ଜାନକୀ ମନ୍ଦିର
ଜାନକୀ ମନ୍ଦିର (ନେପାଳୀ: जानकी मन्दिर) ନେପାଳରେ ଥିବା ଏକ ହିନ୍ଦୁ ମନ୍ଦିର ଯାହା ହିନ୍ଦୁ ଦେବୀ ସୀତାଙ୍କ ନାମରେ ସମର୍ପିତ ହୋଇଛି । ଏହି ମନ୍ଦିର ହିନ୍ଦୁ ଓ ନେପାଳୀ ସ୍ଥାପତ୍ୟର ଏକ ନିଦର୍ଶନ ।[୧]
ଜାନକୀ ମନ୍ଦିର | |
---|---|
जानकी मन्दिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Dhanusa District |
Province | Province No. 2 Madhesh Pradesh |
ଦେବାଦେବୀ | Sita (Janaki), Rama |
Festivals | Vivaha Panchami, Rama Navami, Dashain, Tihar-Deepawali and Chhath |
Location | |
ସ୍ଥାନ | Janakpurdham |
Country | ନେପାଳ |
Location in Nepal | |
ଭୌଗଳିକ ଅବସ୍ଥିତି | 26°43′50″N 85°55′32″E / 26.73056°N 85.92556°E |
Architecture | |
Type | Hindu-Kushwaha |
Completed | 1967 BS (1910 AD) |
Specifications | |
Temple(s) | 70 |
Monument(s) | 27 |
Elevation | 78 m (256 ft) |
ଉଜ୍ଜ୍ୱଳ ଶୁଭ୍ର ରଙ୍ଗର ଏହି ମନ୍ଦିର ୧୪୮୦ ବର୍ଗ ମିଟର ସ୍ଥାନ ଉପରେ ପୁରାତନ ନେପାଳରେ ହିନ୍ଦୁ ରାଜ୍ୟର ମିଶ୍ରିତ ଶୈଳୀରେ ତିଆରି ହୋଇଛି ।[୨] ଏହା ଏକ ତିନି ମହଲା ଗଠନ ଯାହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତର ଓ ଶଙ୍ଖମର୍ମର ପଥରରେ ତିଆରି ହୋଇଛି ।
ମନ୍ଦିରରେ ଷାଠିଏ ବଖରା ଅଛି ଯେଉଁଥିରେ ନେପାଳୀ ପତାକା, ରଙ୍ଗୀନ କାଚ, ଖୋଦେଇ ଓ ପେଣ୍ଟିଙ୍ଗ ସାଜସଜ୍ଜା ସହିତ ଜାଲିଦାର ଖିଡ଼ିକୀ ଓ ବୁରୁଜ ଅଛି । ରାମାୟଣର କିମ୍ବଦନ୍ତୀ ଅନୁସାରେ ଜନକ ବିଦେହର (ଏବେକାର ଜନକପୁରା) ରାଜା ଥିଲେ । ତାଙ୍କର କନ୍ୟା ସୀତା ବା ଜାନକୀ ନିଜ ସ୍ୱୟମ୍ବରରେ ଅଯୋଧ୍ୟାର ରାମଙ୍କୁ ପତି ରୂପେ ଚୟନ କରିଥିଲେ । ତାଙ୍କର ବିବାହ ପାର୍ଶ୍ୱବର୍ତ୍ତୀ ଏକ ମନ୍ଦିରରେ ସମାହିତ ହୋଇଥିଲା ଯାହାକୁ ବିବାହ ମଣ୍ଡପ କୁହାଯାଏ । ଏହି ମନ୍ଦିରକୁ ଅମର ସିଂହ ଥାପା ପୁନର୍ନିର୍ମାଣ କରିଥିଲେ । ଏହାକୁ ୨୦୦୮ ମସିହାରେ ଏହାକୁ ୟୁନେସ୍କୋ ଅସ୍ଥାୟୀ ଘୋଷଣା କରିଛନ୍ତି ।[୩]
ଇତିହାସ
ସମ୍ପାଦନାଏହି ମନ୍ଦିର ନଅ ଲକ୍ଷ ମନ୍ଦିର (Nau Lakha Mandir) ନାମରେ ଲୋକଙ୍କ ମଧ୍ୟରେ ଜଣାଶୁଣା । କାରଣ ଏହି ମନ୍ଦିର ତିଆରି କରିବାକୁ ନଅ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଟିକମ ଗଡ଼ର ରାଣୀ ବୃଷଭାନୁ ଏହି ମନ୍ଦିରକୁ ୧୯୧୦ ମସିହାରେ ତିଆରି କରେଇଥିଲେ ।
