ଉତ୍ତର ଭାରତରେ ଲୋକମାନଙ୍କ ଦ୍ୱାରା(ବିଶେଷ କରି ପଞ୍ଜାବ , ହରିୟାଣା ,ଗୁଜରାଟ ଆଦି ଅଞ୍ଚଳରେ ) ପାଦରେ ପିନ୍ଧା ଯାଉଥିବା ଜୋତାକୁ ଆଞ୍ଚଳିକ ଭାଷାରେ ଲୋକମାନେ ଜୁତି ବୋଲି କହିଥାନ୍ତି । ସାଧାରଣତଃ ଏଗୁଡ଼ିକୁ ପାରମ୍ପରିକ ଢଙ୍ଗରେ ଚମଡା କିମ୍ବା ରବର ଉପରେ ସୁନେଲି ,ରୁପେଲି ରଙ୍ଗର ପତଳା ତାର ଓ ସୂତାରେ ବାନ୍ଧେଣୀ କାମ କରି ବଡ଼ ସୁନ୍ଦର ଭାବରେ ତିଆରି କରାଯାଇଥାଏ । ଭାରତରେ ଏହି ଜୁତିର ବ୍ୟବହାରକୁ କହିଲେ ମୁଖ୍ୟତଃ ପଞ୍ଜାବରେ ଲୋକମାନେ ବ୍ୟବହାର କରୁଥିବା ଜୁତିକୁ ବୁଝାଏ । କିନ୍ତୁ ପଞ୍ଜାବ ଛଡା ଅମୃତସରପଟିଆଲା ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାରର ତଥା ବିଭିନ୍ନ ଢଙ୍ଗର ଓ ଉନ୍ନତ ମନର ଜୁତି ପ୍ରସ୍ତୁତ କରାଯାଇଥାଏ । ସେଠାରେ ଲୋକମାନେ ଜୁତିର ପ୍ରସ୍ତୁତିରେ ବିଭିନ୍ନ ଛୋଟ ମୋଟ ଯନ୍ତ୍ରପାତିର ବ୍ୟବହାର କରିଥାନ୍ତି , କିନ୍ତୁ ଅଧିକାଂଶ କମ ହାତରେ କରାଯାଇଥାଏ । ସେସବୁ ସ୍ଥାନରେ ଅଧିକାଂଶ ଲୋକ ଏହି ଜୁତିର ତିଆରିକୁ ନିଜର କୌଳିକ ବୃତ୍ତି ଭାବରେ ମଧ୍ୟ ଆଦରି ନେଇଛନ୍ତି , ତେଣୁକରି ଏଠାରେ ଏହି ହସ୍ତଶିଳ୍ପର ଉତ୍ପାଦ ଭାବରେ ବହୁଳ ମାତ୍ରାରେ ଓ ଉତ୍ତମ ମାନର ଜୁତି ତିଆରି କରାଯାଇଥାଏ । ଏଗୁଡିକ କାରିଗରମାନଙ୍କଦ୍ୱାରା ଆଞ୍ଚଳିକ ବଜାରରେ ସୁଲଭ ମୂଲ୍ୟରେ ବିକ୍ରି କରାଯାଇଥାଏ ଓ ଦେଶ ବିଦେଶକୁ ମଧ୍ୟ ରପ୍ତାନି କରାଯାଇଥାଏ ।[][] ବିଭିନ୍ନ ଅଞ୍ଚଳର ଭିନ୍ନତା ଅନୁସାରେ ସେଠାରେ ବ୍ୟବହୃତ ଜୁତିର ଆକାର ପ୍ରକାରରେ ମଧ୍ୟ ଭିନ୍ନତା ଦେଖା ଦେଇଥାଏ । ଏପରିକି କାରିଗରମାନଙ୍କର ନିଜସ୍ୱ ଢାଞ୍ଚାରେ ତିଆରି ହୋଇଥିବା ଜୁତିଗୁଡିକ ମଧ୍ୟ ବିଭିନ୍ନ ଜାଗାରେ ପ୍ରସିଦ୍ଧି ଲାଭ କରିଛନ୍ତି । ଗଠନ ଓ ବ୍ୟବହାର ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ପ୍ରକାରର ଜୁତି ତିଆରି କରାଯାଇଥାଏ । ଉଭୟ ପ୍ରକାରର ଜୁତିର ତଳ ଭାଗ ସମତଳ ହୋଇଥାଏ । କିନ୍ତୁ ମହିଳା ମାନଙ୍କ ପାଇଁ ବ୍ୟବହୃତ ଜୁତିର ଅଗ୍ରଭାଗ ଅପେକ୍ଷା ପୁରୁଷ ମାନଙ୍କ ଜୁତିର ଅଗ୍ରଭାଗ ଟିକେ ଅଧିକା ଉପରକୁ ଉଠିକରି କିମ୍ବା ବଙ୍କା ହୋଇ ରହିଥାଏ ।

ଜୁତି
ପଞ୍ଜାବୀ ପୁରୁଷ ମାନଙ୍କ ପାଇଁ ଜୁତି । ଉପରକୁ ଉଠିକରି ରହିଥିବା ଜୁତିର ଅଗ୍ରଭାଗକୁ "ନୋଖ୍" କୁହାଯାଏ ।

[]

  1. "A glimpse into Punjabi culture". The Hindu. Feb 13, 2003.
  2. "'The love and care we get in India is unparalleled'". The Times of India. May 2, 2011. Archived from the original on 2014-01-12. Retrieved 2016-07-27.
  3. Jutta Jain-Neubauer; Bata Shoe Museum (2000). Feet & footwear in Indian culture. Mapin Publishing Pvt. Ltd. pp. 126, 175. ISBN 81-85822-69-7.