ଜୁଲାଇ ୨୦୧୮ ଚନ୍ଦ୍ରଗ୍ରହଣ

୨୦୧୮ ମସିହା ଜୁଲାଇ ମାସରେ ହୋଇଥିବା ଚନ୍ଦ୍ରଗ୍ରହଣ
ସମୂର୍ଣ୍ଣ ଚନ୍ଦ୍ରଗ୍ରହଣ
୨୭ ଜୁଲାଇ ୨୦୧୮
ଗ୍ରହର ଉପର ଭାଗ ହେଉଛି ଉତ୍ତର ଦିଗ

ଚନ୍ଦ୍ର ପୃଥିବୀର ଛାୟାର କେନ୍ଦ୍ର ବିନ୍ଦୁ ଦେଇ ଗତି କରିବ
ଦୃଶ୍ୟମାନ ସମୟ (ଘଣ୍ଟା:ମିନିଟ:ସେକେଣ୍ଡ)
ସମୁଦାୟ ୧:୪୨:୫୭
ଆଂଶିକ ୩:୫୪:୩୨
ଅର୍ଦ୍ଧଛାୟାଯୁକ୍ତ ୬:୧୩:୪୮

ଏକ ସମୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୭ ଜୁଲାଇ ୨୦୧୮ରେ ହୋଇଥିଲା । ଏହି ସମୟରେ ଚନ୍ଦ୍ର ପୃଥିବୀର ଛାୟାପଥ ଦେଇ ଅତିକ୍ରମ କରିଥିଲା । ୨୦୧୧ ମସିହା ଜୁନ ୧୫ରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଏହା ପୃଥିବୀର ଛାୟାପଥରେ ଆସିଥିବା ପ୍ରଥମ ଚନ୍ଦ୍ରଗ୍ରହଣ ।

ଯେହେତୁ ଚନ୍ଦ୍ର ପୃଥିବୀର କକ୍ଷପଥରେ ଦୂରତମ ବିନ୍ଦୁରେ ଥିବାବେଳେ ଛାୟାପଥ ଅତିକ୍ରମ କରିଥିଲା, ତେଣୁ ଏହି ଗ୍ରହଣ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଗ୍ରହଣ ହୋଇଥିଲା । ସମୁଦାୟ ଗ୍ରହଣ ସମୟର ପାଖାପଖି ୧୦୩ ମିନିଟ ରହିଥିଲା ।[][] ଚନ୍ଦ୍ର ପୃଥିବୀର ଛାୟାରେ ସମୁଦାୟ ଚାରି ଘଣ୍ଟା ରହିଥିଲା ।[]

ଏହି ଚନ୍ଦ୍ରଗ୍ରହଣ‌ଟି ୨୦୧୮ ମସିହାର ଜାନୁଆରୀ ମାସରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ‌ଟି ସମସାମୂହିକ ଭାବରେ ମଙ୍ଗଳ ଗ୍ରହର କକ୍ଷ‌ପଥରେ ଆସୁଥିବା ଗ୍ରହ ସ‌ହ ମଧ୍ୟ ହେବ । ଏହିଭଳି ସମସାମୟିକ ଗ୍ରହଣ ପ୍ରତ୍ୟେକ ୨୫,୦୦୦ ବର୍ଷରେ ହୋଇଥାଏ ।[]

ଦୃଶ୍ୟମାନ

ସମ୍ପାଦନା

ଏହି ଗ୍ରହଣ‌ଟି ସମ୍ପୂର୍ଣ୍ଣ ଭାବରେ ପୂର୍ବ ଆଫ୍ରିକା ଏବଂ କେନ୍ଦ୍ରୀୟ ଏସିଆରେ ଦୃଶ୍ୟମାନ ହୋଇଥିଲା । ଏଥିସ‌ହିତ ଦକ୍ଷିଣ ଆମେରିକା, ପଶ୍ଚିମ ଆଫ୍ରିକା ଏବଂ ୟୁରୋରେ ଏହାର ଆରମ୍ଭ ଦୃଶ୍ୟମାନ ହେବା ସ‌ହ ପୂର୍ବ ଏସିଆ ଓ ଅଷ୍ଟ୍ରଲିଆରେ ଏହାର ଶେଷ ଦୃଶ୍ୟମାନ ହୋଇଥିଲା ।[]

