ଜାଭା ସାଗର (ଇଣ୍ଡୋନେସିଆ: ଲାଉଟ୍ ଜାୱା) ହେଉଛି ସୁଣ୍ଡା ମହୀସୋପାନରେ ଥିବା ଏକ ବିସ୍ତୃତ ଗଭୀର ସମୁଦ୍ର । ଏହା ଉତ୍ତରରେ ଇଣ୍ଡୋନେସିଆର ବୋର୍ଣ୍ଣିଓ ଦ୍ୱୀପପୁଞ୍ଜ, ଦକ୍ଷିଣରେ ଜାଭା, ପଶ୍ଚିମରେ ସୁମାତ୍ରା ଦ୍ୱୀପ ଏବଂ ପୂର୍ବରେ ସୁଲାୱେସି ଦ୍ୱୀପ ମଧ୍ୟରେ ଅବସ୍ଥିତ | ଏହାର ଉତ୍ତର-ପଶ୍ଚିମ ଦିଗରେ କରିମାଟା ପ୍ରଣାଳିଦ୍ୱାରା ଦକ୍ଷିଣ ଚୀନ ସାଗର ସହିତ ସଂଯୁକ୍ତ । ଏହା ପଶ୍ଚିମ ପ୍ରଶାନ୍ତ ମହାସାଗରର ଏକ ଅଂଶ ।

ଭୂଗୋଳସମ୍ପାଦନ କରନ୍ତୁ

 
ଜାଭା ସାଗର

ଜାଭା ସାଗର, ଜାଭା ଏବଂ ବୋର୍ଣ୍ଣିଓ ଦ୍ୱୀପପୁଞ୍ଜ ମଧ୍ୟରେ ଅବସ୍ଥିତ ପଶ୍ଚିମ ପ୍ରଶାନ୍ତ ମହାସାଗରର ଏକ ଅଂଶ | ଏହାର ଉତ୍ତରରେ ବୋର୍ଣ୍ଣିଓ (କାଲିମାନ୍ଟାନ୍), ଉତ୍ତର-ପୂର୍ବରେ ମାକାସର ପ୍ରଣାଳୀର ଦକ୍ଷିଣ ସୀମା, ସେଲିବେସ୍ ସମୁଦ୍ର, ଫ୍ଲୋରେସ୍ ସମୁଦ୍ର ଏବଂ ବାଲି ସମୁଦ୍ର, ଦକ୍ଷିଣରେ ଜାଭା ଦ୍ୱୀପ, ଦକ୍ଷିଣ-ପଶ୍ଚିମ ଦିଗରେ ସୁଣ୍ଡା ପ୍ରଣାଳି ଏବଂ ପଶ୍ଚିମରେ ସୁମାତ୍ରା ଦ୍ୱୀପ , ଉତ୍ତର-ପଶ୍ଚିମରେ ବାଙ୍ଗକା ଏବଂ ବେଲିଟୁଙ୍ଗ ଦ୍ୱୀପ (ଦକ୍ଷିଣ ଚୀନ ସାଗରର ସୀମା) ଅବସ୍ଥିତ। [୧][୨]

ଜାଭା ସାଗର ୧,୭୯୦,୦୦୦ ବର୍ଗ କିଲୋମିଟର (୬୯୦,୦୦୦ ବର୍ଗ ମାଇଲ) ସୁଣ୍ଡା ମହୀସୋପାନର ଦକ୍ଷିଣ ଭାଗକୁ ଆବୃତ କରେ ।ଏହା ଏକ ସ୍ୱଳ୍ପଗଭୀର ସମୁଦ୍ର, ଏହାର ହାରାହାରି ଗଭୀରତା ୪୬ ମିଟର (୧୫୧ ଫୁଟ) । ଏହା ପୂର୍ବରୁ-ପଶ୍ଚିମକୁ ପ୍ରାୟ ୧,୬୦୦ କିଲୋମିଟର (୯୯୦ ମାଇଲ) ଦୀର୍ଘ ଏବଂ ଉତ୍ତରରୁ-ଦକ୍ଷିଣ ଦୈର୍ଘ୍ୟ ୩୮୦ କିଲୋମିଟର (୨୪୦ ମାଇଲ)। ଏହାର ସମୁଦାୟ କ୍ଷେତ୍ରଫଳ ୩୨୦,୦୦୦ ବର୍ଗ କିଲୋମିଟର (୧୨୦,୦୦୦ ବର୍ଗ ମାଇଲ) ।

