ଜମ୍ବେଶ୍ୱର ଦେଉଳ

ଭାରତର ଏକ ହିନ୍ଦୁ ମନ୍ଦିର

ଜମ୍ବେଶ୍ୱର ମହାଦେବ ଦେଉଳ (ବା ଜମେଶ୍ୱର, ଯମେଶ୍ୱର, ଜମସର) ପୁରୀର ପାଞ୍ଚଗୋଟି ପ୍ରମୁଖ ଶୈବପୀଠ ମଧ୍ୟରୁ ଅନ୍ୟତମ । ଜମ୍ବେଶ୍ୱର ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଅନ୍ୟତମ ଓ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସଙ୍ଗେ ଚନ୍ଦନ ଯାତ ବେଳେ ନରେନ୍ଦ୍ରକୁ ଚାପଖେଳ କରି ଯାଆନ୍ତି । ସ୍ଥାନୀୟ ବିଶ୍ୱାସରେ ପଞ୍ଚୁପାଣ୍ଡବଙ୍କ ମଧ୍ୟରୁ ଜମ୍ବେଶ୍ୱର ଯୁଧିଷ୍ଠିର ଅଟନ୍ତି ।[୧] ଜମ୍ବେଶ୍ୱର ଅଧା ବିଷ୍ଣୁ ଓ ଅଧା ଶିବ ଅର୍ଥାତ୍ ହରିହର ରୂପରେ ପରିକଳ୍ପିତ ।

ଜମ୍ବେଶ୍ୱର ଦେଉଳ
ଜମ୍ବେଶ୍ୱରଙ୍କ ଦେଉଳ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtପୁରୀ, ପୁରୀ
Location
ସ୍ଥାନପୁରୀ
Country India

ଗୌଡ଼ବାଡ଼ ସାହିର ଶେଷ ମୁଣ୍ଡରେ ବଡ଼ଦେଉଳର ନୈଋତ ଦିଗରେ ଜମ୍ବେଶ୍ୱରଙ୍କ ଦେଉଳ ଅବସ୍ଥିତ ।[୧]

କିମ୍ବଦନ୍ତୀ ସମ୍ପାଦନା

କଥିତ ଅଛି ଯେ ଥରେ ଯମ ଶିବଙ୍କ ସମାଧି ଭଙ୍ଗ କରିବାକୁ ଚେଷ୍ଟା କରିବାକୁ ଶିବ ତାଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ କରନ୍ତି । ଯମ ଉପରେ ବିଜୟ ପ୍ରାପ୍ତ କରିଥିବାରୁ ଶିବ ଯମେଶ୍ୱର ରୂପେ ପରିଚିତ । ଏହାଙ୍କ ପ୍ରଭାବରୁ ପୁରୀ କ୍ଷେତ୍ରରେ ଯମଙ୍କ ଭୟ ନ ଥାଏ ।[୧] ବାଈଶି ପାହାଚ ସଙ୍ଗେ ମଧ୍ୟ ଜମ୍ବେଶ୍ୱରଙ୍କ ସମ୍ପର୍କ ରହିଛି । ପୂର୍ବକାଳରେ ରାଜା ଭାନୁଦେବ ଶାସନ କରୁଥିଲେ । ରାଜାଙ୍କର ସନ୍ତାନ ନ ଥିବାରୁ ସେ ଜମ୍ବେଶ୍ୱରଙ୍କୁ ଅର୍ଚ୍ଚନା କରି ପୁତ୍ରଟିଏ ପାଇଥିଲେ । କିନ୍ତୁ ଜମ୍ବେଶ୍ୱର ସ୍ୱପ୍ନାଦେଶ ଦେଇଥିଲେ ଯେ ନବଜାତ ଶିଶୁଟି ୨୨ ବର୍ଷ ବୟସ ଯାଏଁ ହିଁ ବଞ୍ଚିବ । ଏହା ଶୁଣି ରଜା ପୁଣିଥରେ ଜମ୍ବେଶ୍ୱରଙ୍କୁ ଗୁହାରି କରନ୍ତେ ସ୍ୱପ୍ନାଦେଶ ହେଲା ଯେ ବଡ଼ଦେଉଳରେ ବାଈଶି ଗୋଟି ପାହାଚ ନିର୍ମାଣ କରାଇ ସେଥିରେ ଶିଶୁକୁ ଗଡ଼ାଇଲେ ଆୟୁ ବଢ଼ିଯିବ । ରାଜା ଏହିପରି କରିଥିଲେ ଓ ଏହି କାରଣରୁ ଏଯାବତ ଛୋଟ ପିଲାଙ୍କୁ ବାଈଶି ପାହାଚରେ ଗଡ଼ାଇବା ଏକ ରୀତି ହୋଇଆସୁଛି ।[୨]

ନିର୍ମାଣ ସମ୍ପାଦନା

ଜମ୍ବେଶ୍ୱରଙ୍କ ଦେଉଳ ବିମାନ, ଜଗମୋହନ, ଭୋଗମଣ୍ଡପ ଓ ନାଟମଣ୍ଡପ ଏହି ଚାରି ଭାଗରେ ବିଭକ୍ତ । ଦେଉଳଟି ପୂର୍ବମୁହାଁ ଓ ବର୍ତ୍ତମାନ ୬.୪ ମିଟର ତଳେ ଅବସ୍ଥିତ ।[୧] ଅତି ପ୍ରାଚୀନ ହୋଇଥିବାରୁ ଓ ବାହ୍ୟ ପଟେ ଚୂନର ମୋଟା ପରସ୍ତ ଥିବାରୁ ବେଶୀ କିଛି କାରୁକାର୍ଯ୍ୟ ଦେଖିହୁଏନାହିଁ । ଚୂନ ପରସ୍ତ ତଳେ ଖୋଦେଇ କାମ ଥିବା ସମ୍ଭବ । ଦେଉଳ ପ୍ରାଙ୍ଗଣରେ ଏକ ଖୁଣ୍ଟ ସଦୃଶ ରହିଛି ଯହିଁରେ ଏକପାଦ ଭୈରବଙ୍କ ବିଗ୍ରହ ଖୋଦିତ ।

ପର୍ବପର୍ବାଣି ସମ୍ପାଦନା

ମନ୍ଦିରର ମୁଖ୍ୟ ପର୍ବ ପର୍ବାଣି ମଧ୍ୟରେ ମହାଶିବରାତ୍ରିଶୀତଳ ଷଷ୍ଠୀ । କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ଦିନ ଏଠାରେ ଯମ ଦ୍ୱିତୀୟା ପାଳିତ ହୁଏ । ରାଧାଷ୍ଟମୀ ଦିନ ଶ୍ରୀମନ୍ଦିରରୁ ସୁଦର୍ଶନ ଜମ୍ବେଶ୍ୱରଙ୍କଠାରେ ବିଜେ ହୁଅନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟ ପାଳିତ ହୁଏ, ଯଥା ସାଗରବିଜେ, ଆଶ୍ରମବିଜେ, ଚମ୍ପକ ଦ୍ୱାଦଶୀ, ଶ୍ରାବଣ ପୂର୍ଣ୍ଣିମା ଓ ଆଶ୍ୱିନ ପୂର୍ଣ୍ଣିମା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ http://www.shreekhetra.com/jameswara.html
  2. ସୁତୀକ୍ଷ୍ଣା ମହାପାତ୍ର, Puri Parikrama: Lore & Legends of Jagannath Temple, My City Links, Published 18 July 2018.