ଜଗନ୍ନାଥ ମନ୍ଦିର, ପୁରୀରେ ଥିବା ଶିବ ମନ୍ଦିର ତାଲିକା

ଜଗନ୍ନାଥ ମନ୍ଦିର ଭିତରେ ୨୫ଟି ଶିବ ମନ୍ଦିର ରହିଛି ।[୧]

ଅବସ୍ଥିତି ସମ୍ପାଦନା

  • ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ବେଳେ ବାଇଶି ପାହାଚର ୩ୟ ପାହାଚରେ ରହିଛି କାଶୀ ବିଶ୍ୱନାଥ ମନ୍ଦିର ।
  • ଭିତର ବେଢ଼ାରୁ ଉତ୍ତରଦ୍ୱାରକୁ ଯିବା ରାସ୍ତାରେ ଭିତର ବେଢ଼ାର ବାମପଟେ ରହିଛନ୍ତି ପାତାଳେଶ୍ୱର ମହାଦେବ
  • ବଳିପାତାଳ ମନ୍ଦିରର ଉତ୍ତରପାଖରେ ଅବା ଏକ ସରଘରେ ତାଣ୍ଡବେଶ୍ୱର ମହାଦେବ ରହିଛନ୍ତି । ସେ ତାଣ୍ଡବ ନୃତ୍ୟ କରୁଥବା ମୁଦ୍ରାରେ ବିରାଜିତ ।
  • ମୁକ୍ତିମଣ୍ଡପର ପଛପଟେ ବି ରାଜମାନ କରିଛନ୍ତି ମୁକ୍ତେଶ୍ୱର ମହାଦେବ । ବିଶ୍ୱାସ ରହିଛି ସେ ମୁକ୍ତିଦାତା ।
  • ମୁକ୍ତେଶ୍ୱର ମନ୍ଦିରକୁ ଲାଗି ରହିଛି କ୍ଷେତ୍ରପାଳ ମହାଦେବ ମନ୍ଦିର । ଏହି କ୍ଷେତ୍ରର ସେ ପାଳକ ଭାବେ ଅଧୁଷ୍ଠିତ ।
  • ବଡ଼ ଗଣେଶଙ୍କଠାରୁ ସର୍ବମଙ୍ଗଳାଙ୍କ ନିଟକୁ ଆସିବା ରାସ୍ତାର ବାମପଟେ ଲୋକନାଥ, ନୀଳକଣେଶ୍ୱର, ମାର୍କଣ୍ଡେଶ୍ୱର, କପାଳମୋଚନ, କମେଶ୍ୱର ଇତ୍ୟାଦି ପଞ୍ଚୁପାଣ୍ଡବ ମହାଦେବ ଅଛନ୍ତି ।[୧]
  • ବଟଗଣେଶଙ୍କ ନିକଟକୁ ଯିବା ବେଳେ ବାମପଟେ ଅବା ବିମାନ ସରଘରକୁ ଲାଗି ରହି ସହଦେବ ମହାଦେବଙ୍କ ମନ୍ଦିର ରହିଛି ।
  • ଭିତର ବେଢ଼ା ଭୋଗବାଟକୁ ଲାଗି ରହିଛନ୍ତି ଅଗ୍ନୀଶ୍ୱର ମହାଦେବ । ରୋଷଘରକୁ ପ୍ରବେଶ କରିବାବେଳେ ଏହି ମହାଦେବ ତଳେ ଅଛନ୍ତି ।
  • ପଥର ଦକ୍ଷିଣ ପାର୍ଶ୍ୱରେ ଇଶାଣେଶ୍ୱର ମହାଦେବ ବିରାଜିତ । ଏହି ବିଗ୍ରହ ଚଟାଣର ବହୁ ନିମ୍ନରେ ଅଧୁଷ୍ଠିତ ହୋଇଛନ୍ତି । ଏଠାକୁ ଯିବାକୁ ହେଲେ ସୁଡ଼ଙ୍ଗ ଭଳି କେତେକ ପାହାଚ ଦେଇ ଅତିକ୍ରମ କରିବାକୁ ପଡିଥାଏ ।
