ଜାପାନର ପ୍ରଶାସନିକ ଆଦେଶ ଦ୍ବାରା ନିର୍ଦ୍ଦେଶିତ ସହର

ପ୍ରଶାସନ ଆଦେଶ ଦ୍ବାରା ନିର୍ଦ୍ଦେଶିତ ସହର (ସେଇରେଇ ଶିତେଇ ତୋଶୀ; 政令指定都市) ବା ନିର୍ଦ୍ଦେଶିତ ସହର (ଶିତେଇ ତୋଶୀ; 指定都市) ବା ପ୍ରଶାସନିକ ଆଦେଶପ୍ରାପ୍ତ ସହର (ସେଇରେଇ ତୋଶୀ; 政令市), ହେଉଛି ଏକ ଜାପାନୀ ସହର ଯାହାର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ଥିବ ଏବଂ ଯାହାକୁ ଜାପାନୀ କ୍ଯାବିନେଟ ନିର୍ଦ୍ଦେଶ ଦେଇଥିବ । ଜାପାନୀ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ବିଭାଗ ୧୯ରେ ଏଥିପାଇଁ ନିୟମ ଉଲ୍ଲେଖ ଅଛି ।

ଜାପାନର ପ୍ରଶାସନିକ ଆଦେଶ ଦ୍ବାରା ନିର୍ଦ୍ଦେଶିତ ସହର is located in Japan
ସାପ୍ପୋରୋ-ଶୀ
ସେନ୍ଦାଇ-ଶୀ
ନିଇଗାତା-ଶୀ
ଶିଜୁଓକା
Hamamatsu
ହାମାମାତ୍ସୁ
Nagoya
ନାଗୋୟା-ଶୀ
Okayama
7
Hiroshima
8
Kitakyushu
9
Fukuoka
ଫୁକୁଓକା-ଶୀ
Kumamoto
କୁମାମୋତୋ-ଶୀ
ଜାପାନରେ ନିର୍ଦ୍ଦେଶିତ ସହର (ବୃହତ୍ ଟୋକିଓ ଓ କାନ୍ସାଇ ଅଞ୍ଚଳକୁ ଛାଡି)
7: ଓକାୟାମା, 8: ହିରୋଶିମା, 9: କିତାକ୍ଯୁଶୁ
ଜାପାନର ପ୍ରଶାସନିକ ଆଦେଶ ଦ୍ବାରା ନିର୍ଦ୍ଦେଶିତ ସହର is located in Japan Kanto
ସାଇତାମା-ଶୀ
ଚିବା-ଶୀ
କାୱାସାକି-ଶୀ
ୟୋକୋହାମା-ଶୀ
ସାଗାମିହାରା-ଶୀ
ବୃହତ୍ ଟୋକିଓ ଅଞ୍ଚଳର ନିର୍ଦ୍ଦେଶିତ ସହର
ଜାପାନର ପ୍ରଶାସନିକ ଆଦେଶ ଦ୍ବାରା ନିର୍ଦ୍ଦେଶିତ ସହର is located in Japan Kansai
Nagoya
ନାଗୋୟା-ଶୀ
Kyoto
କ୍ଯୋଟୋ-ଶୀ
Osaka
ଓସାକା-ଶୀ
Sakai
ସାକାଇ-ଶୀ
Kobe
କୋବେ-ଶୀ
Designated cites in Kansai area and Western Tōkai area

ସମୀକ୍ଷାସମ୍ପାଦନ କରନ୍ତୁ

ନିର୍ଦ୍ଦେଶିତ ସହରଗୁଡ଼ିକୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ମିଳିଥାଏ ଯାହା ସାଧାରଣରେ ରାଜ୍ଯ ପ୍ରଶାସନକୁ ଦିଆଯାଇ ଥାଏ; ଯଥା - ଗଣଶିକ୍ଷା ଯୋଜନା, ସାମାଜିକ କଲ୍ୟାଣ, ପରିମଳ, ବ୍ଯବସାୟ ପଞ୍ଜୀକରଣ ତଥା ଶିଳ୍ପାଞ୍ଚଳର ବିକାଶ ଆଦି । ସାଧାରଣତଃ ସହରୀ ପ୍ରଶାସନ ଗୌଣ କାର୍ଯ୍ୟାଦି କରିଥାଏ, ଅପରପକ୍ଷେ ରାଜ୍ଯ ପ୍ରଶାସନ ପାଖରେ ଅଧିକାଂଶ ଶକ୍ତି ରହିଥାଏ । ଉଦାହରଣ ସ୍ବରୂପ - ଔଷଧିୟ ଦୋକାନ ତଥା କ୍ଷୁଦ୍ର ଚିକିତ୍ସାକେନ୍ଦ୍ର ଆଦି ସହରୀ ପ୍ରଶାସନଦ୍ୱାରା ପଞ୍ଜୀକରଣ କରାଯାଇ ପାରିବ କିନ୍ତୁ ବଡ଼ବଡ଼ ଔଷଧାଳୟ ଏବଂ ଚିକିତ୍ସାଳୟ ଆଦି କେବଳ ରାଜ୍ଯ ପ୍ରଶାସନଦ୍ୱାରା ହିଁ ପଞ୍ଜୀକରଣ କରାଯାଇ ପାରିବ ।