 
ପୃଥିବୀର ଦୂରତମ କକ୍ଷରେ ମନ୍ଦ୍ରରୁ ପୃଥିବୀର ଦୃଶ୍ୟ
 
ଦୃଶ୍ୟମାନ ହେବାକୁ ଥିବା ମାନ‌ଚିତ୍ର

ପୃଷ୍ଠଭୂମି

ସମ୍ପାଦନା

ଯେତେବେଳେ ପୃଥିବୀର ଛାୟ ଦେଇ ଚନ୍ଦ୍ର ଗତି କରେ, ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । ଗ୍ରହଣର ଆରମ୍ଭରେ ପୃଥିବୀର ଛାଇ ପ୍ରଥମେ ଚନ୍ଦ୍ରକୁ ଆଂଶିକ ଅନ୍ଧକାର କରେ । ପରେ ଏହି ଛାୟା ଧୀରେ ଧୀରେ ବଢ଼ିବାକୁ ଲାଗେ ଏବଂ ଚନ୍ଦ୍ରର କିଛି କିଛି ଭାଗକୁ ଢାଙ୍କିବାକୁ ଲାଗିଥାଏ । ଚନ୍ଦ୍ରଗ୍ରହଣ ବେଳେ ଛାୟା ବଢ଼ିବା ସ‌ହିତ ଏହାର ରଙ୍ଗ ବଦଳି ଧୀରେ ଧୀରେ ନାଲି-ଧୂସର ହୋଇଥାଏ (ବାୟୁମଣ୍ଡଳର ଅବସ୍ଥା ଉପରେ ଏହି ରଙ୍ଗ ନିର୍ଭର କରେ) । ଚନ୍ଦ୍ର ଗ୍ରହଣ ବେଳେ ସୂର୍ଯ୍ୟାଲୋକ ନ ପଡ଼ିଲେ ବି ଚନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧକାର ଦେଖାଯାଏ ନାହିଁ । କାରଣ ସୂର୍ଯ୍ୟାଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାରୁ ସୂର୍ଯ୍ୟରଶ୍ମି ପ୍ରତିସରିତ (Refracted) ହୋଇ ଚନ୍ଦ୍ରର ଛାୟା ଶଙ୍କୁ ମଧ୍ୟ ଦେଇ ଯାଏ । ତେବେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଚନ୍ଦ୍ର ପୃଷ୍ଠରେ ପତିତ ହେବାବେଳେ ଅପେକ୍ଷାକୃତ କମ ତରଙ୍ଗ-ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମି ଏଭଳି ପ୍ରତିସରଣ ବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରନ୍ତି ଯାହାକି ମନୁଷ୍ୟ ଦୃଷ୍ଟିରେ ଇଷତ୍ ଲାଲ ବର୍ଣ୍ଣ ଦେଖାଯାଏ । ଅତଏବ ଚନ୍ଦ୍ର ପୃଷ୍ଠ ସମ୍ପୂର୍ଣ୍ଣ ଅନ୍ଧକାର ନ ହୋଇ ଗ୍ରହଣ ବେଳେ ଇଷତ୍ ଲାଲ୍ ଦିଶେ । ଅର୍ଥାତ, ପୃଥିବୀକୁ ଘେରି ଯଦି କୌଣସି ବାୟୁମଣ୍ଡଳ ନ ଥାଆନ୍ତା, ତେବେ ଚନ୍ଦ୍ର ଗ୍ରହଣ ବେଳେ ଚନ୍ଦ୍ର ସଂପୂର୍ଣ୍ଣ ଅନ୍ଧକାର ଦେଖାଯାଆନ୍ତା ।[]

ଉପରେ ଉଲ୍ଲେଖ କରାଯାଇଥିବା ଅନୁକରଣ ପୃଥିବୀର ଛାୟା ମାଧ୍ୟମରେ ଚନ୍ଦ୍ରର ଉପସ୍ଥିତିକୁ ଦର୍ଶାଉଛି । ପୃଥିବୀର ଛାୟା ମଧ୍ୟ ଦେଇ ପ୍ରବେଶ କଲାବେଳେ ଚନ୍ଦ୍ରରେ ବଦଳୁଥିବା ଅନ୍ଧାକାର ଓ ରଙ୍ଗକୁ ଦର୍ଶାଯାଇଛି । ଚନ୍ଦ୍ର ଉତ୍ତର ଗୋଲାର୍ଦ୍ଧ ପୃଥିବୀର ଛାୟା ଆଡ଼କୁ ନିକଟର ହୋଇଥାଏ, ଫଳରେ ଏହା ଅଧିକ ଅନ୍ଧକାର ହୋଇଥାଏ ଏବଂ ଅଧିକ ଲାଲ ଦେଖାଯାଇଥାଏ ।


 

ସ୍ଥାନ ଅନୁସାରେ ଦୃଶ୍ୟମାନ

ସମ୍ପାଦନା
 
ଏଥେନ୍ସ ସ‌ହରରୁ ଗ୍ରହଣର ଦୃଶ୍ୟର ନିଆଯାଇଥିବା GIF


  1. "In 2018 the longest lunar eclipse will take place in 100 years". earth-chronicles.com. Archived from the original on 27 January 2018. Retrieved 27 July 2018.
  2. "Watch: the longest "blood moon" lunar eclipse of the century". Vox. Retrieved 27 July 2018.
  3. Lyons, Kate (25 July 2018). "Blood moon: all you need to know about this week's lunar eclipse". The Guardian (in ଇଂରାଜୀ). Retrieved 27 July 2018.
  4. "Два редких астрономических явления можно будет наблюдать 27 июля" (in Russian). TASS. 26 July 2018. Retrieved 26 July 2018.{{cite web}}: CS1 maint: unrecognized language (link)
  5. "Eclipse Map — July 27, 2018 Total Lunar Eclipse" (in English).{{cite web}}: CS1 maint: unrecognized language (link)
  6. Fred Espenak; Jean Meeus. "Visual Appearance of Lunar Eclipses". NASA. Retrieved April 13, 2014. {{cite web}}: Unknown parameter |last-author-amp= ignored (|name-list-style= suggested) (help)

ବାହାର ଆଧାର

ସମ୍ପାଦନା