ମୁଖ୍ୟ ସୂଚୀ ଦେଖିବେ

ଛେନା ତାଡ଼ିଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ ଭୋଗରୁ ଏକ ଭୋଗ ଅଟେ।

ଉପକରଣସମ୍ପାଦନ କରନ୍ତୁ

  • ଛେନା ୫୦୦ ଗ୍ରାମ
  • କ୍ଷୀର ୪ ଲିଟର
  • ଚିନି ୨କପ
  • ମଇଦା ୪ ଚାମଚ
  • ଗୁଆଘିଅ ୫୦୦ ଗ୍ରାମ
  • ଅଳେଇଚ ୮ ଟା

ପ୍ରସ୍ତୁତିସମ୍ପାଦନ କରନ୍ତୁ

ପ୍ରଥମେ କ୍ଷୀରକୁ ଗରମ କରି ସେଥିରେ ଚିନି ପକାଇ ଦିଅନ୍ତୁ।କ୍ଷୀର ସିଝି ସିଝି ଅଧା ହୋଇଗଲେ ତାହାକୁ ତଳକୁ ଓହ୍ଲାଇ ଦିଅନ୍ତୁ।ଛେନାରୁ ପାଣି ବାହାର କରି ଆବଶ୍ୟକ ଅନୁସାରେ ମଇଦା ଭଲକରି ମିଶାଇ ଦିଅନ୍ତୁ ଓ ଏହାକୁ ଭଲକରି ଦଳି ବରା ଭଳି ଛୋଟ ଛୋଟ କରି ତିଆରି କରନ୍ତୁ।ଏହାକୁ ଗରମ ଘିଅରେ ଛାଣି ବାଦାମୀ ରଙ୍ଗ ହୋଇଗଲେ ସେଥିରୁ କାଢ଼ି ପୂର୍ବରୁ ପ୍ରସ୍ତୁତ ଦୁଧରେ ପକାନ୍ତୁ।ତ' ପରେ ସେଥିରେ ଅଳେଇଚ ଗୁଣ୍ଡ ପକାଇ ତାକୁ ଥଣ୍ଡା ହେବାପାଇଁ ଛାଡି ଦିଅନ୍ତୁ।ବର୍ତ୍ତମାନ ଛେନା ତାଡ଼ିଆ ପ୍ରସ୍ତୁତ ହୋଇଗଲା।