ଜବ ହ୍ୟାରୀ ମେଟ ସେଜଲ

୨୦୧୭ର ହିନ୍ଦୀ କଥାଚିତ୍ର

ଜବ ହ୍ୟାରୀ ମେଟ ସେଜଲ ହେଉଛି ୨୦୧୭ରେ ନିର୍ମିତ ରୋମାଣ୍ଟିକ କମେଡି ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ଏମତିଆଜ ଅଲ୍ଲୀଙ୍କଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଶାହାରୁକ ଖାନ ଓ ଅନୁଷ୍କା ଶର୍ମା ମୁଖ୍ୟ ଅଭିନୟ କରିଛନ୍ତି ।

ଏହି ଚଳଚ୍ଚିତ୍ରଟି ଶାହାରୁକ ଖାନ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ୩ୟ ଚଳଚ୍ଚିତ୍ର । ଏହା ପୂର୍ବରୁ ସେମାନେ ରବ ନେ ବନାଦି ଯୋଡି(୨୦୦୮) ଓ ଜବ ତକ ହେ ଜାନ(୨୦୧୨)ରେ ମିଶିକି ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ରଟି ଅଧିକାଂଶ ପ୍ରାଗୁ, ଅମସ୍ତେର୍ଡମ, ଭିଏନା ,ଲିଶବନ, ବୁଡପେଷ୍ଟ ଇଉରୋପ ଓ ମୁଖ୍ୟ ଜାଗା ଭାବରେ ପଞ୍ଜାବରେ ଶୂଟିଂ କରାଯାଇଛି ।

ଏହି ଚଳଚ୍ଚିତ୍ରର ସଙ୍ଗୀତରେ ସୁନିଧି ଚୌହାନ , ସାହିଦ ମାଲୀୟା , ଅର୍ଜିତ ସିଂ , ଶୈହିମାଲି ଖୋଲଗଡେ ,ସେଫାଳି ଅଳଭର୍ସ, ଦେବ ନେଗି , ଅମନ ତ୍ରିଖା , ନୂରେନ ସିଷ୍ଟର ,ପ୍ରଦୀପ ସିଂ ଶ୍ରନ , ପ୍ରୀତମ , ମୋହିତ ଚୌହାନ , ଆଦି କଂଣ୍ଠ ଦାନ କରିଛନ୍ତି । ଓ ସଙ୍ଗୀତଗୁଡ଼ିକ ବହୁତ ଶ୍ରୁତି ମଧୁର ହୋଇପାରିଛି ଓ ଲୋକପ୍ରିୟ ହୋଇଛି ।


ଦ ଟାଇମସ ଅଫ ଇଣ୍ଡିଆର ଦେବର୍ତ୍ତି ଏସ ସେନ କମେଣ୍ଟ ଦେଇଥିଲେ ଯେ ଏହି ସଙ୍ଗୀତଗୁଡ଼ିକ ବହୁତ ମନମୁଗ୍ଧକର ଓ ଦର୍ଶକ ମନ୍ୱ ଏହାକୁ ବହୁତ ପସନ୍ଦ କରିବେ ।