ଜାପାନୀ ଭୋଜନ

ଜାପାନୀ ଖାଦ୍ୟ

ଜାପାନର ଆଞ୍ଚଳିକ ଓ ପାରମ୍ପରିକ ଖାଦ୍ୟଗୁଡ଼ିକ ନେଇ ଜାପାନର ମୁଖ୍ୟ ଭୋଜନ ଅନେକ ଶତାବ୍ଦୀର ପରେ ବିକଶିତ ହୋଇଛି । ମୁଖ୍ୟତଃ ଜାପାନୀ ଖାଦ୍ୟରେ ଚାଉଳ ଓ 'ମିସୋ' ନାମକ ସୂପ ଥାଏ । ତା ସହ ମାଛ, ଆଚାର ଓ ପରିବାପତ୍ର ରହେ । ସମୁଦ୍ରୀ ଭୋଜନ ମଧ୍ୟ ସାଧାରଣତଃ ଥାଏ । ଏହା ସୁଶି ବା ସାଶିମି ଭାବେ କଞ୍ଚା ପରଷାଯାଏ । ସାମୁଦ୍ରିକ ଭୋଜଙ୍କୁ ଏକ ହାଲୁକା ଆଣରେ ଭଜାଯାଏ । ଏହାକୁ 'ଟେମ୍ପ୍ୟୁରା' କୁହାଯାଏ । ଇତିହାସରେ ଜାପାନୀ ଜନସାଧାରଣ ମାଂସଭୋଜନ ବିରୋଧରେ ଥିଲେ । ୧୮୮୦ ଦଶକରେ ଜାପାନରେ ଆଧୁନିକତାର ପ୍ରଚଳନ ସହ ମାଂସ ମଧ୍ୟ ଗ୍ରହଣ କରାଗଲା । ଜାପାନର ପାରମ୍ପରିକ ମିଠାଗୁଡ଼ିକୁ 'ୱାଗାଶି' କୁହାଯାଏ । ବର୍ତ୍ତମାନ ଯୁଗରେ ଜାପାନୀ ଖାଦ୍ୟପେୟରୁ କେତୋଟି ବିଶ୍ୱସାରା ପ୍ରସିଦ୍ଧି ଲାଭ କରିଲାଣି । ଏହି ମଧ୍ୟରୁ 'ସୁଶି' ନାମକ ଭାତ ଓ କଞ୍ଚା ମାଛର ଖାଦ୍ୟ ଅନ୍ୟତମ ।

ଜାପାନୀ ଭୋଜନ

ପାରମ୍ପରିକ ଜାପାନୀ ଭୋଜନ ସମ୍ପାଦନା

 
'ର୍ୟୋକାଣ' ବା ଜାପାନୀ ଖାଦ୍ୟାଳୟରେ ପାରମ୍ପରିକ ସକାଳ ଭୋଜନ

ଜାପାନୀ ଭୋଜନରେ ମୁଖ୍ୟ ଖାଦ୍ୟ ଭାବେ ଭାତ ଥାଏ । ଏହାକୁ 'ଗୋହାନ' କୁହାଯାଏ । ତାହା ସଙ୍ଗେ ସଙ୍ଗେ ଅନେକ 'ଓକାଜୁ' ବା ଅନ୍ୟାନ୍ୟ ଖାଦ୍ୟ ରହିଥାଏ । ତହିଁରେ 'ମିସୋ' ସୂପ ବା 'ତ୍ଦୁକେମୋନୋ' ଆଚାର ଥାଇପାରେ । 

ଋତୁଚକ୍ର ଆଧାରିତ ଭୋଜନ ସମ୍ପାଦନା

ଜାପାନୀ ଖାଦ୍ୟରେ ବିଶେଷତଃ ପ୍ରକୃତିର ଋତୁଚକ୍ର ହିସାବରେ ଭୋଜନ ପ୍ରସ୍ତୁତ କରାଯାଏ । ବିଭିନ୍ନ ଖାଦ୍ୟପେୟଗୁଡ଼ିକ ବିଭିନ୍ନ ଋତୁର ଆଗମଙ୍କୁ ଦେଖି ନିର୍ମିତ ।ଏହା ସଙ୍ଗେ ଜାପାନୀ ଖାଦ୍ୟରେ ଅଭୋଜ୍ୟ ପତ୍ର ଓ ଡାଳର ପ୍ରୟୋଗ ମଧ୍ୟ ଦେଖାଯାଏ । ମେପଲ ଗଛର ପତ୍ର ପାଣି ଉପରେ ଭସାଯାଏ- ଏହା ଶୀତଳତା ଦିଏ ବୋଲି ବିଶ୍ୱାସ ରହିଛି । ବାଉଁଶ ପତ୍ରକୁ ବିଭିନ୍ନ ଆକାରରେ କଟାଯାଇ ତଳେ ରଖାଯାଏ । 