  • ଉତ୍ତର ଦ୍ୱାର ବାହାରବେଢାରେ ଆନନ୍ଦବଜାରକୁ ଯିବା ରାସ୍ତାର ବାମରେ ରହିଛନ୍ତି ଧବଳେଶ୍ୱର ମହାଦେବ
  • ଧବଳେଶ୍ୱର ମନ୍ଦିର ନିକଟରେ ରହିଛି ଯୋଡ଼ାଲିଙ୍ଗ ମହାଦେବ
  • ଉତ୍ତରଦ୍ୱାର ବାହାର ବେଢ଼ା ବାମପାର୍ଶ୍ୱରେ ଉତ୍ତରାୟଣୀ ମନ୍ଦିର ସାମ୍ନାରେ ବେଢ଼ା ଲୋକନାଥ ମନ୍ଦିର ରହିଛି ।
  • ଉତ୍ତରପାଖ ବାହାରବେଢ଼ାରେ ରହିଛନ୍ତି 'ପର୍ଶୁରାମ' ବା କାଶୀନାଥ ମହାଦେବ ମନ୍ଦିର ।
  • ନୀଳାଚଳ ଉପବନରେ ପ୍ରବେଶ କଲାପରେ ବାମ ପାଖରେ ରହିଛି ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର।
  • ସିକେଦ୍ଧଶ୍ୱର ମହାଦେବ ମନ୍ଦିରର ବିପରୀତ ଦିଗରେ ଅବା ଚକ୍ରନାରାୟଣଙ୍କ ମନ୍ଦିରରେ ଏକାଦଶ ରୁଦ୍ର ବିଦ୍ୟମାନ ।
  • ଦକ୍ଷିଣଦ୍ୱାର ବାହାରବେଢ଼ାରୁ ରୋଷ ଆଡ଼କୁ ଯିବା ବେଳେ ରାସ୍ତାର ଦକ୍ଷିଣ ପାଖରେ ରହିଛନ୍ତି ଦକ୍ଷିଣେଶ୍ୱର ମହାଦେବ । ସେହି ନିକଟରେ ଅଛନ୍ତି ଜୟନ୍ତେଶ୍ୱର ମହାଦେବ[୧]
  • ପଶ୍ଚିମଦ୍ୱାର ବାହାର ବେଢ଼ାରେ ଅବା ଚାରିଧାମ ମନ୍ଦିରରେ ରାମେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି ।
  • ନୀଳାଦ୍ରୀବିହାର ମଧ୍ୟରେ ଅବସ୍ନାନ କରିଛନ୍ତି ଧବଳେଶ୍ୱର ମହାଦେବ
  • କୋଇଲି ବୈକୁଣ୍ଠ ପ୍ରବେଶ ପଥର ଦକ୍ଷିଣ ପାଖରେ ବିରାଜିଛନ୍ତି ବୈକୁଣ୍ଠ ନାଥ ମହାଦେବ
  • ବିମଳାମନ୍ଦିରକୁ ଲାଗି ଅବା ମଣ୍ଡଣୀମନ୍ଦିର ମଧ୍ୟରେ ଗୋପେଶ୍ୱର ମହାଦେବ ବିରାଜିଛନ୍ତି ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଶ୍ରୀମନ୍ଦିରରେ ୨୫ ଶିବ ମନ୍ଦିର". ପ୍ରମେୟ. ୪ ଜୁନ ୨୦୧୫. p. ୨. Archived from the original on 5 March 2016. Retrieved 12 September 2015. {{cite news}}: Check date values in: |date= (help)

ଅଧିକ ତଥ୍ୟ ସମ୍ପାଦନା