ନିର୍ଦ୍ଦେଶିତ ସହରଗୁଡ଼ିକ ସାହି ବା (区) -କୁରେ ବିଭକ୍ତ ହୋଇଥାନ୍ତି । ପ୍ରତ୍ଯେକ ସାହିରେ ଏକ "ସାହି କାର୍ଯ୍ୟାଳୟ" ରହିଥାଏ ଯାହା ସହରର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାବଳୀରେ ସାହାଯ୍ୟ କରିଥାଏ; ଯେପରିକି - କୋସେକୀଜୁମିହ୍ନ୍ଯୋ ବାସିନ୍ଦା ପଞ୍ଜୀକରଣ ଏବଂ ଖଜଣା ଆଦାୟ । କେତେକ ସହରର ସାହି କାର୍ଯ୍ୟାଳୟଗୁଡ଼ିକ ବ୍ଯବସାୟ ଅନୁମତିକରଣ, ନିର୍ମାଣ ଅନୁମତି ପତ୍ର ପ୍ରଦାନ ତଥା ଅନ୍ଯାନ୍ଯ ପ୍ରଶାସନିକ ବିଷୟବସ୍ତୁ ଆଦିର ଦାୟିତ୍ୱ ବହନ କରିଥାନ୍ତି । ମୁନିସିପାଲୀୟ ଆଦେଶ ଦ୍ବାରା ସାହିମାନଙ୍କର ଗଠନ ଓ ଅଧିକାରୀ ନିୟନ୍ତ୍ରଣ କରାଯାଏ ।

ଟୋକିଓର ୨୩ଟି ବିଶେଷ ସାହିଗୁଡ଼ିକ ଏହି ତନ୍ତ୍ରର ଅଧିନ ନୁହଁନ୍ତି, ଯେହେତୁ ଟୋକିଓ ଏକ ରାଜ୍ଯ ଓ ଏହାର ସାହିଗୁଡ଼ିକ ବାସ୍ତବରେ ସହର ତୁଲ୍ଯ । ଟୋକିଓର ଦୁଇଟି ବଡ଼ବଡ଼ ସାହି, ସେତାଗାୟା-କୁ ଏବଂ ନେରିମା-କୁ, ଉଭୟ ସହର ପଦବାଚ୍ଯ ହେବାପାଇଁ ଆବଶ୍ୟକ ଜନସଂଖ୍ୟା ବିଶିଷ୍ଟ ଅଟନ୍ତି କିନ୍ତୁ ସେଗୁଡ଼ିକୁ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମ ଅନୁସାରେ ସହର କୁହାଯାଇପାରିବ ନାହିଁ ।

କୌଣସି ନିର୍ଦ୍ଦେଶ ପ୍ରାପ୍ତ ସହର ଏ ପର୍ଯ୍ୟନ୍ତ ନିଜର ଉକ୍ତ ସ୍ଥିତିକୁ ହରାଇ ନାହିଁ ।

ନିର୍ଦ୍ଦେଶିତ ସହରମାନଙ୍କର ସୂଚୀସମ୍ପାଦନ କରନ୍ତୁ

୧୯୫୬ ମସିହାରୁ ନିର୍ଦ୍ଦେଶିତ ସହରଗୁଡ଼ିକର ପ୍ରତିଷ୍ଠା କରାଯାଇଛି ।[୧]

