ଜାଭେଦ ଅଲ୍ଲୀ

ପ୍ରଚ୍ଛଦପଟ ଗାୟକ

ଜାଭେଦ ଅଲ୍ଲୀ (ଜନ୍ମ: ୫ ଜୁଲାଇ ୧୯୮୨) ଜଣେ ଭାରତୀୟ ପ୍ଲେ ବ୍ୟାକ ଗାୟକ ଅଟନ୍ତି ଯିଏକି, ୨୦୦୦ ମସିହାରୁ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ଗାଇ ଆସୁଛନ୍ତି। ଜାଭେଦ ଅଲ୍ଲୀ ୨୦୦୭ ମସିହାରେ ନକାବ ଚଳଚ୍ଚିତ୍ରରେ "ଏକ ଦିନ ତେରି ରାହୋ ମେଁ" ଗାଇ ଲୋକ ପ୍ରସିଦ୍ଧି ଲାଭ କରିଥିଲେ। ଏହାପରେ ସେ ଯୋଦ୍ଧା ଆକବରର "ଯସନ ଏ ବାହାରନ", ଦିଲ୍ଲୀ-୬ର "ଅର୍ଜିଆନ", ରକଷ୍ଟାରର "କଁନ ଫାୟା କଁନ", ଗଜନୀର "ଗୁଜାରିସ", ଅଜବ ପ୍ରେମକି ଗଜବ କହାନୀର "ଆ ଜାଓ ମେରେ ତମନ୍ନା", ଦେ ଦନା ଦନ୍ର "ଗଲେ ଲଗ୍ ଜା", ତୁମ ମିଲେର "ତୁହି ହକିକତ୍", ରାଞ୍ଝଣାର "ତୁମ ତକ", ଜବ୍ ତକ୍ ହେ ଜାନ୍ର "ଜବ୍ ତକ୍ ହେ ଜାନ୍",ଇସକ୍‌ଜାଦେର "ଇସକ୍‌ଜାଦେ", ମେଁ ତେରା ହିରୋର "ଗଲତ୍ ବାତ ହେ", ଦାୱତ୍ ଏ ଇସ୍କର ମୁଖ୍ୟ ସଂଗୀତ, ୱାଜିର୍ର "ମୌଲା", ଜବ୍ ୱି ମେଟ୍ର "ନାଗଡା ନାଗଡା", ବଜରଙ୍ଗୀ ଭାଇଜାନ୍ର "ତୁ ଜୋ ମିଲା" ଆଦି ଆହୁରି ଅନେକ ଗୀତ ଗାଇଥିଲେ। ହିନ୍ଦୀ, ବେଙ୍ଗୋଲୀ, ଓଡ଼ିଆ, କାନ୍ନାଡା, ତାମିଲ୍, ତେଲୁଗୁ, ଆସାମୀ, ମରାଠୀ ଆଦି ଅନେକ ଭାଷାରେ ଜାଭେଦ୍ କଣ୍ଠଦାନ କରିଛନ୍ତି। ଜି ଟିଭିର ସାରେଗାମାପା ଲିଟିଲ୍ ଚାମ୍ପସ୍ ୨୦୧୧ ଓ କଲର୍ସ ବେଙ୍ଗଲୀର ଗ୍ରେଟ୍ ମ୍ୟୁଜିକ୍ ଗୁରୁକୁଳରେ ଜାଭେଦ୍ ଅଲ୍ଲୀ ଜଜ୍ ହୋଇଥିଲେ। ଜି ଟିଭିରେ ସାରେଗାମାପା ଲିଟିଲ୍ ଚାମ୍ପସ୍ ୨୦୧୨ର ଜାଭେଦ୍ ଅଲ୍ଲୀ ଆୟୋଜକ ଥିଲେ।[୧]

ଜାଭେଦ ଅଲ୍ଲୀ
Javed Ali
୨୦୦୯ ମସିହାର ଚଳଚ୍ଚିତ୍ର "ତୁମ ମିଲେ" ଚଳଚ୍ଚିତ୍ରରେ ଜାଭେଦ ଅଲ୍ଲୀଙ୍କ ଗୀତ ମୁକ୍ତିଲାଭ କରୁଛି।
Background information
ଜନ୍ମ ସମୟରେ ନାମଜାଭେଦ ହୁସେନ
ଜନ୍ମDid not recognize date. Try slightly modifying the date in the first parameter. (age Error: Need valid year, month, day)
Delhi, India
ଶୈଳୀPlayback singing
ପେଷାPlayback Singer,
Live Performer,
Television Host,
Singing Reality Show's Judge
କାର୍ଯ୍ୟକାଳ2000–present
ୱେବସାଇଟJavedAli.in

ପ୍ରାଥମିକ ଜୀବନ ସମ୍ପାଦନା

ଜାଭେଦ ଅଲ୍ଲୀ ଦିଲ୍ଲୀରେ ହିଁ ଜନ୍ମ ହୋଇଛନ୍ତି ଓ ବଢିଛନ୍ତି ମଧ୍ୟ। ବହୁତ କମ୍ ବୟସରୁ ସେ ତାଙ୍କ ପିତା ଉସ୍ତାଦ୍ ହମିଦ୍ ହୁସେନ୍, ଯିଏ କି ଜଣେ ଲୋକପ୍ରିୟ କୱାଲି ଗାୟକ, ତାଙ୍କଠାରୁ ସଂଗୀତ ସାଧନା ଆରମ୍ଭ କରିଥିଲେ। ଜାଭେଦ ଅଲ୍ଲୀଙ୍କ ଜନ୍ମ ନାମ ଜାଭେଦ ହୁସେନ୍ ଅଟେ। ଗଜଲ୍ ଗାୟକ ଘୁଲମ୍ ଅଲ୍ଲୀ ଜାଭେଦଙ୍କ ସ୍ୱରକୁ ହୃଦୟଙ୍ଗମ କରି କହିଥିଲେ ଯେ ଜାଭେଦ ତାଙ୍କ ଭବିଷ୍ୟତରେ ଜଣେ ମହାନ୍ ଗାୟକ ହେବେ। ଘୁଲମ୍ ଅଲ୍ଲୀ ଖାଲି ଜାଭେଦଙ୍କ ପଥ ପ୍ରଦର୍ଶକ ସାଜିନଥିଲେ ସେ ତାଙ୍କୁ ଲାଇଭ୍ କନ୍ସର୍‌ଟରେ ଗାଇବାକୁ ସୁଯୋଗ ଦେଇଥିଲେ। ଗୁରୁ ହିସାବରେ ସେ ଜାଭେଦଙ୍କ ନାମକୁ ଜାଭେଦ ହୁସେନ୍ରୁ ଜାଭେଦ ଅଲ୍ଲୀ କରିଥିଲେ।

  1. "Javed Ali". Retrieved 6 ଅଗଷ୍ଟ 2017.