ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ

ଓଡ଼ିଆ ସମାଲୋଚକ

ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ (୧୯୪୨ - ୧୦ ଅପ୍ରେଲ ୨୦୨୧) ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟରେ ସେ ମୁଖ୍ୟତଃ ନିଜର ଲେଖନୀ ଚାଳନା କରିଥିଲେ ।[୧][୨][୩] ସେ ଓଡ଼ିଶା ଶିକ୍ଷା ସେବା ଏବଂ ଭାରତ ସରକାରଙ୍କ "ସଂସ୍କୃତି ବିଭାଗ"ରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ରିଭ୍ୟୁ ପତ୍ରିକାର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ
ଜନ୍ମ୧୯୪୨
ମୃତ୍ୟୁ୧୦ ଅପ୍ରେଲ ୨୦୨୧
ମୃତ୍ୟୁର କାରଣକରୋନାଭୂତାଣୁଜନିତ ମୃତ୍ୟୁ
ଜାତୀୟତାଭାରତୀୟ

ଜିତେନ୍ଦ୍ର ନାରାୟଣ, ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୬୩ ମସିହାରେ ସେ ଓଡ଼ିଶା ଶିକ୍ଷା ସେବାରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରି ୨୦୦୦ ମସିହାରେ ଇଂରାଜୀ ପ୍ରାଧ୍ୟାପକ ଓ ରାଜ୍ୟ ଚୟନକର୍ତ୍ତା ବୋର୍ଡ଼ର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ଅଧିନରେ ଅନେକ ଛାତ୍ର ଗବେଷଣା କରି ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ । ଓଡ଼ିଶା ସରକାରଙ୍କଦ୍ୱାରା ପ୍ରକାଶିତ "ଓଡ଼ିଶା ରିଭ୍ୟୁ" ପତ୍ରିକାକୁ ସେ ୬ ବର୍ଷ ଧରି ସମ୍ପାଦନା କରିଥିଲେ ।

ସାହିତ୍ୟ ସର୍ଜନା ସମ୍ପାଦନା

ସେ ଓଡ଼ିଆ ଏବଂ ଇଂରାଜୀରେ ଅନେକ ଗବେଷଣା ଧର୍ମୀ ପୁସ୍ତକ ରଚନା କରିଥିଲେ । ଲିଓ ଟଲଷ୍ଟୟଙ୍କ ଜୀବନୀ ଉପରେ ଗବେଷଣା କରି ସେ ଏକ ପୁସ୍ତକ ରଚନା କରିଥିଲେ । ତାଙ୍କ ଲିଖିତ କିଛି ଲୋକଦୃତ ପୁସ୍ତକ :

  • ସାମ୍ପ୍ରତିକ ପାଶ୍ଚାତ୍ୟ ସମାଲୋଚନା ତତ୍ତ୍ୱ
  • ଓଡ଼ିଆ ଉପନ୍ୟାସ : ଆରମ୍ଭରୁ ଆଜି ଯାଏଁ
  • Growth of the Odia Novel[୪]
  • Fakir Mohan Senapati : Paragon of Odia Identity
  • The Aesthetics of New Criticism[୫]
  • ବହୁତ ଦିନ ତଳେ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସୋଭିଏତ ଲ୍ୟାଣ୍ଡ-ନେହେରୁ ପୁରସ୍କାର - ୧୯୮୭[୬]

ଆଧାର ସମ୍ପାଦନା

  1. Ramananda Chatterjee (1968). The Modern Review. Prabasi Press Private, Limited.
  2. Triveni: Journal of Indian Renaissance. Triveni Publishers. 2010.
  3. The Calcutta review. 1966.
  4. Jitendra Narayan Patnaik (2009). Growth of the Oriya Novel. Sarup Book Publishers.
  5. Jitendra Narayan Patnaik; Jagannātha Paṭṭanāẏaka (1982). The Aesthetics of New Criticism. Intellectual Publishing House. ISBN 978-0-391-02919-4.
  6. "ବିଶିଷ୍ଟ ଶିକ୍ଷାବିତ ଜିତେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଦେହାନ୍ତ". No. ସମ୍ବାଦ ୧୨/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡ଼ିଆ. 12 April 2021. p. ୮. Archived from the original on 12 April 2021. Retrieved 12 April 2021.