ଖ୍ରୀଷ୍ଟାବ୍ଦ ୧୬୫୭ରେ ସେହି ସ୍ଥାନରେ ସୀତାଙ୍କର ଏକ ସ୍ୱର୍ଣ୍ଣ ନିର୍ମିତ ପ୍ରତିମୂର୍ତ୍ତି ମିଳିଥିଲା । ତେଣୁ ଅତୀତରେ ସୀତା ସେହି ସ୍ଥାନରେ ବାସ କରୁଥିବା କୁହାଯାଏ । ସନ୍ୟାସୀ ସୁରକିଶୋର ଦାସ ସେହି ସ୍ଥାନରେ ସୀତାଙ୍କ ପ୍ରତିମୂର୍ତ୍ତି ପାଇଥିଲେ । ସୁରକିଶୋର ଦାସ ଜଣେ ସନ୍ଥ ଓ କବି ଥିଲେ ଓ ଆଧୁନିକ ଜନକପୁରାର ନିର୍ମାଣ କରିଥିଲେ । ସେ ସୀତା ଉପାସନା ଓ ଉପନିଷଦ ପ୍ରଚାରକରିଥିଲେ । କିମ୍ବଦନ୍ତୀ ଅନୁସାରେ ରାଜା ଜନକ ସେହି ସ୍ଥାନରେ ଶିବଧନୁ ପୂଜା କରୁଥିଲେ । ଛବିଶ ଅପ୍ରେଲ ୨୦୧୫ ଦିନ ନେପାଳରେ ହୋଇଥିବା ଭୂମିକମ୍ପରେ ସେହି ମନ୍ଦିର ପ୍ରଭାବିତ ହୋଇ ଆଂଶିକ ପତନ ହୋଇ କ୍ଷତିଗ୍ରସ୍ତ ହୋଇଛି ।[୪]
ତୀର୍ଥଯାତ୍ରୀ
ସମ୍ପାଦନାପ୍ରତି ବର୍ଷ ଭାରତ, ନେପାଳ, ଓ ଶ୍ରୀଲଙ୍କା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ତୀର୍ଥଯାତ୍ରୀମାନେ ରାମ ଜାନକୀ ମନ୍ଦିରକୁ ଆସି ରାମ ଓ ସୀତାଙ୍କୁ ପୂଜା କରନ୍ତି । ରାମ ନବମୀ, ବିବାହ ପଞ୍ଚମୀ, ଦଶଇନ (en:Dashain) ଓ ତିହାର ପର୍ବମାନଙ୍କରେ (Tihar) ମନ୍ଦିରକୁ ଆସି ପୂଜାର୍ଚ୍ଚନା କରନ୍ତି ।
ଗ୍ୟାଲେରି
ସମ୍ପାଦନା-
ପାନୋରାମିକ ଦୃଶ୍ୟ (୨୨ ସେପ୍ଟେମ୍ବର, ୨୦୧୬ )
-
ସାମନା ଦୃଶ୍ୟ (ଅକ୍ଟୋବର ୧୪, ୨୦୦୭)
-
ସୂର୍ଯ୍ୟାସ୍ତ ଦୃଶ୍ୟ (ନଭେମ୍ବର ୨, ୨୦୧୨)
-
ପ୍ରାତଃ କାଳ ଦୃଶ୍ୟ (ନଭେମ୍ବର ୨, ୨୦୧୨)
-
ଅଭ୍ୟନ୍ତର ଦୃଶ୍ୟ
-
ଗଙ୍ଗା ସାଗର
ପାର୍ଶ୍ୱବର୍ତ୍ତୀ ମନ୍ଦିର ସମୂହ
ସମ୍ପାଦନା- Lakshman Mandir
- Ram Janaki Biwaha Mandap
- Raj Devi Mandir
- Ram Mandir[୫]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନା- ମାଆ ସୀତା ମନ୍ଦିର (Sita Mai Temple)
- ମାତା କୌଶଲ୍ୟା ମନ୍ଦିର (Mata Kaushalya Temple)
- ନେପାଳରେ ଥିବା ହିନ୍ଦୁ ମନ୍ଦିର ତାଲିକା (List of Hindu temples in Nepal)
ଆଧାର
ସମ୍ପାଦନା- ↑ "Janaki Temple Mughal Architecture in Nepal".
- ↑ "Janaki Mandhir". Lonely planet. 30 July 2017. Retrieved 30 July 2017.
- ↑ "Ram Janaki Temple".
- ↑ "Nepal Earthquake Takes Heavy Toll on Temples". NDTV. 26 April 2015. Retrieved 3 May 2015.
- ↑ "Janaki Mandir, Janakpur (Nepal)- the Birthplace of Goddess Sita - Holidify".
ବାହ୍ୟ ଲିଙ୍କ
ସମ୍ପାଦନା- Sita Upanishad
- Janaki Mandir on Google Maps
- Janki Mandir Archived 2022-08-27 at the Wayback Machine. official Website