ମଧ୍ୟ ୟୁରୋପର ସ୍ୱତନ୍ତ୍ର ରାଜ୍ୟ (ପ୍ରଶା, ବବେରିଓ, ସେକ୍ସୋନୀ) ଇତ୍ୟାଦିକୁ ନିଜ ନିଜ ଭିତରେ ମିଳାଇ ୧୮୭୧ ମସିହାରେ ଏକ ରାଷ୍ଟ୍ର-ରାଜ୍ୟ କିମ୍ବା (ଜର୍ମାନ ସାମ୍ରାଜ୍ୟ)ର ନିର୍ମାଣ କରାଯାଇଥିଲା । ଏହି ଐତିହାସିକ ପ୍ରକ୍ରିୟାର ନାମ ଜର୍ମାନୀର ଏକୀକରଣ ରହିଲା । ଏହା ପୂର୍ବରୁ ଏହି ଭୂଭାଗ ଜର୍ମାନ ୩୯ ରାଜ୍ୟରେ ବଣ୍ଟା ହୋଇଥିଲା। ଏଥି ମଧ୍ୟରୁ (ଅଷ୍ଟ୍ରିୟାଇ ସାମ୍ରାଜ୍ୟ) ତଥା ପ୍ରଶା ରାଜତନ୍ତ୍ର ନିଜର ଆର୍ଥିକ ତଥା ରାଜନୈତିକ ମହତ୍ତ୍ୱ ପାଇଁ ସମୃଦ୍ଧ ଥିଲା।

୧୮ ଜାନୁଆରୀ ୧୮୭୧ ମସିହାରେ ବର୍ଷେଳୀର "ହଲ ଅଫ ମିରର୍ସ"ରେ ଜର୍ମାନ ସାମ୍ରାଜ୍ୟର ସ୍ଥାପନ

20 ମାର୍ଚ୍ଚରୁ 29 ଏପ୍ରିଲ , 1850 ପର୍ଯ୍ୟନ୍ତ ଚାଲୁଥିବା (Erfurter Union Parliament), ଏରଫର୍ଟରେ ପୂର୍ବ ଆଫଗାନିସ୍ତାନ ମଠରେ ଖୋଲା ଯାଇଥିଲା। ସଂଘ କେବେ ମଧ୍ୟ ପ୍ରଭାବରେ ଆସିନଥିଲା ଏବଂ Olmützର ଶାସ୍ତିରୁ ସମ୍ପୂର୍ଣ୍ଣ ଭାବେ ଦୋଷମୁକ୍ତ କରିଦିଆ ଗଲା, ପ୍ରଶୀୟ ଏବଂ ଅଷ୍ଟ୍ରିୟା ମଧ୍ୟରେ ଏକ ସନ୍ଧି, 29 ନଭେମ୍ବର 1850 ମସିହାରେ ହସ୍ତାକ୍ଷରିତ ହୋଇଥିଲା, ଯାହାଦ୍ୱାରା ପ୍ରଶୀୟ ଏରଫର୍ଟ ୟୁନିୟନକୁ ତ୍ୟାଗ କରିଦେଲା ଏବଂ ଅଷ୍ଟ୍ରୀୟର ନେତୃତ୍ତ୍ୱରେ ଜର୍ମାନ ପରିସଙ୍ଘର ପୁନରୁଦ୍ଧାରକୁ ସ୍ୱୀକାର କରିନେଲା ।[୧][୨]

ପରିଚୟ ସମ୍ପାଦନା

ଫ୍ରାନ୍ସର କ୍ରାନ୍ତିଦ୍ୱାରା ଉତ୍ପନ୍ନ ନବୀନ ବିଚାରରୁ ଜର୍ମାନୀ ପ୍ରଭାବିତ ହୋଇଥିଲା । "ନେପୋଲିୟନ" ନିଜ ବିଜୟଦ୍ୱାରା ବିଭିନ୍ନ ଜର୍ମାନ ରାଜ୍ୟ ଗୁଡିକୁ ରାଈନ ସଂଘ ଅନ୍ତର୍ଗତ ସଂଗଠିତ କରିଥିଲା , ଯାହାଦ୍ୱାରା ଜର୍ମାନ ରାଜ୍ୟକୁ ଏକ ସଙ୍ଗେ ରହିବାର ଅନୁଭବ ହେଲା । ଏହାଦ୍ୱାରା ଜର୍ମାନୀରେ ଏକତାର ଭାବନା ପ୍ରସାର ହୋଇଥିଲା । ଏହି କାରଣରୁ ଜର୍ମାନ ରାଜ୍ୟ ବୀୟନା କଂଗ୍ରେସ ସମକ୍ଷ ସେମାନଙ୍କୁ ଏକ ସୂତ୍ରରେ ସଂଗଠିତ କରିବା ପାଇଁ ଅର୍ପଣ କରିଥଲା । କିନ୍ତୁ ସେଥିରେ କୌଣସି ଧ୍ୟାନ ଦିଆଗଲା ନାହିଁ ।