ଚଟଣି ସମ୍ପାଦନା

 
ସୋୟା ସସ୍

ପାରମ୍ପରିକ ଜାପାନୀ ଖାଦ୍ୟରେ ସୋୟା ସସ୍ ର ବ୍ୟଭାର ଭୁବାର ଦେଖାଯାଏ । ଏହା ସଙ୍ଗେ ଭିନେଗାର, ଦାଶି, ସାକେ, ମିରିଣ, ଚିନି ଓ ଲୁଣର ବେଭାର ମଧ୍ୟ ଅଧିକ । ରନ୍ଧାବେଳେ ମସଲା ଓ ତୃଣଜାତୀୟ ଗଛର ବେଭାର ହୁଏ । ଏହାଦ୍ୱାରା ମାଛର ଗନ୍ଧ ପ୍ରଶମିତ ହୁଏ । 

ନୂଡୁଳସ ସମ୍ପାଦନା

 
ନୂଡୁଳସ

ଚାଉଳ ଥାନରେ ଜାପାନୀ ଲୋକଙ୍କ ନୂଡୁଳସ ଖାଇବା ସାଧାରଣ । ସୋବା, ଉଦଣ ଓ ରାମେଣ ଏହାର ତିନୋଟି ମୁଖ୍ୟ ପ୍ରକାର । ଏହାଛଡ଼ା ଅନେକ ପ୍ରକାର ମଧ୍ୟ ରହିଛି ।

ମିଠା ସମ୍ପାଦନା

ପାରମ୍ପରିକ ଜାପାନୀ ମିଷ୍ଟାନ୍ନଗୁଡ଼ିକୁ 'ୱାଗାଶି' କୁହାଯାଏ । ଆଜିକାଲି 'ଗ୍ରୀନ ଟୀ ଆଇସ କ୍ରିମ' ସୁଆଦରେ କରାଯାଇଥିବା ଖାଦ୍ୟଗୁଡ଼ିକ ଅତି ପ୍ରସିଦ୍ଧ ହୋଇପାରିଛି । 'କାକିଗୋରି' ଏକ ପାରମ୍ପରିକ ବରଫ ମିଠା ଅଟେ । ପିଲାଙ୍କ ଭିତରେ 'ଡୋରାୟାକି' ନାମକ ଏକ ପିଠା ବେଶୀ ଜଣାଶୁଣା । ଏହା ଭିତରେ ଏକ ମିଠା ବିନ୍ସ ପେଷ୍ଟ ଥାଏ । ଏହାକୁ ଗରମ ଥିଲାବେଳେ ଖାଇବା ସାଧାରଣ । ପୁଣି ପ୍ରସିଦ୍ଧ କାଟୁଣ 'ଡୋରେମନ'ର ପ୍ରଭାବରେ ଏହି ମିଠାଟି ପ୍ରସିଦ୍ଧି ଲାଭ କରିଛି ।

ପାନୀୟ ସମ୍ପାଦନା

ଚା ସମ୍ପାଦନା

ଜାପାନରେ 'ଗ୍ରୀନ ଟି' ଚାଷ କରାଯାଉଥିବାରୁ ଏହା ଜାପାନୀ ଚାହା ସମାରୋହରେ ବେଶୀ ବେଭାର କରାଯାଏ । 

ସାକେ ସମ୍ପାଦନା

'ସାକେ' ପାରମ୍ପରିକ ଚାଉଳ ନିର୍ମିତ ମାଦକ ପାନୀୟ ଅଟେ । ଏଥିରେ ୧୫-୧୭ ପ୍ରତିଶତ ଆଲକୋହୋଲ ରହିଥାଏ ।

ଚପକାଠି ସମ୍ପାଦନା

ଜାପାନରେ ଚପଷ୍ଟିକ୍ସ ବା ଚପକାଠି ସାହାଯ୍ୟରେ ଲୋକେ ଖାଆନ୍ତି । ଏହାର ସଠିକ ବ୍ୟବହାର କରିବା ଆବଶ୍ୟକ । ଏହାକୁ ଭାତ ଭିତରେ ସିଧା ଭାବେ କେବେ ରଖାଯାଇ ନଥାଏ, କାରଣ ଏହା ବରିଷ୍ଠଙ୍କ ମୃତ୍ୟୁରେ ରଖାଯାଇଥିବା ଧୂପକାଠି ଭଳି ଦୃଶ୍ୟମାନ ହୁଏ । ଏହା କରିବା ଦ୍ୱାରା ଜାପାନୀ ଲୋକମାନେ ଖରାପ ଭାବିଥାଆନ୍ତି ।

ଆଧାର ସମ୍ପାଦନା

ଅଧିକ ପଠନ ସମ୍ପାଦନା

ବାହ୍ୟ ଲିଙ୍କ ସମ୍ପାଦନା