ଗୋବିନ୍ଦ ସଦାଶିବ ଘୁର୍ୟେ (୧୨ ଡିସେମ୍ବର୍ ୧୮୯୩ – ୨୮ ଡିସେମ୍ବର୍ ୧୯୮୩) ସମାଜ ବିଜ୍ଞାନର ଜଣେ ଭାରତୀୟ ପ୍ରଫେସର୍ ଥିଲେ । [୧] ୧୯୨୪ ମସିହାରେ ସେ ବମ୍ବେ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନର ଦ୍ୱିତୀୟ ବିଭାଗୀୟ ମୂଖ୍ୟ ହୋଇଥିଲେ।[୨]

ଶିକ୍ଷା ଓ କର୍ମଜୀବନ ସମ୍ପାଦନା

ବମ୍ବେର ଏଲ୍ଫିନଷ୍ଟୋନ୍ ମହାବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଓ ସ୍ନାତକୋତ୍ତର ଉପାଧିମାନ ଲାଭ କଲା ପରେଛାଞ୍ଚ:Sfnm ଘୁର୍ୟେ ଉଚ୍ଚତ୍ତର ଶିକ୍ଷା ପାଇଁ ବିଲାତ ଯାତ୍ରା କଲେ । ବିଲାତର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସେ ୧୯୨୨ ମସିହାରେ ପି.ଏଚ୍.ଡି. ଉପାଧି ଲାଭ କଲେ । [୩]

୧୯୨୪ ମସିହାରେ ଘୁର୍ୟେ ବମ୍ବେ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନର ଦ୍ୱିତୀୟ ବିଭାଗୀୟ ମୂଖ୍ୟ ବନିବା ସମୟରେ ବିଭାଗଟି ବନ୍ଦ ହେବାକୁ ବସିଥିଲା । ଘୁର୍ୟେ ଯୋଗ ଦେଲା ପରେ ବିଭାଗଟି କର୍ମଚଂଚଳ ହୋଇଉଠିଲା । ଏବେ ତାଙ୍କୁ ହିଁ ବିଭାଗଟିର ପ୍ରକୃତ ପ୍ରତିଷ୍ଠାତା ବୋଲି ଧରାଯାଏ । [୪] ଏହାଛଡା ସେ ଭାରତୀୟ ସମାଜ ବିଜ୍ଞାନ ସୋସାଇଟି ଓ ଏହାର ସୂଚନାପତ୍ରର ପ୍ରତିଷ୍ଠାତା ମଧ୍ୟ ଥିଲେ । .ଛାଞ୍ଚ:Sfnm ସେ ୧୯୫୯ ମସିହାରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କଲେ ।

ନିର୍ବାଚିତ ଗ୍ରନ୍ଥାବଳୀ ସମ୍ପାଦନା

  • ୨୦୦୮ (୧୯୩୨) । ଜି.ଏସ୍. ଘୁର୍ୟେ । କାଷ୍ଟ୍ ଆଣ୍ଡ୍ ରେସ୍ ଇନ୍ ଇଣ୍ଡିଆ । ପପୁଲାର୍ ପ୍ରକାଶନ ।
  • ୧୯୫୭ । ଜି.ଏସ୍. ଘୁର୍ୟେ । କା।ଷ୍ଟ୍ ଆଣ୍ଡ୍ କ୍ଲାସ୍ ଇନ୍ ଇଣ୍ଡିଆ । ପପୁଲାର୍ ବୁକ୍ ଡିପୋ ।
  • ୧୯୭୪ । ଜି.ଏସ୍. ଘୁର୍ୟେ । ହ୍ୱିଦର୍ ଇଣ୍ଡିଆ? ପପୁଲାର୍ ପ୍ରକାଶନ
  • ୧୯୮୦ (୧୯୬୩)। ଜି.ଏସ୍. ଘୁର୍ୟେ । ଦ ସିଡ୍ୟୁଲ୍ଡ୍ ଟ୍ରାଇବ୍ସ୍ ଅଫ୍ ଇଣ୍ଡିଆ ।

ଆଧାର ସମ୍ପାଦନା

  1. ଛାଞ୍ଚ:Sfnm
  2. University of Mumbai.
  3. Pillai 1997, p. 101.
  4. Pillai 1997, pp. 119–123.