ବୀୟନା କଂଗ୍ରେସଦ୍ୱାରା ଜର୍ମାନ ରାଜ୍ୟର ଯେଉଁ ନବୀନ ବ୍ୟବସ୍ଥା କରାଯାଇଥିଲା, ତାହା ଅନୁସାରେ ସେମାନଙ୍କୁ ଶିଥିଳ ସଂଘ ରୂପେ ସଂଗଠିତ କରାଯାଇଥିଲା ଏବଂ ତାହାର ଅଧ୍ୟକ୍ଷ ଅଷ୍ଟ୍ରିୟାକୁ କରାଗଲା । ରାଜବଂଶର ହିତକୁ ଧ୍ୟାନରେ ରଖି ବିବିଧ ଜର୍ମାନ ରାଜ୍ୟର ପୁନରୁଦ୍ଧାର କରାଯାଇଥିଲା ।ଏହି ରାଜ୍ୟଗୁଡ଼ିକ ପାଇଁ ଏକ ସଂଘୀୟ ସଭାର ଗଠନ କରାଯାଇଥିଲା , ଯାହାର ଅଧିବେଶନ ଫ୍ରେଙ୍କଫର୍ଟରେ ହୋଇଥିଲା । ଏହାର ସଦସ୍ୟ ଜନତାଦ୍ୱାରା ନିର୍ବାଚିତ ନ ହୋଇ ବିଭିନ୍ନ ରାଜ୍ୟର ରାଜାମାନଙ୍କଦ୍ୱାରା ମନୋନୀତ ହେଉଥିଲେ। ଏହି ଶାସକ ନବୀନ ବିଚାରଙ୍କ ବିରୋଧୀ ଥିଲେ ଏବଂ ରାଷ୍ଟ୍ରୀୟ ଏକତାର କଥାକୁ ନାପସନ୍ଦ କରୁଥିଲେ କିନ୍ତୁ ଜର୍ମାନ ରାଜ୍ୟର ଜନତାରେ ରାଷ୍ଟ୍ରୀୟତା ଏବଂ ସ୍ବତନ୍ତ୍ରତାର ଭାବନା ବିଦ୍ୟମାନ ଥିଲା । ଏହି ନବୀନ ବ୍ୟବସ୍ଥା ଏହି ପ୍ରକାର ଥିଲା କି, ସେଠାରେ ଅଷ୍ଟ୍ରିୟାର ବର୍ଚ୍ଚସ୍ୱ ବିଦ୍ୟମାନ ଥିଲା। ଏହି ଜର୍ମାନ କ୍ଷେତ୍ରରେ ପାଖାପାଖି 39 ରାଜ୍ୟ ଥିଲା ଯାହାର ଏକ ସଂଘ ତିଆରି ହୋଇଥିଲା ।

ଫ୍ରାନ୍ସ କ୍ରାନ୍ତୀର ପ୍ରଭାବ ସମ୍ପାଦନା

ଜର୍ମାନୀର ଜନତା ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନା କାର୍ଯ୍ୟ କରୁଥିଲା । ଦେଶ ଭିତରେ ଅନେକ ଗୁପ୍ତ ସମିତି ନିର୍ମିତ ହୋଇଥିଲା । ଏହି ସମିତି ନବୀନ ବିଚାରର ପ୍ରସାର କରୁଥିଲା । ଏହି କାରଣରୁ ୧୮୩୦ଈ. ଏବଂ ୧୮୪୮ଈ.ରେ ଫ୍ରାନ୍ସରେ ହେଉଥିବା କ୍ରାନ୍ତୀର ପ୍ରଭାବ ସେଠାରେ ପଡିଥିଲା ଏବଂ ସେଠାକାର ଜନତା ମଧ୍ୟ ବିଦ୍ରୋହ କରିଥିଲେ । ଯଦ୍ୟପି ଏହି କ୍ରାନ୍ତୀ ସଫଳ ହୋଇନଥିଲା ତଥାପି ଏହାଦ୍ୱାରା ଦେଶର ଜନତା ମଧ୍ୟରେ ରାଜନୀତିକ ଚେତନାର ଆବିର୍ଭାବ ହୋଇଥିଲା ।