ନାମ ଜାପାନୀ ଧ୍ୱଜା ଜନସଂଖ୍ୟା ନିର୍ଦ୍ଦେଶନାର ତାରିଖ ଅଞ୍ଚଳ ରାଜ୍ଯ ସାହିସଂଖ୍ଯା ବିଭାଜନ
ଚିବା 千葉市   972,861 1992-04-01 କାଣ୍ଟୋ ଚିବା 06 List
Fukuoka 福岡市   1,579,450 1972-04-01 Kyushu Fukuoka 07 List
Hamamatsu 浜松市   795,350 2007-04-01 Chūbu Shizuoka 07 List
Hiroshima 広島市   1,194,524 1980-04-01 Chūgoku Hiroshima 08 List
Kawasaki 川崎市   1,503,690 1972-04-01 Kantō Kanagawa 07 List
Kitakyushu 北九州市   945,595 1963-04-01 Kyushu Fukuoka 07 List
Kobe 神戸市   1,526,639 1956-09-01 Kansai Hyōgo 09 List
Kumamoto 熊本市   737,812 2012-04-01 Kyushu Kumamoto 05 List
Kyoto 京都市   1,468,980 1956-09-01 Kansai Kyoto 11 List
Nagoya 名古屋市   2,283,289 1956-09-01 Chūbu Aichi 16 List
Niigata 新潟市   807,450 2007-04-01 Chūbu Niigata 08 List
Okayama 岡山市   720,841 2009-04-01 Chūgoku Okayama 04 List
Osaka 大阪市   2,727,255 1956-09-01 Kansai Osaka 24 List
Sagamihara 相模原市   720,986 2010-04-01 Kantō Kanagawa 03 List
Saitama さいたま市   1,226,656 2003-04-01 Kantō Saitama 10 List
Sakai 堺市   833,544 2006-04-01 Kansai Osaka 07 List
Sapporo 札幌市   1,955,115 1972-04-01 Hokkaido Hokkaido 10 List
Sendai 仙台市   1,088,669 1989-04-01 Tōhoku Miyagi 05 List
Shizuoka 静岡市   697,578 2005-04-01 Chūbu Shizuoka 03 List
Yokohama 横浜市   3,732,616 1956-09-01 Kantō Kanagawa 18 List

ନିର୍ଦ୍ଦେଶିତ ସହର ହେବାପାଇଁ ଯୋଗ୍ୟତାସମ୍ପାଦନ କରନ୍ତୁ

ପ୍ରଶାସନିକ ନିର୍ଦ୍ଦେଶ ପ୍ରାପ୍ତ ସହର ହେବାପାଇଁ, ଏକ ସହରର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ହେବା ଆବଶ୍ୟକ । ଉଭୟ ସହର ଓ ରାଜ୍ଯର ବିଧାୟକ ସଭା ଦ୍ବାରା ସ୍ୱିକୃତି ମିଳିଲା ପରେ ପ୍ରଶାସନିକ ନିର୍ଦ୍ଦେଶ ପାଇଁ ଦରଖାସ୍ତ ଦିଆଯାଏ ।

ନିମ୍ନଲିଖିତ ସହରମାନଙ୍କର ଜନସଂଖ୍ୟା ପାଞ୍ଚ ଲକ୍ଷରୁ ଅଧିକ କିନ୍ତୁ ଏ ପର୍ଯ୍ୟନ୍ତ ନିର୍ଦ୍ଦେଶିତ ସହର ପାଇଁ ନାମଙ୍କିତ ହୋଇନାହିଁ । (ଯେଉଁ ସହରଗୁଡ଼ିକ କେନ୍ଦ୍ର ସହରର ପଦ ପାଇଁ ନିବେଦନ କରିଛନ୍ତି ସେଗୁଡ଼ିକ ଦର୍ଶାଯାଇ ନାହିଁ ।※କେନ୍ଦ୍ର ସହର,※※ଜାପାନର କେନ୍ଦ୍ର ସହର ଯାହା ଭଙ୍ଗ ହେବାକୁ ଯାଇପାରେ)

ଇତିହାସସମ୍ପାଦନ କରନ୍ତୁ

୧୮୭୮ରେ ସାହିର ପ୍ରତିଷ୍ଠା ସହ ନିର୍ଦ୍ଦେଶିତ ସହରର ସ୍ଥାପନ କରାଯାଇ ଥିଲା । ଏହି ତନ୍ତ୍ର ଅଧିନରେ ପ୍ରତ୍ଯେକ ସହରରେ ସାହି ତିଆରି କରାଗଲା ।

ଆଧାରସମ୍ପାଦନ କରନ୍ତୁ

  1. Jacobs, A.J. "Japan's Evolving Nested Municipal Hierarchy: The Race for Local Power in the 2000s," Urban Studies Research, Vol. 2011 (2011); doi:10.1155/2011/692764. Retrieved 23 March 2012.