ଶେଷ ବରଫ ଯୁଗର ଶେଷରେ ସମୁଦ୍ର ପତ୍ତନ ବୃଦ୍ଧି ପାଇ ଏହା ସୃଷ୍ଟି ହୋଇଥିଲା। ସମୁଦ୍ର ତଳର ପ୍ରାୟ ସମତଳତା ଏବଂ ଡ୍ରେନେଜ ଚ୍ୟାନେଲଗୁଡିକର ଉପସ୍ଥିତି (ଦ୍ୱୀପ ନଦୀ ମୁହାଣରେ ଚିହ୍ନିତ) ସୂଚାଇଥାଏ ଯେ ସୁଣ୍ଡା ସେଲଫ ଏକଦା ଏକ ସ୍ଥିର, ଶୁଷ୍କ, ସମତଳ ଜମି ଥିଲା ଯାହା ମଧ୍ୟରେ କିଛି ମୋନାଡନକ୍ (ଗ୍ରାନାଇଟ୍ ପାହାଡ ଯାହା ବର୍ତ୍ତମାନର ଦ୍ୱୀପପୁଞ୍ଜ ଗଠନ କରେ) ଛିଡା ହୋଇ ରହିଥିଲା ।

ଅର୍ଥନୈତିକ ପ୍ରଭାବସମ୍ପାଦନ କରନ୍ତୁ

ସମୁଦ୍ରର ଦକ୍ଷିଣ ଭାଗର ଭୂତାତ୍ତ୍ୱିକ ଗଠନ ଉତ୍ତର ଜାଭା ସହିତ ସମାନ ଭାବରେ ଗୃହିତ, ଯେଉଁଠାରେ ଖଣିଜତୈଳ ଖଣିଗୁଡିକ ସମୁଦ୍ର ତଳେ ମିଳିଥାଏ । ଦକ୍ଷିଣ-ପୂର୍ବ କାଲିମାନ୍ତାନର ଜଳରେ ମଧ୍ୟ ଖଣିଜତୈଳ ମିଳିବା ସମ୍ଭାବନା ଅନୁକୂଳ ଅଟେ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ସଫଳ ଅନୁସନ୍ଧାନର ସ୍ଥାନ ଭାବରେ ଜାଭା ସାଗର ଇଣ୍ଡୋନେସିଆର ରପ୍ତାନି ଅର୍ଥନୀତିର ଆଧାର ହୋଇପାରିଛି |

ଜାଭା ସାଗରରେ ମତ୍ସ୍ୟୌତ୍ପାଦନ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କାର୍ଯ୍ୟକଳାପ | ଏହି ଅଞ୍ଚଳରେ ୩୦୦୦ରୁ ଅଧିକ ପ୍ରଜାତିର ସାମୁଦ୍ରିକ ଜୀବ ଦେଖିବାକୁ ମିଳେ। କରିମୁଞ୍ଜାୱା ପରି ଅଞ୍ଚଳରେ ଅନେକ ଜାତୀୟ ଉଦ୍ୟାନ ଅବସ୍ଥିତ | ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାର ଉତ୍ତରରେ ସହସ୍ର ଦ୍ୱୀପ ବିଶିଷ୍ଠ ଦ୍ୱୀପପୁଞ୍ଜ ଅବସ୍ଥିତ । ଜାଭା ସାଗର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । ଏଠାରେ ସ୍କୁବା ଡାଇଭିଙ୍ଗ୍ଦ୍ୱାରା ଜଳମଗ୍ନ ଗୁମ୍ଫା, ପ୍ରବାଳ, ସ୍ପଞ୍ଜ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବକୁ ଅନୁସନ୍ଧାନ ଏବଂ ଫଟୋଗ୍ରାଫ୍ କରିବାର ସୁଯୋଗ ପ୍ରଦାନ କରେ ।

ଇତିହାସସମ୍ପାଦନ କରନ୍ତୁ

ଦ୍ୱିତୀୟ ବିଶ୍ୱଯୁଦ୍ଧର ସବୁଠାରୁ ଘମଘୋଟ ନୌସେନା ଯୁଦ୍ଧ ମଧ୍ୟରୁ ଅନ୍ୟତମ ଯୁଦ୍ଧ ଜାଭା ସାଗରରେ ଘଟିଥିଲା । ଜାପାନ ଆକ୍ରମଣରୁ ଜାଭାକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ନେଦରଲ୍ୟାଣ୍ଡ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ରର ନୌସେନା ବାହିନୀ ପ୍ରାୟ ଧ୍ୱଂସ ହୋଇଯାଇଥିଲା । ଏହା ଫେବୃଆରୀରୁ ମାର୍ଚ୍ଚ ୧୯୪୨ ପର୍ଯ୍ୟନ୍ତ ଚାଲିଥିଲା ।[୩][୪]

ଆଧାରସମ୍ପାଦନ କରନ୍ତୁ

  1. "Java Sea - sea, Pacific Ocean". Encyclopedia Britannica. 1942-02-27. Retrieved 2020-11-26.
  2. "Limits of Oceans and Seas, 3rd edition" (PDF). International Hydrographic Organization. 1953. Archived from the original (PDF) on 8 October 2011. Retrieved 7 February 2010.
  3. Oosten, F. C. (1976). The Battle of the Java Sea. London: Allan. ISBN 0-7110-0615-6. OCLC 16359888.
  4. Thomas, David (1971). Battle of the Java Sea. London: Pan Books. ISBN 0-330-02608-9. OCLC 16205487.