ଜଗଜୀତ ସିଂହ
ଜଗଜୀତ ସିଂହ (୮ ଫେବୃଆରୀ, ୧୯୪୧– ୧୦ ଅକ୍ଟୋବର , ୨୦୧୧) ଜଣେ ବିଶିଷ୍ଟ ଭାରତୀୟ ଗଜଲ ଗାୟକ , ସୁରସ୍ରଷ୍ଟା, ସଙ୍ଗୀତ ପରିଚାଳକ ଓ ସମାଜସେବୀ ଥିଲେ। ସେ ଗଜଲ ସମ୍ରାଟ ନାମରେ ପରିଚିତ। ତାଙ୍କର ପତ୍ନୀ ଚିତ୍ରା ସିଂ ହ , ଜଣେ ବିଶିଷ୍ଟ ଗଜଲ ଗାୟିକା।
ଜଗଜୀତ ସିଂହ | |
---|---|
![]() ଭୁବନେଶ୍ୱର ଜୟଦେବ ଭବନରେ ଜଗଜୀତ ସିଂହ ଗଜଲ ପରିବେଷଣ କରୁଛନ୍ତି ,୭ ସେପ୍ଟେମ୍ବର,୨୦୧୧ | |
Background information | |
ଜନ୍ମ ସମୟରେ ନାମ | ଜଗମୋହନ ସିଂହ |
ଜନ୍ମ | ୮ ଫେବୃଆରୀ ୧୯୪୧ ଶ୍ରୀ ଗଙ୍ଗନଗର, ବିକାନୀର ପ୍ରଦେଶ, ଭାରତ |
ମୃତ୍ୟୁ | ୧୦ ଅକ୍ଟୋବର ୨୦୧୧ ମୁମ୍ବାଇ, ଭାରତ | (ବୟସ ୭୦)
ଶୈଳୀ | ଗଜଲ, ଭକ୍ତି ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ |
ପେଷା | ଗାୟକ, ନିର୍ଦ୍ଦେଶକ |
ବାଦ୍ୟଯନ୍ତ୍ର | ହାରମୋନିୟମ, ପିଆନୋ |
କାର୍ଯ୍ୟକାଳ | ୧୯୬୫-୨୦୧୧ |
୧୯୪୧ ମସିହା ଫେବୃୟାରୀ ୮ ତାରିଖରେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ଜଗଜିତଙ୍କ ଜନ୍ମ। ପିଲାଦିନୁ ସଙ୍ଗୀତ ପ୍ରତି ସେ ଆଗ୍ରହୀ ଥିଲେ । ପିତା ଅମର ସିଂ ଧୀମନ ଜଣେ ସାଧାରଣ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ପୁଅର ଆଗ୍ରହକୁ ଦେଖି ପଣ୍ଡିତ ଛଗନଲାଲ ଶର୍ମା ଏବଂ ଉସ୍ତାଦ ଜମାଲ ଖାନଙ୍କ ନିକଟରେ ସଙ୍ଗୀତ ଶିକ୍ଷା ପାଇଁ ଛାଡ଼ିଥିଲେ।[୧]
ପ୍ରାରମ୍ଭିକ ସମୟରେ ସମୟରେ ତାଙ୍କୁ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା । ଏହି ସମୟରେ ବିଖ୍ୟାତ ଗାୟିକା ଚିତ୍ରାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଓ ୧୯୬୯ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
୧୯୭୬ ମସିହାରେ ତାଙ୍କର ଲୋକପ୍ରିୟ ଆଲବମ୍ ‘ଦ ଅନଫର୍ଗଟେବଲ'ମୁକ୍ତିଲାଭ କରିଥିଲା । ପରେ ପରେ ମୁକ୍ତିଲାଭ କରିଥିବା ତାଙ୍କର ଅନ୍ୟ କେତେକ ଗଜଲ ଯେମିତିକି ‘ହୋଠୋଁ ସେ ଛୁଁ ଲୋ ତୁମ..., ଚିଠି ନା କୋଇ ସନ୍ଦେଶ..., ଝୁକି ଝୁକିସି ନଜର..,ୱୋ ତୁଟେ ଫୁଲ..ଆଦି ଶ୍ରୋତାମାନଙ୍କ ନିକଟରେ ଆଦୃତ ହୋଇଥିଲା । ନିଜର ଅଧିକାଂଶ ଗଜଲ ଜଗଜିତ ନିଜେ କମ୍ପୋଜ କରୁଥିଲେ। ସେଥିପାଇଁ ଗଜଲରେ ଗାୟନ ସହ ବାଦ୍ୟଯନ୍ତ୍ରର ସୁଲଳିତ ସଙ୍ଗତ ଦେଖିବାକୁ ମିଳିଥିଲା।
୨୦୦୩ ମସିହାରେ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ୨୦୧୧ ଅକ୍ଟୋବର ୧୦ ତାରିଖ ଦିନ ମୁମ୍ବାଇସ୍ଥିତ ଲିଳାବତୀ ହସ୍ପିଟାଲରେ ବ୍ରେନ ହାମରେଜ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।
ଆଧାରସମ୍ପାଦନ କରନ୍ତୁ
- ↑ "ଜଗଜିତ୍ ସିଂ: ଅପ୍ରତିଦ୍ୱନ୍ଦଜ୍ୱୀ ଗଜଲ ସମ୍ରାଟ..." ଦ ସନଡେ ଇଣ୍ଡିୟାନ. Retrieved 30 November 2013.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |