ଜେନେଲିଆ ଡିସୋଜା (ଜନ୍ମ: ୫ ଅଗଷ୍ଟ ୧୯୮୭)[୧][୨], ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ସେ ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଏବଂ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୨୦୦୩ ମସିହାରେ ଜେନେଲିଆ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଜଣେ ମଡେଲ ଭାବରେ କିଛି ବିଜ୍ଞାନପନରେ କାର୍ଯ୍ୟ କରିଥିଲେ । ପାର୍କର ପେନ୍‌ର ଏକ ବିଜ୍ଞାପନରେ ସେ ଅଭିନେତା ଅମିତାଭ ବଚ୍ଚନଙ୍କ ସ‌ହ କାର୍ଯ୍ୟ କରିଥିଲେ । ଏହି ବିଜ୍ଞାପନ ପରେ ତାଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମିଳିଥିଲା । ୨୦୦୩ରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ତୁଝେ ମେରି କସମ ଥିଲା ଜେନେଲିଆଙ୍କର ପ୍ରଥମ କଥାଚିତ୍ର । ଏହି କଥାଚିତ୍ରଟିର ବ୍ୟବସାୟିକ ସଫଳ ମଧ୍ୟ ହୋଇଥିଲା । ସେହିବର୍ଷର ଅନ୍ୟ ଏକ ହିନ୍ଦୀ କଥାଚିତ୍ର ବଏଜ୍ ଜେନାଲିଆଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲେ ଏବଂ ପରେ ସେ ତେଲୁଗୁ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୦୩ରୁ ୨୦୧୨ ମଧ୍ୟରେ ସେ ଅନେକ ସଫଳ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଜେନେଲିଆ ଡିସୋଜା
୨୦୦୮ରେ ଜେନାଲିଆ
Born
ଜେନେଲିଆ ଡିସୋଜା

(1987-08-05) ୫ ଅଗଷ୍ଟ ୧୯୮୭ (ବୟସ ୩୬)[୧]
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୩-ଏବେଯାଏଁ
Spouse
ରିତେଶ ଦେଶମୁଖ
(m. ୨୦୧୨)
Children

ଜେନେଲିଆ ୨୦୦୬ ମସିହାରେ ତାଙ୍କର ପ୍ରଥମ ଫିଲ୍ମ‌ଫେୟାର ପୁରସ୍କାର ପାଇଥିଲେ । ୨୦୦୬ର ତେଲୁଗୁ କଥାଚିତ୍ର ବୋମାରିଲୁ ପାଇଁ ତାଙ୍କୁ ମିଳିଥିଲା ତାଙ୍କର ପ୍ରଥମ ଏହି ପ୍ରଥମ ଫିଲ୍ମ‌ଫେୟାର ପୁରସ୍କାର । ଏହି ଚଳଚ୍ଚିତ୍ରରେ ଜେନେଲିଆଙ୍କ ସ‌ହିତ ସିଦ୍ଧାର୍ଥ ନାୟକ ଭାବରେ ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ରଟିର ତାଙ୍କୁ ସମୀକ୍ଷକଙ୍କ ପ୍ରଶଂସା ମଧ୍ୟ ଆଣିଦେଇଥିଲା । ୨୦୦୮ରେ ବୋମାରିଲୁ ଚଳଚ୍ଚିତ୍ରଟି ପୁଣିଥରେ ତାମିଲରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ନାମ ରଖାଯାଇଥିଲା ସନ୍ତୋଷ ସୁଭ୍ରମଣିୟମ୍ ଏବଂ ଏଥିରେ ତାଙ୍କୁ ପୁଣିଥରେ ନାୟିକା ଭାବରେ ନିଆଯାଇଥିଲା । ଏହି ଚଳଚ୍ଚିତ୍ର ଏବଂ ସେହି ବର୍ଷ ମୁକ୍ତିଲାଭ କରିଥିବା ତାଙ୍କର ଏକ ହିନ୍ଦୀ ଚଳଚ୍ଚିତ୍ର ଜାନେ ତୁ... ୟା ଜାନେ ନା ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ଅନେକ ତେଲୁଗୁ ଓ ତାମିଲ ସଫଳ ଚଳଚ୍ଚିତ୍ରରେ ଅଭିନୟ କରି ଜେନେଲିଆ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସ୍ଥାପନ କରିଥିଲେ ।[୩][୪] ଅଭିନୟ ବ୍ୟତୀତ ଜେନେଲିଆ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ବିନ୍ଦାସ ଚେନାଲରେ ପ୍ରସାରିତ ଏହି ଧାରାବାହିକ ବିଗ୍ ସୁଇଚ୍‌‌ ଛୋଟପିଲାମାନଙ୍କର ଅସୁବିଧା ଉପରେ ପର୍ଯ୍ୟବସିତ ଥିଲା । ଏହିସ‌ହିତ ସେ ଫାଣ୍ଟା, ଭିର୍ଜିନ୍ ମୋବାଇଲ୍ ଇଣ୍ଡିଆ, ଫାଷ୍ଟ‌ଟ୍ରାକ୍, ଏଲ୍.ଜି. ମୋବାଇଲ, ଗାର୍ନିଅର ଲାଇଟ୍, ମାର୍ଗୋ ସାବୁନ ଏବଂ ପର୍କ ଚକୋଲେଟ ପାଇଁ ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୫]

