ଡାଭିଡ୍ ହୋମ୍‌ଲେସ୍, ଦ ଜାଭା ପ୍ରୋଗ୍ରାମିଙ୍ଗ ଲାଙ୍ଗୁୱେଜ୍, ଚତୁର୍ଥ ସଂସ୍କରଣ, Addison-Wesley Professional, 2005, ISBN 0-321-34980-6
  • ଜେମ୍ସ ଗସଲିଙ୍ଗ, ବିଲ୍ ଜୟ,ଗାଏ ଏଲ.ଷ୍ଟିଲ ଜେ ଆର.,ଗିଲାଡ ବ୍ରାଚା, ଦ ଜାଭା ଲାଙ୍ଗୁୱେଜ୍ ସ୍ପେସିଫିକେସନ୍, ତୃତୀୟ ସଂସ୍କରଣ, Addison-Wesley Professional, 2005, ISBN 0-321-24678-0
  • କେନ୍ ଆର୍ନୋଲ୍ଡ, ଜେମ୍ସ ଗସଲିଙ୍ଗ, ଡାଭିଡ୍ ହୋମ୍‌ଲେସ୍, ଦ ଜାଭା ପ୍ରୋଗ୍ରାମିଙ୍ଗ ଲାଙ୍ଗୁୱେଜ୍, ତୃତୀୟ ସଂସ୍କରଣ, Addison-Wesley Professional, 2000, ISBN 0-201-70433-1
  • ଜେମ୍ସ ଗସଲିଙ୍ଗ, ବିଲ୍ ଜୟ,ଗାଏ ଏଲ.ଷ୍ଟିଲ ଜେ ଆର.,ଗିଲାଡ ବ୍ରାଚା, ଦ ଜାଭା ଲାଙ୍ଗୁୱେଜ୍ ସ୍ପେସିଫିକେସନ୍, ଦ୍ୱିତୀୟ ସଂସ୍କରଣ, Second Edition, Addison-Wesley, 2000, ISBN 0-201-31008-2
  • ଗ୍ରେଗୋରୀ ବୋଲେଲା (ସଂପାଦକ), ବେଞ୍ଜାମିନ୍ ବ୍ରୋସଗୋଲ,ଜେମ୍ସ ଗସଲିଙ୍ଗ,ପିଟର୍ ଡିବଲ୍, ଷ୍ଟିଭ୍ ଫର୍,ଡାଭିଡ୍ ହାର୍ଡିନ,ମାର୍କ ଟର୍ଣ୍ଣବଲ୍, ଦ ରିଏଲ୍ ଟାଇମ୍ ସ୍ପେସିଫିକେସନ୍ ଅଫ୍ ଜାଭା, Addison Wesley Longman, 2000, ISBN 0-201-70323-8
  • କେନ୍ ଆର୍ନୋଲ୍ଡ, ଜେମ୍ସ ଗସଲିଙ୍ଗ, ଦ ଜାଭା ପ୍ରୋଗ୍ରାମିଙ୍ଗ ଲାଙ୍ଗୁୱେଜ୍, ଦ୍ୱିତୀୟ ସଂସ୍କରଣ, Addison-Wesley, 1997, ISBN 0-201-31006-6
  • କେନ୍ ଆର୍ନୋଲ୍ଡ, ଜେମ୍ସ ଗସଲିଙ୍ଗ, ଦ ଜାଭା ପ୍ରୋଗ୍ରାମିଙ୍ଗ ଲାଙ୍ଗୁୱେଜ୍,, Addison-Wesley, 1996, ISBN 0-201-63455-4

ଆଧାର ସମ୍ପାଦନା

  1. I've moved again : On a New Road. Nighthacks.com. Retrieved on 2016-05-17.
  2. ଜେମ୍ସ ଗସଲିଙ୍ଗ at the Mathematics Genealogy Project
  3. "James Gosling". Retrieved 31 December 2017.
  4. "Gosling Emacs". Retrieved 31 December 2017.