ବିସ୍ମାର୍କର ଉଦୟ ସମ୍ପାଦନା

ଆଟୋ ଏଡ଼ୱାର୍ଡ ଲିୟୋପୋଲ୍ଡ ବିସ୍ମର୍କଙ୍କ ଜନ୍ମ ୧୮୧୫ ମସିହାରେ ବ୍ରେଡନବର୍ଗରେ ହୋଇଥିଲା । ବିସ୍ମାର୍କଙ୍କ ଶିକ୍ଷା ବର୍ଲିନରେ ହୋଇଥିଲା । 1847 ମସିହାରେ ସେ ପ୍ରଶା ପ୍ରତିନିଧି ସଭାର ସଦସ୍ୟ ହେଲେ । ସେ ନବୀନ ବିଚାରର ପ୍ରବଳ ବିରୋଧୀ ଥିଲେ । 1859 ମସିହାରେ ସେ ଋଷରେ ଜର୍ମାନୀର ରାଜଦୂତ ରୂପେ ନିଯୁକ୍ତ ହେଲେ । 1862 ମସିହାରେ ତାଙ୍କୁ ପ୍ୟାରିସର ରାଜଦୂତ ଭାବେ ପଠାଯାଇଥିଲା । ପ୍ରଶାର ଶାସକ ବିଲୀୟମ-1 ତାଙ୍କୁ ଦେଶର ପ୍ରଧାନ ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ।

ଜର୍ମାନ ରାଜବଂଶର ସ୍ଥାପନା ସମ୍ପାଦନା

ଡେନମାର୍କ ଯୁଦ୍ଧର ଫଳସ୍ୱରୂପ ଜର୍ମାନ ରାଜ୍ୟରୁ ଅଷ୍ଟ୍ରୀୟର ବର୍ଚ୍ଚସ୍ୱ ସମାପ୍ତ ହୋଇଗଲା । ଏବେ ସେଠାରେ ପ୍ରଶାର ପ୍ରଭାବ ହୋଇଗଲା । ଏହି ଯୁଦ୍ଧ ପରେ ପ୍ରଶାକୁ ତାଙ୍କ ନବୀନ ପ୍ରଦେଶ ମିଳିଥିଲା , ଯାହା କାରଣରୁ ଏବେ ସେଠାରେ ୟୁରୋପର ଶକ୍ତିଶାଳୀ ରାଜ୍ୟ ଭାବେ ଗ୍ରହଣ କରାଗଲା । ଏବେ ବିସ୍ମାର୍କ ମଧ୍ୟ ୟୁରୋପରେ ଏକ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହେଇଗଲେ । ପ୍ରଶାର ଏହି ସଫଳତା ପରୋକ୍ଷ ରୂପେ ଫ୍ରାନ୍ସ ପରାଜୟର ସଙ୍କେତ ଦେଇଥିଲେ । ଏହି ପ୍ରକାରେ ଏହି ଯୁଦ୍ଧରୁ ପ୍ରଶାକୁ ତାଙ୍କର ଲାଭ ହୋଇଥିଲା ।

ଜର୍ମାନ-ସାମ୍ରାଜ୍ୟର ଗଠନ ସମ୍ପାଦନା

ସିଡନ ଯୁଦ୍ଧ ପରେ ଦକ୍ଷିଣ ଜର୍ମାନୀର ଚାରୋଟି ରାଜ୍ୟ - ବବେରିୟା, ବାଦେନ, ବୁଟର୍ମବର୍ଗ ଏବଂ ହେନ୍ସକୁ ଜର୍ମାନ ସଂଘରେ ସାମିଲ କରି ତାକୁ (ଜର୍ମାନୀ ସାମ୍ରାଜ୍ୟ) ଏକ ନୂତନ ନାମ ଦିଆଗଲା । 18 ଜାନୁଆରୀ 1871 ମସିହାରେ ବିଲୀୟମ-1ଙ୍କ ରାଜ୍ୟାଭିଷେକ ଜର୍ମାନୀର ସମ୍ରାଟ ରୂପେ ହୋଇଥିଲା । ଏହି ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାର ଶ୍ରେୟ ବିସ୍ମାର୍କଙ୍କୁ ମିଳିଥିଲା ।

ଆଧାର ସମ୍ପାଦନା

  1. Blackbourn, David (1997) The Long Nineteenth Century: A History of Germany, 1780-1918, Oxford: Oxford University Press
  2. Gunter Mai, [2000] Die Erfurter Union und das Erfurter Unionsparlament 1850. Köln: Böhlau