ଜାଇଲୋମେଟାଜୋଲିନ (ଇଂରାଜୀରେ Xylometazoline, ବା xylomethazoline) ଏକ ଔଷଧ ଯାହା ରକ୍ତସଙ୍କୁଳ ନାସା (nasal congestion), ଆଲର୍ଜିକ ରାଇନାଇଟିସ allergic rhinitisସାଇନୁସାଇଟିସ sinusitis ଆଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧] ସାତ ଦିନରୁ ଅଧିକ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[୨] ତିନି ମାସ ବୟସ ତଳକୁ ଦେବାକୁ ମନା ଥିଲେ ମଧ୍ୟ ୬ ବର୍ଷ ତଳକୁ ଦେବାକୁ ମଧ୍ୟ ଅନେକ ସୁପାରିସ କରନ୍ତିନାହିଁ ।[୨][୩] ଏହା ନାକ (nose) ଭିତରେ ପକାଯାଏ ବା ନାକ ଭିତରକୁ ସ୍ପ୍ରେ କରାଯାଏ ।[୨]

ଜାଇଲୋମେଟାଜୋଲିନ
Clinical data
Pronunciation/ˌzlmɛˈtɑːzln/ ZY-loh-met-AH-zoh-leen
Trade namesOtrivin, Otrivine, others
AHFS/Drugs.comMicromedex Detailed Consumer Information
Pregnancy
category
  • C
Dependence
liability
moderate
Routes of
administration
intranasal (spray or drops)
ATC code
Legal status
Legal status
  • OTC
Pharmacokinetic data
Elimination half-life>10 seconds
ExcretionUrinary
Identifiers
  • 2-[(4-tert-butyl-2,6-dimethylphenyl)methyl]-
    4,5-dihydro-1H-imidazole
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
ECHA InfoCard100.007.629 Edit this at Wikidata
Chemical and physical data
FormulaC16H24N2
Molar mass244.37516 g/mol
3D model (JSmol)
  • N\1=C(\NCC/1)Cc2c(cc(cc2C)C(C)(C)C)C
  • InChI=1S/C16H24N2/c1-11-8-13(16(3,4)5)9-12(2)14(11)10-15-17-6-7-18-15/h8-9H,6-7,10H2,1-5H3,(H,17,18) checkY
  • Key:HUCJFAOMUPXHDK-UHFFFAOYSA-N checkY
 ☒NcheckY (what is this?)  (verify)

ଜାଇଲୋମେଟାଜୋଲିନର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ନିଦ୍ରା ସମସ୍ୟା, ଅଇ ଓ ମୁଣ୍ଡବଥା ଆଦି ଲକ୍ଷଣ ଦେଖାଯାଏ ।[୧][୨] ଦୀର୍ଘକାଳୀନ ବ୍ୟବ‌ହାର ପରେ ବନ୍ଦ କରିଦେଲେ ରାଇନାଇଟିସ ମେଡିକାମେଣ୍ଟୋସା (rhinitis medicamentosa) ରୋଗ ସମ୍ଭାବନା ଥିବାରୁ ବେଶୀଦିନ ପର୍ଯ୍ୟନ୍ତ ଦିଆଯାଏ ନାହିଁ ।[୪] ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ ।[୧] ଜାଇଲୋମେଟାଜୋଲିନ ଏକ ଡିକଞ୍ଜେସ୍ଟାଣ୍ଟ (decongestant) ଓ ଆଲଫା-ଆଡ୍ରେନର୍ଜିକ (alpha-adrenergic agonist) ଶ୍ରେଣୀର ଔଷଧ ।[୪][୫]

ସନ ୧୯୫୬ରେ ଜାଇଲୋମେଟାଜୋଲିନ ପେଟେଣ୍ଟ ହେବାପରେ ସନ ୧୯୫୯ରେ ଏହାର ଡାକ୍ତରୀ ବ୍ୟବ‌ହାର ଆରମ୍ଭ ହେଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦଶ ମି:ଲି: ବୋତଲର ହୋଲସେଲ ମୂଲ୍ୟ ପ୍ରାୟ ୦.୭୫ ଆମେରିକୀୟ ଡଲାର ।[୭] ଇଂଲଣ୍ଡରେ ଏହି ଡୋଜର ମୂଲ୍ୟ ପ୍ରାୟ ୨.୧୦ ପାଉଣ୍ଡ । [୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Otrivine Adult Measured Dose Sinusitis Spray - Summary of Product Characteristics (SPC) - (eMC)". www.medicines.org.uk. 13 April 2016. Retrieved 28 December 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ British national formulary : BNF 69 (69 ed.). British Medical Association. 2015. p. 786. ISBN 9780857111562.
  3. ୩.୦ ୩.୧ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. ୪.୦ ୪.୧ Graf, P (1997). "Rhinitis medicamentosa: aspects of pathophysiology and treatment". Allergy. 52 (40 Suppl): 28–34. PMID 9353558.
  5. "Xylometazoline nasal medical facts from Drugs.com". www.drugs.com. Retrieved 28 December 2016.
  6. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 552. ISBN 9783527607495.
  7. "Xylometazoline". International Drug Price Indicator Guide. Retrieved 8 December 2016.[permanent dead link]