ଜନ୍ମେଜୟ ସାଇବାବୁ

ଛଉ ନୃତ୍ୟଗୁରୁ

ଜନ୍ମେଜୟ ସାଇବାବୁ(ଜନ୍ମ : ୨୯ ଅକ୍ଟୋବର ୧୯୪୮)[୧] ଜଣେ ଛଉ ନୃତ୍ୟଗୁରୁ ।[୨] ସେ ମୟୁରଭଞ୍ଜ ଛଉ ନୃତ୍ୟ ଶୈଳୀରେ ନୃତ୍ୟ ଶିକ୍ଷାଦାନ କରନ୍ତି । ସେ ୨୦୧୭ ମସିହା ପାଇଁ "କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ" ପୁରସ୍କାର[୩] ଲାଭ କରିଥିଲେ ।

ଜନ୍ମେଜୟ ସାଇବାବୁ
ଜନ୍ମ(1948-10-29)୨୯ ଅକ୍ଟୋବର ୧୯୪୮
ବୃତ୍ତିଛଉ ନୃତ୍ୟଶିଳ୍ପୀ ଓ ଗୁରୁ
ବୈବାହିକ-ସାଥୀମିନତୀ ସାଇବାବୁ
ସନ୍ତାନରାଜେଶ, ରାକେଶ

ଜନ୍ମେଜୟଙ୍କ ଅଜା "ରାଧାମୋହନ ସାଇବାବୁ" ମୟୁରଭଞ୍ଜ ରାଜାଙ୍କ ଦରବାରରେ ଛଉନାଚ ପରିବେଷଣ କରୁଥିଲେ । ସେବେଠାରୁ ଛଉନାଚ, ଜନ୍ମେଜୟଙ୍କ କୌଳିକ ପ୍ରବୃତ୍ତି ପାଲଟିଯାଇଛି । କକା ଅନନ୍ତଚରଣ ସାଇବାବୁ ଏଇ ଛଉନାଚ ପାଇଁ ୧୯୭୧ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିସାରିଛନ୍ତି । ଜନ୍ମେଜୟ ଗତ ୪୦ବର୍ଷ ଧରି ଛଉନାଚ ଉପରେ ଗବେଷଣା ଓ ଶିକ୍ଷାଦାନ କରିଆସୁଛନ୍ତି । ୧୯୭୨ ମସିହାରେ ସେ ଦିଲ୍ଲୀ ଆସି କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗରେ ଚାକିରି କରିଥିଲେ । ସାଢେତିନି ବର୍ଷପରେ ଚାକିରି ଛାଡି, ସେ ଦିଲ୍ଲୀରେ "ଗୁରୁକୁଳ ଛଉ ଡ୍ୟାନ୍ସ ସଙ୍ଗମ" ନାମକ ଅନୁଷ୍ଠାନ ଗଠନ କରିଥିଲେ । ସେଠାରେ ମୟୁରଭଞ୍ଜ ଛଉ ନୃତ୍ୟଉପରେ ଶିକ୍ଷାଦାନ ଓ ଗବେଷଣା କରାଯାଏ । ବାରିପଦାରେ "ଛାଉଣୀ" ନାମକ ଅନୁଷ୍ଠାନ ମାଧ୍ୟମରେ ସେ ଛଉନୃତ୍ୟକୁ ପୁନରୁଦ୍ଧାର କରିବାକୁ ଚେଷ୍ଠା କରୁଛନ୍ତି । ଜନ୍ମେଜୟଙ୍କ ଦୁଇ ପୁଅ[୪] ମଧ୍ୟ ଛଉ ନୃତ୍ୟଶିଳ୍ପୀ ।[୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୭
  • ନୃତ୍ୟ ଶିରୋମଣି ଉପାଧି(ଓଡ଼ିଆ ସମାଜଦ୍ୱାରା ପ୍ରଦତ୍ତ)

ଆଧାର ସମ୍ପାଦନା

  1. "ଭଙ୍ଗାଘରେ ଚକାଜହ୍ନ". ସମ୍ବାଦ. No. ରବିବାର ସମ୍ବାଦ ୭ ଜୁଲାଇ ୨୦୧୯ ପୃଷ୍ଠା ୪. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 8 July 2019.
  2. "ଆର୍କାଇଭ୍ କପି". Archived from the original on 2018-09-14. Retrieved 2018-07-12. {{cite web}}: Cite has empty unknown parameter: |1= (help)
  3. https://www.jagran.com/odisha/bhubaneshwar-sangeet-natak-acadami-award-sujata-and-janmaijay-18102184.html
  4. https://www.deccanchronicle.com/lifestyle/viral-and-trending/200216/a-dance-form-that-s-also-a-workout.html
  5. "ଆର୍କାଇଭ୍ କପି". Archived from the original on 2018-09-14. Retrieved 2018-07-12. {{cite web}}: Cite has empty unknown parameter: |1= (help)