ଜାମ୍ବବତୀ ବିଜିରା

ଭାରତୀୟ ଦଳିତ କର୍ମୀ

ଜାମ୍ବବତୀ ବିଜିରା ଜଣେ ଭାରତୀୟ ଦଳିତ-ଅଧିକାର କାର୍ଯ୍ୟକର୍ତ୍ତା । ସେ ଓଡ଼ିଶାର ଗନ୍ଧମର୍ଦ୍ଦନ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ସହଭାଗିତାରେ ଚାଳିତ ବାଲକୋଦ୍ୱାରା ବକ୍ସାଇଟ ଖଣି ଖନନ ବିରୋଧରେ ଆନ୍ଦୋଳନ କରିଆସିଛନ୍ତି । ସେ ନିଜେ ଓ ତାଙ୍କ ପିଲାମାନେ ବାଲକୋ କମ୍ପାନୀର ଗାଡ଼ି ଆଗରେ ରାସ୍ତା ଉପରେ ଶୋଇ ବିକ୍ଷୋପ ପ୍ରଦର୍ଶନ କରିଥିଲେ । ନିଜ କାର୍ଯ୍ୟକ୍ରମରେ ସରକାରଙ୍କଠାରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳାମାନଙ୍କୁ ଋଣଯୋଗାଣ ଏବଂ ତାହାଦ୍ୱାରା ଖଣିଖନନକୁ ବ୍ୟାପକ କରାଇବା ଉଦ୍ୟମକୁ ସେ ବିରୋଧ କରିଆସିଛନ୍ତି । ତାଙ୍କର ସମସ୍ତ ବିରୋଧ ପ୍ରଦର୍ଶନ ଗନ୍ଧମାର୍ଦ୍ଦନ ପର୍ବତକୁ "ଡଙ୍ଗର ମାହାପୁରୁ" ବା ଡଙ୍ଗର ଦେବତା ମାନୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରି ଡଙ୍ଗର ମାହାପୁରୁର ସୁରକ୍ଷାକୁ ଭିତ୍ତିକରି ।[]

ଜାମ୍ବବତୀ ବିଜିରା ତାଙ୍କର ପରିବାର ସହ ଓଡ଼ିଶାର ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ବାସକରନ୍ତି । ତାଙ୍କ ପତି ବାଲକୋ କମ୍ପାନୀ ପାଇଁ ଟ୍ରାକ୍ଟର ଚଳାଉଥିଲେ ଓ ଜାମ୍ବବତୀଙ୍କ କାର୍ଯ୍ୟକ୍ରମ ହେତୁ କମ୍ପାନୀ ଚାକିରୀ ହରାଇବାର ଧମକ ପାଇଥିଲେ ।[]

ଗନ୍ଧମାର୍ଦ୍ଦନ ସୁରକ୍ଷାର ନେତୃତ୍ୱ

ସମ୍ପାଦନା

୧୯୮୭ ମସିହା ଅକ୍ଟୋବର ମାସରେ ଓଡ଼ିଶାରେ କଂଗ୍ରେସ ଶାସନ କାଳରେ ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖନନକୁ ନେଇ ଆନ୍ଦୋଳନ ହୋଇଥିଲା । ବାଲକୋ କମ୍ପାନୀର ଗାଡ଼ିଗୁଡ଼ିକୁ ଖଣିଖନନରୁ ରୋକିବା ପାଇଁ ମିଠାପଲ୍ଲୀଠାରେ ସ୍ଥାନୀୟ ଜନତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜାମ୍ବବତୀ ବିଜିରା ଏଠାରେ ହୋଇଥିବା ବିକ୍ଷୋଭର ନେତୃତ୍ୱ ନେଇଥିଲେ । ସେ ଗନ୍ଧମାର୍ଦନ ଅଞ୍ଚଳରେ ଗାଁରୁ ଗାଁ ବୁଲି ଖଣି ଖନନ ହେତୁ ପର୍ବତ ଓ ଜନଜାତିଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ବାବଦରେ ମହିଳାମାନଙ୍କୁ ବୁଝାଉଥିଲେ । ସାକ୍ଷାତକାରରେ ସେ ବାଲକୋକୁ ଏକ କମ୍ପାନୀ ନୁହେଁ "ଅସୁର" ବୋଲି ସମ୍ବୋଧନ କରିଛନ୍ତି । ତାଙ୍କ ନେତୃତ୍ୱରେ ତାଙ୍କ ନିଜ ପରିବାର ଏବଂ ସ୍ଥାନୀୟ ଲୋକେ ବାଲକୋ ବିରୋଧରେ ରାସ୍ତା ଉପରେ ବସି ଓ ଶୋଇ ୧୯୮୭ ମସିହା ଅକ୍ଟୋବର ମାସରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।[] ସ୍ଥାନୀୟ ଜିଲ୍ଲାପାଳ ଓ ପୋଲିସ ତାଙ୍କୁ ବୁଝାଇବାରେ ବିଫଳ ହେବାରୁ କମ୍ପାନୀ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ିସବୁ ଫେରିଯାଇଥିଲେ । ଏହି ବିକ୍ଷୋଭର ଫଳ ସ୍ୱରୂପ ବାଲକୋର କାମ ଅଟକିଯାଇଥିଲା । ଏହି ଆନ୍ଦୋଳନ କ୍ରମେ ବୃଦ୍ଧିପାଇ ୧୯୮୮ ଜାନୁଆରୀ ୧ ତାରିଖରେ ୭,୦୦୦ ଲୋକଙ୍କ ଗଣସମାବେଶରେ ପରିଣତ ହୋଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନ ଓ ପଡ଼ୋଶୀ ଛତିଶଗଡ଼ରୁ ଲୋକେ ଏଠାରେ ଏକାଠି ହୋଇଥିଲେ । ଏହା ବୃଦ୍ଧିପାଇ ଜାନୁଆରୀ ୧୨ରୁ ୧୭ ତାରିଖ ଭିତରେ ଲୋକମାନଙ୍କ ଏକ କ୍ୟାମ୍ପେନ ହୋଇଥିଲା[] ଓ ତାହା ପରେ ଶେଷରେ ୧୯୮୯ ସେପ୍ଟେମ୍ବର ୧୫ ତାରିଖରେ ବାଲକୋ ଏମଓୟୁ ପ୍ରତ୍ୟାହୃତ ହୋଇଥିଲା ।[]

  1. ୧.୦ ୧.୧ ୧.୨ Padhi, Ranjana; Sadangi, Nigamananda. Resisting dispossession : the Odisha story. Singapore: Palgrave Macmillan. ISBN 978-981-15-0716-8. Retrieved 10 September 2021.
  2. "Mining Vs. The Hills of Odisha". ismenvis.nic.in. ENVIS Centre on Environmental Problems of Mining. Retrieved 10 September 2021.[permanent dead link]
  3. ଗନ୍ଧମାର୍ଦ୍ଦନର ସନ୍ଦେଶ. ସମ୍ବଲପୁର. ଫେବୃଆରୀ ୧୯୮୮.{{cite book}}: CS1 maint: location missing publisher (link)