ଜେନେଲିଆ ୨୦୧୨ ମସିହାରେ ହିନ୍ଦୀ କଥାଚିତ୍ର ଅଭିନେତା ରିତେଶ ଦେଶମୁଖଙ୍କୁ ବିବାହ କରିଥିଲେ । ୨୦୦୩ରେ ଜେନେଲିଆଙ୍କର ପ୍ରଥମ କଥାଚିତ୍ରରୁ ତାଙ୍କର ରିତେଶଙ୍କ ସ‌ହ ସମ୍ପର୍କ ଗଢ଼ି ଉଠିଥିଲା ।[୬] ଏହାପରେ ଉଭୟ କିଛି ଚଳଚ୍ଚିତ୍ରରେ ଏକାଠି କାର୍ଯ୍ୟ କରିଥିଲେ ଏବଂ ପରେ ଉଭୟ ନିଜର ସମ୍ପର୍କ ବିଷୟରେ ଜଣାଇବା ସ‌ହ ନିର୍ବନ୍ଧ କରିବାର ଯୋଜାନ ମଧ୍ୟ କରିଥିଲେ । ମାତ୍ର ରିତେଶଙ୍କର ବାପା ତ‌ଥା ମହାରାଷ୍ଟ୍ର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଳାଶ ରାଓ ଦେଶମୁଖ ଏହି ପ୍ରସ୍ତାବରେ ରାଜି ନ ଥିଲେ ।[୭] ଏହାପରେ ୩ ଫେବୃଆରୀ ୨୦୧୨ରେ ଉଭୟ ରିତେଶ ଏବଂ ଜେନିଲିଆଙ୍କର ମରାଠୀ ପରମ୍ପରାରେ ବିବାହ ହୋଇଥିଲା[୮] ଏବଂ ପରଦିନ ଚର୍ଚ୍ଚରେ ପୁଣିଥରେ ବିବାହ ହୋଇଥିଲା ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ "Happy Birthday Genelia!". Planet Bollywood. Archived from the original on 3 November 2012. Retrieved 14 August 2013.
  2. "Happy Birthday Genelia D`Souza". Patrika Group. No. 5 August 2014. Archived from the original on 8 August 2014. Retrieved 5 August 2014.
  3. Mahmood, Abdulla (15 July 2008). "Big-time girl: Genelia D'Souza". Gulf News. Archived from the original on 16 December 2010. Retrieved 23 August 2008.
  4. Shankar, Settu (2007-04-19). "Genelia D'Souza". Daiji World. Retrieved 1 March 2009. {{cite news}}: Text "Daijiworld Media" ignored (help)
  5. "Genelia's the brand ambassador of the year". The Times of India. Indo-Asian News Service. 30 June 2010. Archived from the original on 11 July 2010. Retrieved 20 September 2010. {{cite news}}: Cite has empty unknown parameter: |deadurl= (help)
  6. Jha, Subash K. (30 May 2009). "Still denying Ritesh, Genelia?". Mumbai Mirror. The Times Group. Archived from the original on 11 August 2011. Retrieved 1 January 2010.
  7. "Genelia D'Souza: Age 21". Rediff News. Rediff. 25 August 2008. Archived from the original on 7 June 2011. Retrieved 4 August 2008.
  8. "Riteish Deshmukh weds Genelia D'Souza". The Times of India. 3 February 2012. Archived from the original on 9 July 2013. Retrieved 3 February 2012.
  9. "PIX: Riteish and Genelia's church wedding". Rediff News. Rediff. 6 February 2012. Archived from the original on 4 March 2012. Retrieved 3 March 2012.

ବାହାର ଆଧାର ସମ୍ପାଦନା