ଜାହ୍ନବୀ ଆଚରେକର

ଭାରତୀୟ ଲେଖିକା

ଜାହ୍ନବୀ ଆଚରେକର (ଜନ୍ମ: ୧୯୭୩) ଜଣେ ଭାରତୀୟ କାଳ୍ପନିକ ଲେଖିକା ଏବଂ ଭ୍ରମଣକାରୀ । ପ୍ରଥମେ ତାଙ୍କର ଭ୍ରମଣ କାହାଣୀ ପ୍ରକାଶ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଉପନ୍ୟାସ ଲେଖିଥିଲେ । ତାଙ୍କ ରଚିତ ଉପନ୍ୟାସ ହେଲା ୱାଣ୍ଡର୍ସ, ଅଲ୍, ଯାହାକି ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ଏହା ପୂର୍ବରୁ ୨୦୦୯ ମସିହାରେ ତାଙ୍କର ଏକ କ୍ଷୁଦ୍ର ଗଳ୍ପ ସଂକଳନ ଉଇଣ୍ଡୋ ସିଟ୍ ପ୍ରକାଶ ପାଇଥିଲା । ଏହି ଗଳ୍ପ ସଂକଳନ ଏବଂ ଉପନ୍ୟାସ ହାର୍ପର କୋଲିନ୍ସ ପ୍ରକାଶକଙ୍କଦ୍ୱାରା ପ୍ରକାଶିତ ହୋଇଥିଲା । ତାଙ୍କ ରଚିତ ଭ୍ରମଣ କାହାଣୀ ମୁନ୍ ମୁମ୍ବାଇ ଆଣ୍ଡ ଗୋଆ ଓ ମୁନ୍ ସ୍ପଟ୍‌ଲାଇଟ୍ ଗୋଆ ଆବାଲନ୍ ପ୍ରକାଶନଦ୍ୱାରା ୨୦୦୯ ଓ ୨୦୧୦ ମସିହାରେ ପ୍ରକାଶିତ ହୋଇଥିଲା ।

ଜାହ୍ନବୀ ଆଚରେକର
ବୃତ୍ତିଲେଖିକା, ସାମ୍ବାଦିକ, ଭ୍ରମଣକାରୀ
ଶୈଳୀକାଳ୍ପନିକ, ଭ୍ରମଣ କାହାଣୀ
ସାହିତ୍ୟ କୃତିୱାଣ୍ଡର୍ସ, ଅଲ୍, ଉଇଣ୍ଡୋ ସିଟ୍, ମୁନ୍ ମୁମ୍ବାଇ ଆଣ୍ଡ ଗୋଆ, ମୁନ୍ ସ୍ପଟ୍‌ଲାଇଟ୍ ଗୋଆ
କାର୍ଯ୍ୟକାଳ୨୦୦୯ - ଏବେଯାଏଁ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଜାହ୍ନବୀ ୧୯୭୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ମୁମ୍ବାଇ ଏବଂ କଲିକତା ସହରରେ କଟିଥିଲା । ଜାହ୍ନବୀ ମୁମ୍ବାଇର ସେଣ୍ଟ ଜାଭିଅର କଲେଜରେ ପଢ଼ୁଥିଲେ, ସେଠାରେ ସେ ଇଂରାଜୀରେ ସ୍ନାତକ କରିଥିଲେ । ସେ ମୁମ୍ବାଇ ବିଶ୍ୱ ବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜାଭିଅର୍ ଇନିଷ୍ଟିଚିଉଟ୍ ଅଫ୍ କମ୍ୟୁନିକେସନ୍‌ରୁ ଗଣ ଯୋଗାଯୋଗ ବା ମାସ୍ କମ୍ୟୁନିକେସନ୍‌ରେ ଡିପ୍ଲୋମା କରିଥିଲେ । ସେ ଜାଭିଅର୍ ଇନିଷ୍ଟିଚିଉଟ୍‌ରେ ତାଙ୍କର ପାଠ ପଢ଼ା ସହିତ ଦ ଇନ୍‌ଡିପେଣ୍ଡେଣ୍ଟ ଖବର ସଂସ୍ଥା ପାଇଁ ଜଣେ ଫ୍ରି-ଲାନ୍ସର୍ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ତାଙ୍କର ପାଠ ପଢ଼ା ଶେଷ କରିବା ପରେ ଏକ ବିଜ୍ଞାପନ ସଂସ୍ଥା ପାଇଁ ଲେଖୁଥିଲେ ।

ପେଶା ସମ୍ପାଦନା

୨୦୧୫ ମସିହାରେ ଜାହ୍ନବୀ ଆଚରେକରଙ୍କ ପ୍ରଥମ ଉପନ୍ୟାସ ୱାଣ୍ଡର୍ସ, ଅଲ୍ ପ୍ରକାଶ ପାଇଥିଲା । ଏହି ଉପନ୍ୟାସଟି ହାର୍ପର କୋଲିନ୍ସ ଇଣ୍ଡିଆ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶ କରାଯାଇଥିଲା ।

ରଚିତ ପୁସ୍ତକ ସମ୍ପାଦନା

  • ୱାଣ୍ଡର୍ସ, ଅଲ୍ (ହାର୍ପର କୋଲିନ୍ସ ଇଣ୍ଡିଆ, ୨୦୧୫). ISBN 9789351770152.
  • ଉଇଣ୍ଡୋ ସିଟ୍ (ହାର୍ପର କୋଲିନ୍ସ ଇଣ୍ଡିଆ, ୨୦୦୯). ISBN 978-81-7223-800-1.
  • ମୁନ୍ ମୁମ୍ବାଇ ଆଣ୍ଡ ଗୋଆ (ଆବାଲନ୍, ୨୦୧୦). ISBN 9781598802412.
  • ମୁନ୍ ସ୍ପଟ୍‌ଲାଇଟ୍ ଗୋଆ (ଆବାଲନ୍, ୨୦୧୦). ISBN 1598803581.
  • ଦ ଲିଟିଲ୍ ମହାରାଜା ଆଣ୍ଡ୍ ଶେର୍ ଖାନ୍ (କ୍ରସ୍ଓଭର୍, ୨୦୧୦) ISBN 8190659707.
  • ଦ ମହାରାଜାସ୍ ଲାଷ୍ଟ ପ୍ରାଙ୍କ୍ (କ୍ରସ୍ଓଭର୍, ୨୦୧୦) ISBN 9788190659710.

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା