ଜି. ଏସ. ମେଲକୋଟେ

ଭାରତୀୟ ରାଜନୀତିଜ୍ଞ

ଜି. ଏସ. ମେଲକୋଟେ (୧୬ ଅକ୍ଟୋବର ୧୯୦୧ - ୯ ମାର୍ଚ୍ଚ ୧୯୮୨; ସମ୍ପୂର୍ଣ୍ଣନାମ:ଗୋପାଲ୍ଲା ସୁବ୍ୱୁକୃଷ୍ଣ ମେଲକୋଟେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସାଂସଦ ।

ଗୋପାଲ୍ଲା ସୁବ୍ୱୁକୃଷ୍ଣ ମେଲକୋଟେ
ସାଂସଦ
ପୂର୍ବ ଅଧିକାରୀବିନାୟକ ରାଓ କୋରଟକର
ପର ଅଧିକାରୀକେ. ଏସ୍. ନାରାୟଣ
ନିର୍ବାଚନ ମଣ୍ଡଳୀହାଇଦ୍ରାବାଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1901-10-16)ଅକ୍ଟୋବର ୧୬, ୧୯୦୧
ବ୍ରହ୍ମପୁର, ଓଡ଼ିଶା, ଭାରତ
ମୃତ୍ୟୁ୯ ମାର୍ଚ୍ଚ ୧୯୮୨(1982-03-09) (ବୟସ ୮୦)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବିମଳାବାଇ
ସନ୍ତାନ୫; ୩ ପୁଅ ଏବଂ ୨ ଝିଅ

ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବ‌ହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ ।

ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କିଛି ଆନ୍ଦୋଳନରେ ଯୋଗଦେଇଥିଲେ । ସେ ଗୃହ ନିୟମ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ଆଦିରେ ଯୋଗଦେଇଥିଲେ । ସ୍ୱାଧୀନତା ପରେ ସେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ହାଇଦ୍ରାବାଦରୁ କାର୍ଯ୍ୟ କରୁଥିଲେ । ଏହି ସମୟରେ ୧୯୫୨ରେ ଏବଂ ୧୯୫୬ରେ ସେ ବିଧାସଭାକୁ ନିର୍ବାଚିତ ହୋଇଥିଲେ ଓ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ ସଂସଦକୁ ହାଇଦ୍ରାବାଦରୁ ୧୯୬୨ରୁ ୧୯୭୭ ମଧ୍ୟରେ ତିନିଥର ନିର୍ବାଚିତ ହୋଇଥିଲେ ଏବଂ ରାଇଚୁରରୁ ୧୯୫୭ରେ ନିର୍ବାଚିତ ହୋଇ ଯାଇଥିଲେ ।

ତାଙ୍କ ପତ୍ନୀ ବିମଳାବାଇ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନରେ ସେ ଭାଗ ନେବା ସହ ସ୍ୱାଧୀନତା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ସେ ହାଇଦ୍ରାବାଦ ରାଜ୍ୟ ସାମାଜିକ କଲ୍ୟାଣ ଉପଦେଷ୍ଟା ମଣ୍ଡଳର ପ୍ରଥମ ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ କର୍ଣ୍ଣାଟକ ସାହିତ୍ୟ ମନ୍ଦିର, କର୍ଣ୍ଣାଟକ ମହିଳା ମଣ୍ଡଳ ଏବଂ ମେଲକୋଟ ମହାବିଦ୍ୟାଳୟର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ୧୨ ଜାନୁଆରୀ ୨୦୦ରେ ୯୨ ବର୍ଷ ବୟସରେ ମୃତ୍ୟବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. "Vimalabai Melkote passes away, the Hindu". Archived from the original on 2012-11-05. Retrieved 2018-08-17.

ବାହାର ଆଧାର ସମ୍ପାଦନା